ଭୁବନେଶ୍ୱର: ଆଜି ରାଜ୍ୟରେ ସ୍ପେଶାଲ୍ ଓଜେଇଇ ଅନୁଷ୍ଠିତ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏଇ ଏଣ୍ଟ୍ରାନସ କରାଯାଉଛି। ରାଜ୍ୟର ୬ଟି ସରକାରୀ ଓ ୯୦ଟି ଘରୋଇ ଇଂଜିନିୟରିଂ କଲେଜରେ ମୋଟ ୪୯ ହଜାର ସିଟ୍ ରହିଛି। ତେବେ ଜେଇଇ ମେନ୍ ରାଙ୍କ ଅନୁସାରେ ପ୍ରଥମ ପର୍ଯ୍ୟାୟ କାଉନସେଲିଂରେ ଚଏସ୍ ଲକିଂ କରିଛନ୍ତି ମାତ୍ର ୧୨ ହଜାର ୭୦୦ ଛାତ୍ରଛାତ୍ରୀ। ତେଣୁ ଖାଲି ପଡ଼ିଛି ପ୍ରାୟ ୩୭ ହଜାର ସିଟ୍। ଏ ସବୁ ସିଟ୍ ପୂରଣ ପାଇଁ ଆଜି ହେବ ସ୍ପେଶାଲ୍ ଓଜେଇଇ। ପୂର୍ବାହ୍ନ ୧୦ରୁ ୧୨ଟା ଯାଏଁ ହେବାକୁ ଥିବା ଏହି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିଛନ୍ତି ପ୍ରାୟ ୧୨ ହଜାର ଛାତ୍ରଛାତ୍ରୀ। କେବଳ ଭୁବନେଶ୍ୱରରେ ହୋଇଛି ୧୫ଟି ପରୀକ୍ଷା କେନ୍ଦ୍ର। ଜୁଲାଇ ୨୭ ସୁଦ୍ଧା ସ୍ପେଶାଲ୍ ଓଜେଇଇ ରେଜଲ୍ଟ ପ୍ରକାଶ ପାଇବ। ଯୋଗ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଅଗଷ୍ଟ ୮ରୁ ୧୪ ମଧ୍ୟରେ କାଉନ୍ସେଲିଂ କରାଯିବ। କିନ୍ତୁ ଏତେସବୁ ପରେ ବି ସିଟ୍ ଖାଲି ପଡ଼ିବା ନିଶ୍ଚିତ। ସେପଟେ ଜେଇଇ ମେନ୍ ରାଙ୍କ ଅନୁସାରେ ଦ୍ୱିତୀୟ ପର୍ଯ୍ୟାୟ କାଉନ୍ସେଲିଂ ଅଗଷ୍ଟ ପ୍ରଥମ ସପ୍ତାହରୁ ଆରମ୍ଭ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ରାଜଧାନୀରେ ଚାଞ୍ଚଲ୍ୟ; ଚଳନ୍ତା ସ୍କୁଟିରେ ଯାଉଥିବା ଯୁବକଙ୍କୁ ଚୋଟ, ମୁଣ୍ଡ-ଗଣ୍ଡି ଅଲଗା
ଆଜି ସକାଳ ପ୍ରାୟ ୮ଟା ବେଳେ ରସୁଲଗଡ଼ରୁ ବାଣୀବିହାର ଓଭରବ୍ରିଜ ଉପରେ ଜଣେ ଯୁବକ ସ୍କୁଟିରେ ଯାଉଥିଲେ। ଏହି ସମୟରେ ପଛରୁ ଏକ ବାଇକ୍ରେ ଆସିଥିବା ଦୁଇ ଯୁବକ ଚଳନ୍ତା ଗାଡ଼ିରେ ଯାଉଥିବା ଯୁବକଙ୍କୁ ଏକ ମାରଣାସ୍ତ୍ରରେ ଚୋଟ ପକାଇଥିଲେ।
Crime
ପୁଲିସ୍ ମାରିଛି ପୋଷ୍ଟର- ଅଭିଯୁକ୍ତକୁ ଧରାଇ ଦିଅ, ଲକ୍ଷେ ଟଙ୍କା ନିଅ
ସଂପୃକ୍ତ ଅଭିଯୁକ୍ତର ୨ଟି ଫଟୋ ଜାରି କରିଛି ସମ୍ବଲପୁର ପୁଲିସ୍। କୌଣସି ବ୍ୟକ୍ତି ଅଭିଯୁକ୍ତ ସମ୍ପର୍କରେ ସୂଚନା ଦେଲେ ତାଙ୍କୁ ଲକ୍ଷେ ଟଙ୍କା ପୁରସ୍କାର ରାଶି ଦିଆଯିବ ବୋଲି ପୁଲିସ କହିଛି।
Miscellaneous
ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ, ରାଜଧାନୀରେ ଜମିଲାଣି ଭିଭିଆଇପିଙ୍କ ଭିଡ଼
। ଆସନ୍ତାକାଲି ଜନତା ମୈଦାନରେ ପ୍ରବାସୀ ଭାରତୀୟ ସମ୍ମେଳନକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ ମୋଦି। ଆସିବା ଆଗରୁ ପ୍ରଧାନମନ୍ତ୍ରୀ ସୋଶାଲ ମିଡ଼ିଆ ଏକ୍ସରେ ଏ ନେଇ ସୂଚନା ଦେଇଛନ୍ତି।
Events & Festivals
ଆଜିଠୁ ପ୍ରବାସୀ ଭାରତୀୟ ସମ୍ମେଳନ, ସ୍ୱାଗତ ପାଇଁ ପ୍ରସ୍ତୁତ ଜନତା ମଇଦାନ
ଆଜି ଯୁବ ସମାବେଶରୁ ଆରମ୍ଭ ହେବ ୩ ଦିନିଆ ସମ୍ମିଳନୀ। ଯାହାକୁ ସମ୍ବୋଧନ କରିବେ ବୈଦେଶିକ ବ୍ୟାପାର ଏବଂ ଯୁବ ବ୍ୟାପାର ମନ୍ତ୍ରୀଙ୍କ ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ।
Events & Festivals
ମୁଖ୍ୟମନ୍ତ୍ରୀଙ୍କ ଅପିଲ: ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ କରନ୍ତୁ, ଶ୍ରେଷ୍ଠ ଅନୁଭୂତି ଦିଅନ୍ତୁ
ଆଜି ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ସଚିବ ମନୋଜ ଆହୁଜା ଓ କେନ୍ଦ୍ର ବୈଦେଶିକ ବ୍ୟାପାର ସଚିବ ଅରୁଣ କୁମାର ଚାଟାର୍ଜୀ କହିଛନ୍ତି ଯେ, ଯୁବ ସମାବେଶରୁ ୩ଦିନିଆ ପ୍ରବାସୀ ଭାରତୀୟ ଦିବସ ସମାରୋହ ଆରମ୍ଭ ହେବ । ଭାରତ ସରକାରଙ୍କ ପୂର୍ବୋଦୟ ବିକାଶ ଯୋଜନା ଅନୁସାରେ ଏଥର ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ୧୮ତମ ସଂସ୍କରଣ ଆୟୋଜନ କରାଯାଇଛି ।