ଆଜିଠାରୁ ଓଡ଼ିଶାରେ ଆରମ୍ଭ ହେଲା ଇ-ଷ୍ଟାମ୍ପିଂ ବ୍ୟବସ୍ଥା

କଟକ: ଆଜିଠୁ ଓଡ଼ିଶାରେ ଇ-ଷ୍ଟାମ୍ପିଂ ଓ ଇଲେକଟ୍ରୋନିକ୍ସ ମାଧ୍ୟମରେ ରେଜିଷ୍ଟ୍ରେସନ୍ ଫି ବ୍ୟବସ୍ଥା ଆରମ୍ଭ ହୋଇଛି। କଟକରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ଗଣଶିକ୍ଷାମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଓ ରାଜସ୍ୱମନ୍ତ୍ରୀ ବିଜୟଶ୍ରୀ ରାଉତରାୟ। ରାଜସ୍ୱ ମନ୍ତ୍ରୀ ବିଜୟଶ୍ରୀ  ରାଉତରାୟ ଇ-ଷ୍ଟାମ୍ପିଂ ବ୍ୟବସ୍ଥାର ଶୁଭାରମ୍ଭ କରିଥିବା ବେଳେ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଇଲେକଟ୍ରୋନିକ୍ସ ମାଧ୍ୟମରେ ରେଜିଷ୍ଟେସନ୍ ଫି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନା କଟକ, ଭୁବନେଶ୍ୱର ଓ ରାଉରକେଲାରେ ପ୍ରଚଳିତ ହେବ। […]

ctc

Rakesh Mallick
  • Published: Monday, 27 June 2016
  • , Updated: 27 June 2016, 02:05 PM IST

କଟକ: ଆଜିଠୁ ଓଡ଼ିଶାରେ ଇ-ଷ୍ଟାମ୍ପିଂ ଓ ଇଲେକଟ୍ରୋନିକ୍ସ ମାଧ୍ୟମରେ ରେଜିଷ୍ଟ୍ରେସନ୍ ଫି ବ୍ୟବସ୍ଥା ଆରମ୍ଭ ହୋଇଛି। କଟକରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ଗଣଶିକ୍ଷାମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଓ ରାଜସ୍ୱମନ୍ତ୍ରୀ ବିଜୟଶ୍ରୀ ରାଉତରାୟ। ରାଜସ୍ୱ ମନ୍ତ୍ରୀ ବିଜୟଶ୍ରୀ  ରାଉତରାୟ ଇ-ଷ୍ଟାମ୍ପିଂ ବ୍ୟବସ୍ଥାର ଶୁଭାରମ୍ଭ କରିଥିବା ବେଳେ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଇଲେକଟ୍ରୋନିକ୍ସ ମାଧ୍ୟମରେ ରେଜିଷ୍ଟେସନ୍ ଫି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନା କଟକ, ଭୁବନେଶ୍ୱର ଓ ରାଉରକେଲାରେ ପ୍ରଚଳିତ ହେବ। ଏହାଦ୍ୱାରା ଯେଉଁ ବ୍ୟକ୍ତି ଯେତେ ଟଙ୍କାର ଷ୍ଟାମ୍ପ କିଣିବେ ସେହି ଟଙ୍କା ବ୍ୟାଙ୍କରେ ଜମା କରିବେ। ଏହାସହ ଷ୍ଟାମ୍ପ କିଣିବାର ସମସ୍ତ ତଥ୍ୟ ଇଲେକଟ୍ରୋନିକ ଡିଭାଇସ୍‌ ମାଧ୍ୟମରେ ସଂଗୃହୀତ ହୋଇ ରହିବ। ଦେଶର ୧୮ଟି ରାଜ୍ୟରେ ଏହି ବ୍ୟବସ୍ଥା ପୂର୍ବରୁ ଶୁଭାରମ୍ଭ ହୋଇସାରିଛି।

Related story