ଏୟାର ଓଡ଼ିଶା ବିରୋଧରେ ଠକେଇ ଅଭିଯୋଗ

ଭୁବନେଶ୍ୱର: ଏୟାର ଓଡ଼ିଶା ବିରୋଧରେ ଖଣ୍ଡଗିରି ଥାନାରେ ଠକେଇ ଅଭିଯୋଗ ହୋଇଛି। ବିଜେପି ବିଧାୟକ ଦିଲୀପ ରାୟଙ୍କ ପୁଅ ସନ୍ଦୀପ ରାୟ ଏୟାର ଓଡ଼ିଶା ଏମ୍‌ଡି ଅନ୍ତୋଷ ପାଣିଙ୍କ ନାମରେ ଏହି ଅଭିଯୋଗ କରିଛନ୍ତି। ସନ୍ଦୀପ କହିଛନ୍ତି ଯେ ଏୟାର ଓଡ଼ିଶାରେ ୪୦ ପ୍ରତିଶତ ସେୟାର ବାବଦକୁ ସେ କମ୍ପାନୀକୁ ୮୦ ଲକ୍ଷ ଟଙ୍କା ଦେଇଥିଲେ। କମ୍ପାନୀ ପକ୍ଷରୁ ସେୟାର ଦିଆଯିବା ବଦଳରେ ୪୦ ଲକ୍ଷ ଟଙ୍କା ଫେରାଇ ଦିଆଯାଇଥିଲା। ବାକି ୪୦ ଲକ୍ଷ ଟଙ୍କା ବାବଦକୁ […]

sandeep roy

Rakesh Mallick
  • Published: Friday, 25 March 2016
  • , Updated: 26 March 2016, 03:56 AM IST

ଭୁବନେଶ୍ୱର: ଏୟାର ଓଡ଼ିଶା ବିରୋଧରେ ଖଣ୍ଡଗିରି ଥାନାରେ ଠକେଇ ଅଭିଯୋଗ ହୋଇଛି। ବିଜେପି ବିଧାୟକ ଦିଲୀପ ରାୟଙ୍କ ପୁଅ ସନ୍ଦୀପ ରାୟ ଏୟାର ଓଡ଼ିଶା ଏମ୍‌ଡି ଅନ୍ତୋଷ ପାଣିଙ୍କ ନାମରେ ଏହି ଅଭିଯୋଗ କରିଛନ୍ତି। ସନ୍ଦୀପ କହିଛନ୍ତି ଯେ ଏୟାର ଓଡ଼ିଶାରେ ୪୦ ପ୍ରତିଶତ ସେୟାର ବାବଦକୁ ସେ କମ୍ପାନୀକୁ ୮୦ ଲକ୍ଷ ଟଙ୍କା ଦେଇଥିଲେ। କମ୍ପାନୀ ପକ୍ଷରୁ ସେୟାର ଦିଆଯିବା ବଦଳରେ ୪୦ ଲକ୍ଷ ଟଙ୍କା ଫେରାଇ ଦିଆଯାଇଥିଲା। ବାକି ୪୦ ଲକ୍ଷ ଟଙ୍କା ବାବଦକୁ କମ୍ପାନୀ ପକ୍ଷରୁ ଦିଆଯାଇଥିବା ୨ଟି ଚେକ୍‌ ବାଉନ୍ସ ହୋଇ ଯାଇଛି। ଏ ନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସନ୍ଦୀପ ଏୟାର ଓଡ଼ିଶାର ସେୟାର ହୋଲ୍ଡର ଅଛନ୍ତି।

ତେବେ ଏପରି ଅଭିଯୋଗକୁ ଏୟାର ଓଡ଼ିଶା ଏମ୍‌ଡି ଅନ୍ତୋଷ ପାଣି ଖଣ୍ଡନ କରିଛନ୍ତି।

ବିବାଦ ଏୟାର ଓଡ଼ିଶାର ପିଛା ଛାଡୁନାହିଁ। ୭୫ ପ୍ରତିଶତ ସବ୍‌ସିଡ଼ ଅର୍ଥ ବକେୟା ଥିବାରୁ ୧୯ ତାରିଖଠାରୁ ଏୟାର ଓଡ଼ିଶା କର୍ତ୍ତୃପକ୍ଷ ସେବା ବନ୍ଦ କରିଦେଇଥିଲେ। ଶନିବାର ସମ୍ବଲପୁର ଓ ରାଉରକେଲାକୁ ସେବା ବନ୍ଦ କରାଯାଇଥିବା ବେଳେ ୨୧ ତାରିଖରେ ଜୟପୁରକୁ ବିମାନ ସେବା ବନ୍ଦ କରିଦେଇଥିଲେ। ସେତେବେଳେ ପାଗ ଖରାପ କାରଣରୁ ବିମାନ ସେବା ବନ୍ଦ କରାଯାଇଥିବା କର୍ତ୍ତୃପକ୍ଷ ସଫେଇ ଦେଇଥିଲେ। ତେବେ ରାଜ୍ୟ ସରକାର ସବ୍‌ସିଡ ବାବଦକୁ ବାକି ଥିବା ୭୫ ପ୍ରତିଶତ ଅର୍ଥ ପ୍ରଦାନ କରିବା ପରେ ୨୧ ତରିଖ ଅପରାହ୍ନରୁ ବିମାନସେବା ସ୍ୱାଭାବିକ ହୋଇଥିଲା। ଅନ୍ୟପକ୍ଷରେ ସରକାରଙ୍କୁ ନ ଜଣାଇ ବିମାନ ସେବା ବନ୍ଦ କରାଯାଇଥିବାରୁ ସାଧାରଣ ପ୍ରଶାସନ ପକ୍ଷରୁ ଏୟାର ଓଡ଼ିଶା କର୍ତ୍ତୃପକ୍ଷଙ୍କୁ ନୋଟିସ୍‌ କରାଯାଇ ଆସନ୍ତା ୨୬ ତାରିଖ ସୁଦ୍ଧା ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

Related story