ଆଜିଠୁ ଝାରସୁଗୁଡ଼ାରୁ ପାଟନାକୁ ଉଡ଼ିବ ବିମାନ

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଆଜିଠାରୁ ଝାରସୁଗୁଡ଼ାରୁ ପାଟନାକୁ ଉଡ଼ିବ ବିମାନ । ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି ପରେ ସ୍ପାଇସ ଜେଟ ପକ୍ଷରୁ ଆଜିଠାରୁ ଏହି ବିମାନ ଯାତ୍ରା ଆରମ୍ଭ ହେଉଛି । ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟରୁ ବିହାର ରାଜଧାନୀ ପାଟନାକୁ ବିମାନ ଆଜିଠାରୁ ଚଳାଚଳ କରିବ  । ପାଟଣାରୁ ଏହା ଯାତ୍ରା ଆରମ୍ଭ କରି ଝାରସୁଗୁଡ଼ାରେ ଅପରାହ୍ଣ ୪ଟା ୨୦ ମିନିଟରେ ପହଞ୍ଚିବ । ଏହାପରେ ଅପରାହ୍ଣ ୪ଟା ୪୦ ମିନିଟରେ ପୁଣି ପାଟନା […]

aeroplane

Niharika Rout
  • Published: Saturday, 01 May 2021
  • , Updated: 01 May 2021, 08:27 AM IST

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଆଜିଠାରୁ ଝାରସୁଗୁଡ଼ାରୁ ପାଟନାକୁ ଉଡ଼ିବ ବିମାନ । ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି ପରେ ସ୍ପାଇସ ଜେଟ ପକ୍ଷରୁ ଆଜିଠାରୁ ଏହି ବିମାନ ଯାତ୍ରା ଆରମ୍ଭ ହେଉଛି । ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟରୁ ବିହାର ରାଜଧାନୀ ପାଟନାକୁ ବିମାନ ଆଜିଠାରୁ ଚଳାଚଳ କରିବ  ।

ପାଟଣାରୁ ଏହା ଯାତ୍ରା ଆରମ୍ଭ କରି ଝାରସୁଗୁଡ଼ାରେ ଅପରାହ୍ଣ ୪ଟା ୨୦ ମିନିଟରେ ପହଞ୍ଚିବ । ଏହାପରେ ଅପରାହ୍ଣ ୪ଟା ୪୦ ମିନିଟରେ ପୁଣି ପାଟନା ଅଭିମୁଖେ ଯାତ୍ରା କରିବ । ପାଟନାକୁ ଶୀଘ୍ର ଗମନାଗମ ଲାଗି ଏହି ବିମାନଯାତ୍ରା ସହାୟକ ହେବ  । ସ୍ପାଇସ ଜେଟ ପକ୍ଷରୁ ଏହି ବିମାନ ଚଳାଚଳ କରିବା ନେଇ ସୂଚନା ଦେଇଛନ୍ତି ବିମାନବନ୍ଦର କର୍ତ୍ତୃପକ୍ଷ।

Related story