ଏୟାର ଏସିଆ ଅଧିକାରୀଙ୍କ ଭୁବନେଶ୍ୱର ବିମାନବନ୍ଦର ପରିଦର୍ଶନ

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରୁ ବିଦେଶକୁ ବିମାନ ଉଡ଼ାଣ ପ୍ରସଙ୍ଗ ପୁଣି ଜୋର୍ ଧରିଛି। ଏଥିପାଇଁ ଆଗ୍ରହ ପ୍ରକାଶ କରିଛି ବିମାନସେବା ପ୍ରଦାନକାରୀ ସଂସ୍ଥା ଏୟାର୍ ଏସିଆ । ଏହି ପରିପ୍ରେକ୍ଷୀରେ ସୋମବାର ଏୟାର୍ ଏସିଆର କର୍ମକର୍ତ୍ତା ବିଜୁ ପଟ୍ଟନାୟକ ବିମାନବନ୍ଦର ପରିଦର୍ଶନ କରିବା ସହ ଟରମିନାଲ ଟି-୧ରେ ବିମାନବନ୍ଦର ନିର୍ଦ୍ଦେଶକ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଖବର ଲେଖାଯିବା ବେଳକୁ ମୁଖ୍ୟ ଶାସନ ସଚିବଙ୍କ ସହ ଏୟାର୍ ଏସିଆ କର୍ମକର୍ତ୍ତା ଓ ବିମାନବନ୍ଦର […]

airasia

Rakesh Mallick
  • Published: Monday, 08 June 2015
  • , Updated: 08 June 2015, 10:13 AM IST

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରୁ ବିଦେଶକୁ ବିମାନ ଉଡ଼ାଣ ପ୍ରସଙ୍ଗ ପୁଣି ଜୋର୍ ଧରିଛି। ଏଥିପାଇଁ ଆଗ୍ରହ ପ୍ରକାଶ କରିଛି ବିମାନସେବା ପ୍ରଦାନକାରୀ ସଂସ୍ଥା ଏୟାର୍ ଏସିଆ । ଏହି ପରିପ୍ରେକ୍ଷୀରେ ସୋମବାର ଏୟାର୍ ଏସିଆର କର୍ମକର୍ତ୍ତା ବିଜୁ ପଟ୍ଟନାୟକ ବିମାନବନ୍ଦର ପରିଦର୍ଶନ କରିବା ସହ ଟରମିନାଲ ଟି-୧ରେ ବିମାନବନ୍ଦର ନିର୍ଦ୍ଦେଶକ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଖବର ଲେଖାଯିବା ବେଳକୁ ମୁଖ୍ୟ ଶାସନ ସଚିବଙ୍କ ସହ ଏୟାର୍ ଏସିଆ କର୍ମକର୍ତ୍ତା ଓ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ବୈଠକ ଜାରି ରହିଥିଲା। ବୈଠକ ପରେ ଭୁବନେଶ୍ୱର ବିମାନବନ୍ଦରରୁ ବିଦେଶକୁ ବିମାନ ଉଡ଼ାଣ ନେଇ ସ୍ପଷ୍ଟ ସୂଚନା ମିଳିବ ବୋଲି ଆଶା କରାଯାଉଛି।

Related story