ଏୟାର ଓଡ଼ିଶାର ଟେଣ୍ଡର ବାତିଲ ନେଇ ସାଧାରଣ ପ୍ରଶାସନର ନୋଟିସ

ଭୁବନେଶ୍ୱର: ଘରୋଇ ବିମାନ ସେବା ପ୍ରଦାନକାରୀ ସଂସ୍ଥା ‘ଏୟାର ଓଡ଼ିଶା’ର ଟେଣ୍ଡର ବାତିଲ ହେବ। ଟେଣ୍ଡର ବାତିଲ ପାଇଁ ସାଧାରଣ ପ୍ରଶାସନ ବିଭାଗ ନୋଟିସ୍‌ ଜାରି କରିଛି। ଗତ ୨୬ ତାରିଖରେ ଟେଣ୍ଡର ବାତିଲ ପାଇଁ କାରଣ ଦର୍ଶାଅ ନୋଟିସ୍‌ ଦିଆଯାଇଥିଲା। ଏହାର ଜବାବ ୪ ଦିନ ମଧ୍ୟ ରଖିଥିଲେ ଏୟାର ଓଡ଼ିଶା କର୍ତ୍ତୃପକ୍ଷ। ଏନେଇ ଏୟାର ଓଡ଼ିଶା ନିର୍ଦ୍ଦେଶକ ସନ୍ତୋଷ ପାଣି କହିଛନ୍ତି,“ଜିଏ ଦେଇଥିବା କାରଣ ଦର୍ଶାଅ ନୋଟିସରେ ଅନେକ ଗୁଡିଏ ପ୍ରଶ୍ନର ଆମେ ଉତ୍ତର […]

airodisha

Rakesh Mallick
  • Published: Tuesday, 31 May 2016
  • , Updated: 31 May 2016, 03:51 PM IST

ଭୁବନେଶ୍ୱର: ଘରୋଇ ବିମାନ ସେବା ପ୍ରଦାନକାରୀ ସଂସ୍ଥା ‘ଏୟାର ଓଡ଼ିଶା’ର ଟେଣ୍ଡର ବାତିଲ ହେବ। ଟେଣ୍ଡର ବାତିଲ ପାଇଁ ସାଧାରଣ ପ୍ରଶାସନ ବିଭାଗ ନୋଟିସ୍‌ ଜାରି କରିଛି। ଗତ ୨୬ ତାରିଖରେ ଟେଣ୍ଡର ବାତିଲ ପାଇଁ କାରଣ ଦର୍ଶାଅ ନୋଟିସ୍‌ ଦିଆଯାଇଥିଲା। ଏହାର ଜବାବ ୪ ଦିନ ମଧ୍ୟ ରଖିଥିଲେ ଏୟାର ଓଡ଼ିଶା କର୍ତ୍ତୃପକ୍ଷ।

ଏନେଇ ଏୟାର ଓଡ଼ିଶା ନିର୍ଦ୍ଦେଶକ ସନ୍ତୋଷ ପାଣି କହିଛନ୍ତି,“ଜିଏ ଦେଇଥିବା କାରଣ ଦର୍ଶାଅ ନୋଟିସରେ ଅନେକ ଗୁଡିଏ ପ୍ରଶ୍ନର ଆମେ ଉତ୍ତର ଦେଇଛୁ। ଆମ ବିରୋଧରେ ଷଡଯନ୍ତ୍ର କରାଯାଉଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସ୍ତକ୍ଷେପ କରନ୍ତୁ। ସବୁ ଦିଗକୁ ସେ ତର୍ଜମା କରି ନିଷ୍ପତ୍ତି ନିଅନ୍ତୁ।”

ସୂଚନାଯୋଗ୍ୟ, ଏୟାରଓଡ଼ିଶା କର୍ତ୍ତୃପକ୍ଷଙ୍କ ନାଁରେ ପୂର୍ବରୁ ଅଂଶୀଦାର ଓ ବିମାନ ଦେଇଥିବା କମ୍ପାନୀ ଅଭିଯୋଗ କରିଥିଲେ।

Related story