ଆମେରିକାର ଚିକାଗୋରୁ ଭୁବନେଶ୍ୱର ଆସିବ ଏୟାର ଇଣ୍ଡିଆ ବିମାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମେରିକାରେ ଫସି ରହିଥିବା ଭାରତୀୟଙ୍କୁ ଆଣିବ ଏୟାର ଇଣ୍ଡିଆ। ସେଥିପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋରୁ ଭୁବନେଶ୍ୱର ଆସିବ ଏୟାର ଇଣ୍ଡିଆର ବିମାନ। ବନ୍ଦେ ଭାରତ ମିଶନରେ ଏହି ବିମାନ ଚିକାଗୋରୁ ଦିଲ୍ଲୀ ଦେଇ ମେ’ ୧୬ରୁ ୨୨ ତାରିଖ ମଧ୍ୟରେ ଆସିବାର ସୂଚନା ଥିଲେ ମଧ୍ୟ ନିର୍ଦ୍ଦିଷ୍ଟ କେଉଁ ଦିନ ଆସିବ, ତାହା ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ। ଏହା ସହିତ ୧୯ରେ ଦୁବାଇରୁ ଓ ୨୦ ତାରିଖରେ କ୍ୱାଲାଲାମ୍ପୁରରୁ ମଧ୍ୟ ଭୁବନେଶ୍ୱରକୁ ଏୟାର […]

airindia

Manoranjan Sial
  • Published: Wednesday, 13 May 2020
  • , Updated: 13 May 2020, 04:26 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମେରିକାରେ ଫସି ରହିଥିବା ଭାରତୀୟଙ୍କୁ ଆଣିବ ଏୟାର ଇଣ୍ଡିଆ। ସେଥିପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋରୁ ଭୁବନେଶ୍ୱର ଆସିବ ଏୟାର ଇଣ୍ଡିଆର ବିମାନ। ବନ୍ଦେ ଭାରତ ମିଶନରେ ଏହି ବିମାନ ଚିକାଗୋରୁ ଦିଲ୍ଲୀ ଦେଇ ମେ’ ୧୬ରୁ ୨୨ ତାରିଖ ମଧ୍ୟରେ ଆସିବାର ସୂଚନା ଥିଲେ ମଧ୍ୟ ନିର୍ଦ୍ଦିଷ୍ଟ କେଉଁ ଦିନ ଆସିବ, ତାହା ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ। ଏହା ସହିତ ୧୯ରେ ଦୁବାଇରୁ ଓ ୨୦ ତାରିଖରେ କ୍ୱାଲାଲାମ୍ପୁରରୁ ମଧ୍ୟ ଭୁବନେଶ୍ୱରକୁ ଏୟାର ଇଣ୍ଡିଆର ବିମାନ ଆସିବ ବୋଲି ଜଣାପଡ଼ିଛି।

ଆମେରିକାରେ ମହାମାରୀ ‘କରୋନା’ ବିଧ୍ୱଂସଲିଳା ଖେଳାଇ ଚାଲିଛି। ଆଜି ସୁଦ୍ଧା ୧୪,୦୮,୬୩୬ ଜଣ ଆକ୍ରାନ୍ତ ହୋଇସାରିଲେଣି। ମୃତକଙ୍କ ସଂଖ୍ୟା ୮୩,୪୨୫କୁ ଟପିଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଆମେରିକା ସିନେଟର ବିଶେଷଜ୍ଞ ଡାକ୍ତର ଏନ୍ଥନୀ ଫାସୀ ଲକ୍‌ ଡାଉନ ଅବଧି ବଢାଇବାକୁ ପରାମର୍ଶ ଦେଇଛନ୍ତି। ହେଲେ ଅର୍ଥନୀତି ଖରାପ ହେଉଥିବା ଦେଖି ରାଷ୍ଟ୍ର ଡୋନାଲ୍‌ଡ ଟ୍ରମ୍ପ ଲକ୍‌ଡାଉନ ହଟାଇବା ପାଇଁ ଯୋଜନା କରୁଛନ୍ତି। ତେବେ ଦିନକୁ ଦିନ ଆମେରିକାର ସ୍ଥିତି ଖରାପ ହେଉଥିବା ଦେଖି ସେଠାରେ ଫସି ରହିଥିବା ପ୍ରବାସୀମାନେ ଫେରିବା ପାଇଁ ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି। ଯାହାକୁ ଲକ୍ଷ୍ୟ ରଖି ଭାରତ ସରକାର ‘ବନ୍ଦେ ଭାରତ ମିଶନ’ ଜରିଆରେ ପ୍ରବାସୀଙ୍କୁ ଆଣୁଛନ୍ତି।

Related story