ରାଇରଙ୍ଗପୁର ଆକାଶବାଣୀ କେନ୍ଦ୍ର ଶୁଭାରମ୍ଭ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଆକାଶବାଣୀ କେନ୍ଦ୍ର ଆଜିଠୁ ଆରମ୍ଭ ହୋଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏହି ନୂତନ ଆକାଶବାଣୀ କେନ୍ଦ୍ରକୁ ଉଦଘାଟନ କରିଛନ୍ତି। ଏଫ୍ଏମ୍ ୧୦୨ ଫ୍ରିକ୍ୟୁଏନ୍ସି ଯୋଗେ ଏହି ଆକାଶବାଣୀ କେନ୍ଦ୍ରର କାର୍ଯ୍ୟକ୍ରମ ପ୍ରଚାର ହେବ। ଏହା ହେଉଛି ଓଡ଼ିଶାର ଚତୁର୍ଦ୍ଦଶ ଆକାଶବାଣୀ କେନ୍ଦ୍ର। ବର୍ତ୍ତମାନ ପାଇଁ ଆକାଶବାଣୀ କଟକରୁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରାଯିବ। ପରବର୍ତ୍ତୀ ସମୟରେ ନିଜସ୍ୱ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ପ୍ରଚାର କରାଯିବ ବୋଲି କେନ୍ଦ୍ରର ନିର୍ଦ୍ଦେଶକ […]

r

Rakesh Mallick
  • Published: Sunday, 10 January 2016
  • , Updated: 10 January 2016, 11:22 AM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଆକାଶବାଣୀ କେନ୍ଦ୍ର ଆଜିଠୁ ଆରମ୍ଭ ହୋଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏହି ନୂତନ ଆକାଶବାଣୀ କେନ୍ଦ୍ରକୁ ଉଦଘାଟନ କରିଛନ୍ତି। ଏଫ୍ଏମ୍ ୧୦୨ ଫ୍ରିକ୍ୟୁଏନ୍ସି ଯୋଗେ ଏହି ଆକାଶବାଣୀ କେନ୍ଦ୍ରର କାର୍ଯ୍ୟକ୍ରମ ପ୍ରଚାର ହେବ। ଏହା ହେଉଛି ଓଡ଼ିଶାର ଚତୁର୍ଦ୍ଦଶ ଆକାଶବାଣୀ କେନ୍ଦ୍ର। ବର୍ତ୍ତମାନ ପାଇଁ ଆକାଶବାଣୀ କଟକରୁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରାଯିବ। ପରବର୍ତ୍ତୀ ସମୟରେ ନିଜସ୍ୱ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ପ୍ରଚାର କରାଯିବ ବୋଲି କେନ୍ଦ୍ରର ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି।

Related story