ଶକ୍ତି ବିଭାଗର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଶକ୍ତି ବିଭାଗର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ସରକାରଙ୍କ ଚତୁର୍ଥ ପାଳିର ପ୍ରଥମ ବର୍ଷରେ ବିଭାଗ କେତେ ସଫଳତା ପାଇଛି ଏବଂ କେଉଁ କେଉଁ କ୍ଷେତ୍ରରେ ବିଫଳ ହୋଇଛି ସେନେଇ ବିସ୍ତୃତ ଭାବେ ବିଭାଗୀୟ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାଶ ଏବଂ ସଚିବଙ୍କ ଉପସ୍ଥିତିରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ବିଶେଷ କରି ନିର୍ବାଚନ ଇସ୍ତାହାରର ପ୍ରତିଶୃତି ଅନୁସାରେ ବିଭାଗ ଲୋକଙ୍କୁ ସେବା ଯୋଗାଇବାରେ କେତେଦୂର ସକ୍ଷମ ହୋଇଛି ସେ ନେଇ ମଧ୍ୟ […]

sakti

Rakesh Mallick
  • Published: Monday, 08 June 2015
  • , Updated: 08 June 2015, 01:51 AM IST

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଶକ୍ତି ବିଭାଗର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ସରକାରଙ୍କ ଚତୁର୍ଥ ପାଳିର ପ୍ରଥମ ବର୍ଷରେ ବିଭାଗ କେତେ ସଫଳତା ପାଇଛି ଏବଂ କେଉଁ କେଉଁ କ୍ଷେତ୍ରରେ ବିଫଳ ହୋଇଛି ସେନେଇ ବିସ୍ତୃତ ଭାବେ ବିଭାଗୀୟ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାଶ ଏବଂ ସଚିବଙ୍କ ଉପସ୍ଥିତିରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ବିଶେଷ କରି ନିର୍ବାଚନ ଇସ୍ତାହାରର ପ୍ରତିଶୃତି ଅନୁସାରେ ବିଭାଗ ଲୋକଙ୍କୁ ସେବା ଯୋଗାଇବାରେ କେତେଦୂର ସକ୍ଷମ ହୋଇଛି ସେ ନେଇ ମଧ୍ୟ ବୈଠକରେ ଆଲୋଚନା ହେବ। ସେହିପରି ଲୋକଙ୍କୁ ୨୪ ଘଣ୍ଟିଆ ବିଦ୍ୟୁତ ସେବା ଏବଂ ପାୱାର ଟୁ ଅଲ୍ କାର୍ଯ୍ୟକାରୀ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇପାରେ। ବର୍ଷକ ମଧ୍ୟରେ ଗ୍ରାମାଞ୍ଚଳରେ ନୂଆ ବିଦ୍ୟୁତ ସଂଯୋଗ ଏବଂ କେତେ ବିପିଏଲ୍ ପରିବାରଙ୍କୁ ବିଦ୍ୟୁତ ସେବା ବିଭାଗ ପହଞ୍ଚାଇଛି ସେନେଇ ବୈଠକରେ ଆଲୋଚନା ହେବାର ମଧ୍ୟ ସମ୍ଭାବନା ରହିଛି।

Related story