ଭୁବନେଶ୍ୱର: ଆଜି ରମଜାନ ମାସର ଶେଷଦିନ। ଆଜି ସଂଧ୍ୟାରେ ଚାନ୍ଦ୍ ଦେଖି ମାସକର ରୋଜା ବା ଉପବାସ ଭାଙ୍ଗିବେ ଇସଲାମ୍ ଧର୍ମାବଲମ୍ୱୀ। ଏହାପରେ ଆସନ୍ତାକାଲି ପାଳନ କରିବେ ଇଦ୍। ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ମସଜିଦ୍ ଏବଂ ଇଦଗାରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭାଇଚାରାର ସହର କୁହାଯାଉଥିବା କଟକର କଦମ୍-ଏ-ରସୁଲ, ପଲଟନ୍ ମସଜିଦ୍, ସାହି ମସଜିଦ୍, ଦେୱାନ ବଜାର ମସଜିଦ୍, ଇଦଗା ପ୍ରାର୍ଥନାସ୍ଥଳ ସମେତ ବିଭିନ୍ନ ସ୍ଥାନରେ ସାମୂହିକ ନମାଜ ପାଠ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କଟକରେ ଆଜି ସଂଧ୍ୟାରେ ଚାନ୍ଦ କମିଟି ବୈଠକ ବସିବ। ବୈଠକରେ ଆସନ୍ତାକାଲି ପାଳିତ ହେବାକୁ ଥିବା ପବିତ୍ର ଇଦ୍ ସଂପର୍କରେ ଘୋଷଣା କରାଯିବ। କଟକ ସମେତ ଭୁବନେଶ୍ୱର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ବାଲେଶ୍ୱର, ବ୍ରହ୍ମପୁର ଓ ବଲାଙ୍ଗିରରେ ଥିବା ମସଜିଦ୍ ଏବଂ ଇଦଗାରେ ଇଦ୍ ପାଳନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।