ଆଜି ପବିତ୍ର ବାହୁଡା ଯାତ୍ରା, ତିନିଠାକୁରଙ୍କ ଚାଲିଛି ନୀତି

ପୁରୀ: ଆଜି ମହାପ୍ରଭୁ ଭାଇ ଓ ଭଉଣୀଙ୍କ ସହ ବାହୁଡା ଯାତ୍ରାରେ ଶ୍ରୀମନ୍ଦିର ଫେରିବେ ।ଏଥିଲାଗି ଚାଲିଛି ପ୍ରସ୍ତୁତି । କାଲି ସନ୍ଧ୍ୟା ଦର୍ଶନ ଶେଷ ହେବା ପରେ ତିନିଠାକୁରଙ୍କ ନୀତି ଲାଗି ଆରମ୍ଭ ହୋଇଛି । ବାହୁଡା ଯାତ୍ରାରେ ୭ରୁ ୮ ଲକ୍ଷ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି । ଗୁଣ୍ଡିଚା ଯାତ୍ରା ସମୟରେ ଦେଖା ଦେଇଥିବା ଦଳାଚକଟାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କ୍ରାଉଡ ମ୍ୟାନେଜମେଣ୍ଟ ଉପରେ ଗୁରୁତ୍ୱ ଦେଉଛି । ଭୋର […]

gundicha

Rakesh Mallick
  • Published: Sunday, 26 July 2015
  • , Updated: 26 July 2015, 02:57 AM IST

ପୁରୀ: ଆଜି ମହାପ୍ରଭୁ ଭାଇ ଓ ଭଉଣୀଙ୍କ ସହ ବାହୁଡା ଯାତ୍ରାରେ ଶ୍ରୀମନ୍ଦିର ଫେରିବେ ।ଏଥିଲାଗି ଚାଲିଛି ପ୍ରସ୍ତୁତି । କାଲି ସନ୍ଧ୍ୟା ଦର୍ଶନ ଶେଷ ହେବା ପରେ ତିନିଠାକୁରଙ୍କ ନୀତି ଲାଗି ଆରମ୍ଭ ହୋଇଛି । ବାହୁଡା ଯାତ୍ରାରେ ୭ରୁ ୮ ଲକ୍ଷ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି । ଗୁଣ୍ଡିଚା ଯାତ୍ରା ସମୟରେ ଦେଖା ଦେଇଥିବା ଦଳାଚକଟାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କ୍ରାଉଡ ମ୍ୟାନେଜମେଣ୍ଟ ଉପରେ ଗୁରୁତ୍ୱ ଦେଉଛି ।

ଭୋର ୪ଟାରୁ ତିନିଠାକୁରଙ୍କ ମଙ୍ଗଳଆରତି ଆରମ୍ଭ ହୋଇ ସାଢେ ୬ଟା ସୁଦ୍ଧା ଗୋପାଳ ବଲ୍ଲଭ ଓ ସକାଳ ଧୂପ ସରିଛି । ଏବେ ତିନିଠାକୁରଙ୍କ ସେନାପାଟ ଲାଗି ହେଉଛି । ସାଢେ ୧୧ଟା ସୁଦ୍ଧା ସେନାପାଟ ଲାଗି ଶେଷ ହେବା ପରେ ୧୧ଟା ୪୫ରେ ମଙ୍ଗଳାର୍ପଣ, ୧୨ଟାରୁ ୨ଟା ୩୦ରେ ବାହୁଡା ପହଣ୍ଡି, ୨ଟା ୩୦ରୁ ୩ଟା ବେଶ ଶେଷ, ୩ଟା ୩୦ରେ ଛେରା ପହଁରା, ୩ଟା ୩୦ରୁ ୪ଟା ଚାରମାଳ ଫିଟା ଓ ଘୋଡା ଲାଗି ହେବ । ୪ଟାରେ ରଥଟଣା ଆରମ୍ଭ ହେବ ବୋଲି ମନ୍ଦିର ପ୍ରଶାସନ ସୂତ୍ରରୁ ଜଣାପଡିଛି।

Related story