ଆଜି ଶ୍ରୀଜିଉଙ୍କର ବନକଲାଗି ନୀତି

ପୁରୀ: ଦୀର୍ଘ ତିନିମାସ ପରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ବନକଲାଗି ନୀତି ହେବ।  ପ୍ରାକୃତିକ ରଙ୍ଗରେ ଦତ୍ତ ମହାପାତ୍ର ସେବାୟତ ଶ୍ରୀଜିଉଙ୍କର ଶ୍ରୀମୁଖ ଶିଙ୍ଗାର କରିବେ। ହିଙ୍ଗୁଳା, ହରିତାଲ, ଶଙ୍ଖଧଳା ଓ ଦୀପ କଳାରେ ଶିଙ୍ଗାର କରାଯିବା । ମଧ୍ୟାହ୍ନ ଧୂପ ପରେ ଶ୍ରୀଜିଉଙ୍କର ଏହି ନୀତି କରାଯିବ। ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦି ଲୋକ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି। ଏହି ସମୟରେ ଜଗମୋହନ ମରାମତି କାମ ମଧ୍ୟ […]

puri

Rakesh Mallick
  • Published: Wednesday, 03 February 2016
  • , Updated: 03 February 2016, 06:07 AM IST

ପୁରୀ: ଦୀର୍ଘ ତିନିମାସ ପରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ବନକଲାଗି ନୀତି ହେବ।  ପ୍ରାକୃତିକ ରଙ୍ଗରେ ଦତ୍ତ ମହାପାତ୍ର ସେବାୟତ ଶ୍ରୀଜିଉଙ୍କର ଶ୍ରୀମୁଖ ଶିଙ୍ଗାର କରିବେ। ହିଙ୍ଗୁଳା, ହରିତାଲ, ଶଙ୍ଖଧଳା ଓ ଦୀପ କଳାରେ ଶିଙ୍ଗାର କରାଯିବା । ମଧ୍ୟାହ୍ନ ଧୂପ ପରେ ଶ୍ରୀଜିଉଙ୍କର ଏହି ନୀତି କରାଯିବ। ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦି ଲୋକ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି। ଏହି ସମୟରେ ଜଗମୋହନ ମରାମତି କାମ ମଧ୍ୟ ବନ୍ଦ ରହିବ ।

ଗତ ନଭେମ୍ବର ୪ତାରିଖରେ ଶେଷ ଥର ପାଇଁ ବନକଲାଗି ନୀତି କରାଯାଇଥିଲା।

Related story