ଆଜି ଅଁଳା ନବମୀ: ରାଧାପାଦ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ/ଭୁବନେଶ୍ୱର: ଆଜି ପବିତ୍ର ଅଳାଁ ନବମୀ। ଭୋରୁ ସାକ୍ଷୀଗୋପାଳ ମନ୍ଦିରରେ ଶ୍ରଦ୍ଧାଳୁ ରାଧାପାଦ ଦର୍ଶନ କରୁଛନ୍ତି। ଏଥିପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଲମ୍ୱା ଲାଇନ୍ ଲାଗିଛି। ପ୍ରଶାସନ ବ୍ୟାରିକେଡ୍ ଦେଇ ଶ୍ରଦ୍ଧାଳୁମାନଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରିଛି। ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ୧୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ସହ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି। ସାକ୍ଷୀଗୋପାଳ ମନ୍ଦିରରେ ରାଧାଙ୍କ ପାଦ ଦର୍ଶନ ବର୍ଷକରେ ଥରଟିଏ କେବଳ ଅଁଳା ନବମୀରେ ହୋଇଥାଏ। ଭକ୍ତମାନେ ରାଧାପାଦ ଦର୍ଶନ […]

puri

Rakesh Mallick
  • Published: Friday, 20 November 2015
  • , Updated: 20 November 2015, 06:29 AM IST

ପୁରୀ/ଭୁବନେଶ୍ୱର: ଆଜି ପବିତ୍ର ଅଳାଁ ନବମୀ। ଭୋରୁ ସାକ୍ଷୀଗୋପାଳ ମନ୍ଦିରରେ ଶ୍ରଦ୍ଧାଳୁ ରାଧାପାଦ ଦର୍ଶନ କରୁଛନ୍ତି। ଏଥିପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଲମ୍ୱା ଲାଇନ୍ ଲାଗିଛି। ପ୍ରଶାସନ ବ୍ୟାରିକେଡ୍ ଦେଇ ଶ୍ରଦ୍ଧାଳୁମାନଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରିଛି। ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ୧୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ସହ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି। ସାକ୍ଷୀଗୋପାଳ ମନ୍ଦିରରେ ରାଧାଙ୍କ ପାଦ ଦର୍ଶନ ବର୍ଷକରେ ଥରଟିଏ କେବଳ ଅଁଳା ନବମୀରେ ହୋଇଥାଏ। ଭକ୍ତମାନେ ରାଧାପାଦ ଦର୍ଶନ ସହ ପାଦ ସ୍ପର୍ଶ କରିବାର ସୁଯୋଗ ପାଇଥାଏ। ବିଶ୍ୱାସ ରହିଛି ଅଳାଁ ନବମୀରେ ରାଧାପାଦ ଦର୍ଶନ କଲେ କୋଟିପୂଣ୍ୟ ମିଳିଥାଏ।

ଭୁବନେଶ୍ୱର କପିଳେଶ୍ୱର ମନ୍ଦିରରେ ପୂଜକଙ୍କ ମଧ୍ୟରେ ବିବାଦ ଯୋଗୁଁ ଆଜି ଅଁଳା ନବମୀ ନୀତି ବନ୍ଦ ରହିଛି। ପାଉଣାକୁ ନେଇ ଆଜି ମନ୍ଦିରରେ ଏକ ନିର୍ଦ୍ଦିଷ୍ଟ ସେବାୟତ ନିଯୋଗ ସକାଳ ଧୂପ ନୀତି ବନ୍ଦ ରଖିଥିଲେ। ଫଳରେ ଶ୍ରଦ୍ଧାଳୁ ଦର୍ଶନ ନ ପାଇ ଫେରିଯାଇଥିଲେ। ଏହି ଘଟଣାରେ ପ୍ରଶାସନର ହସ୍ତକ୍ଷେପ ଲୋଡ଼ିଛନ୍ତି ମନ୍ଦିରର ଅନ୍ୟ ସେବାୟତ ନିଯୋଗ। କପିଳେଶ୍ୱର ମନ୍ଦିର ଦେବୋତ୍ତର ବିଭାଗର ଅଧୀନରେ ରହିଛି।

Related story