ମାଓବାଦୀଙ୍କ ପ୍ରତିବାଦ ସପ୍ତାହର ଆଜି ଶେଷଦିନ

କୋରାପୁଟ:  ମାଓବାଦୀଙ୍କ ପକ୍ଷରୁ ପାଳନ କରାଯାଉଥିବା ପ୍ରତିବାଦ ସପ୍ତାହ ଆଜି ଶେଷ ହୋଇଛି। ଏହି ଅବସରରେ ମାଓବାଦୀମାନେ ପ୍ରତିବାଦ ସପ୍ତାହର ଶେଷ ଦୁଇଦିନକୁ ସମ୍ପୂର୍ଣ୍ଣ ବନ୍ଦ ପାଳନ ପାଇଁ ଡାକରା ଦେଇଛନ୍ତି। ଏଥିପାଇଁ ସେମାନେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଷ୍ଟର ଓ ବ୍ୟାନର ଲଗାଇଛନ୍ତି। ଜିଲ୍ଲାର କାଲିମେଳା ଅଞ୍ଚଳରେ ଦୋକାନ ବଜାର ବନ୍ଦ ରହିବା ସହ ବହୁ ସରକାରୀ ଓ ବେସରକାରୀ ଅଫିସ ତଥା ସ୍କୁଲ କଲେଜ୍ ବନ୍ଦ ରହିଛି। ବିଶେଷକରି ଅଭ୍ୟନ୍ତରୀଣ ଅଞ୍ଚଳରେ ଜୀବନଯାତ୍ରା […]

kalimala

Rakesh Mallick
  • Published: Tuesday, 07 July 2015
  • , Updated: 07 July 2015, 06:43 AM IST

କୋରାପୁଟ:  ମାଓବାଦୀଙ୍କ ପକ୍ଷରୁ ପାଳନ କରାଯାଉଥିବା ପ୍ରତିବାଦ ସପ୍ତାହ ଆଜି ଶେଷ ହୋଇଛି। ଏହି ଅବସରରେ ମାଓବାଦୀମାନେ ପ୍ରତିବାଦ ସପ୍ତାହର ଶେଷ ଦୁଇଦିନକୁ ସମ୍ପୂର୍ଣ୍ଣ ବନ୍ଦ ପାଳନ ପାଇଁ ଡାକରା ଦେଇଛନ୍ତି। ଏଥିପାଇଁ ସେମାନେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଷ୍ଟର ଓ ବ୍ୟାନର ଲଗାଇଛନ୍ତି। ଜିଲ୍ଲାର କାଲିମେଳା ଅଞ୍ଚଳରେ ଦୋକାନ ବଜାର ବନ୍ଦ ରହିବା ସହ ବହୁ ସରକାରୀ ଓ ବେସରକାରୀ ଅଫିସ ତଥା ସ୍କୁଲ କଲେଜ୍ ବନ୍ଦ ରହିଛି। ବିଶେଷକରି ଅଭ୍ୟନ୍ତରୀଣ ଅଞ୍ଚଳରେ ଜୀବନଯାତ୍ରା ଏକ ପ୍ରକାର ଠପ୍ ହୋଇଯାଇଛି। ପୋଲିସ ପକ୍ଷରୁ  ଅପରେସନକୁ ଜୋରଦାର କରାଯିବା ସହ ସୀମା ସିଲ ଓ ପେଟ୍ରୋଲିଂକୁ ବଢ଼ାଇ ଦିଆଯାଇଛି।

Related story