ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀଅଙ୍ଗରେ ଲାଗିବ ଫୁଲୁରି ତେଲ

ପୁରୀ: ଶ୍ରୀମନ୍ଦିର ଅଣସରପିଣ୍ଡିରେ ନୂତନ ଚତୁର୍ଦ୍ଧା ବିଗ୍ରହଙ୍କର ଚାଲିଛି ସପ୍ତାବରଣ ଗୁପ୍ତ ସେବା। ଏହି ଅବସରରେ ଶେଷ ପକ୍ଷର ପଞ୍ଚମୀ ତିଥିରେ ଫୁଲୁରୀ ତେଲ ମାଲିସ କରାଯିବାର ପରମ୍ପରା ରହିଛି। ମଙ୍ଗଳବାର ପତିମହାପାତ୍ର ସଂସ୍କାର କରିବା ପରେ ଦଇତାପତିମାନେ ପରମ୍ପରା ଅନୁଯାୟୀ, ଚତୁର୍ଦ୍ଧାମୂର୍ତ୍ତୀ ଓ ମାଧବଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ମାଲିସ କରିବେ ବୋଲି ବରିଷ୍ଠ ଦଇତାପତି ସୂଚନା ଦେଇଛନ୍ତି। ପରମ୍ପରା ଅନୁଯାୟୀ, ବଡଓଡିଆ ମଠ ଏହି ଫୁଲୁରି ତେଲ ପ୍ରସ୍ତୁତ କରିଥାଏ। ତିନିଟି ମାଟି ନିର୍ମିତ […]

Jagannath

Rakesh Mallick
  • Published: Tuesday, 07 July 2015
  • , Updated: 07 July 2015, 07:06 AM IST

ପୁରୀ: ଶ୍ରୀମନ୍ଦିର ଅଣସରପିଣ୍ଡିରେ ନୂତନ ଚତୁର୍ଦ୍ଧା ବିଗ୍ରହଙ୍କର ଚାଲିଛି ସପ୍ତାବରଣ ଗୁପ୍ତ ସେବା। ଏହି ଅବସରରେ ଶେଷ ପକ୍ଷର ପଞ୍ଚମୀ ତିଥିରେ ଫୁଲୁରୀ ତେଲ ମାଲିସ କରାଯିବାର ପରମ୍ପରା ରହିଛି। ମଙ୍ଗଳବାର ପତିମହାପାତ୍ର ସଂସ୍କାର କରିବା ପରେ ଦଇତାପତିମାନେ ପରମ୍ପରା ଅନୁଯାୟୀ, ଚତୁର୍ଦ୍ଧାମୂର୍ତ୍ତୀ ଓ ମାଧବଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ମାଲିସ କରିବେ ବୋଲି ବରିଷ୍ଠ ଦଇତାପତି ସୂଚନା ଦେଇଛନ୍ତି। ପରମ୍ପରା ଅନୁଯାୟୀ, ବଡଓଡିଆ ମଠ ଏହି ଫୁଲୁରି ତେଲ ପ୍ରସ୍ତୁତ କରିଥାଏ। ତିନିଟି ମାଟି ନିର୍ମିତ ଘୁମାରେ ଘଣାପେଡା ରାଶି ତେଲରେ ବେଣାଚେର, କୃଷ୍ଣ ଭୋଗ ଧାନ, ବଉଳ ଛେଲି, ଚନ୍ଦନ ଗୁଣ୍ଡ, କେତକୀ ଫୁଲ ଆଦି ସୁବାସିତ ଦ୍ରବ୍ୟ ପକାଯାଇ ଫୁଲୁରି ତେଲ ପ୍ରସ୍ତୁତ କରାଯାଇଥାଏ। ତେବେ ମହାଅଣବସର ପାଇଁ ଏଥର ଛଅ ସେର ପରିବର୍ତ୍ତେ ନଅ ସେର ଫୁଲୁରି ତେଲ ଯୋଗାଇ ଦିଆଯିବ ବୋଲି ବଡଓଡିଆ ମଠ ମହନ୍ତ ସୂଚନା ଦେଇଛନ୍ତି।

Related story