ଆଜିଠୁ ଯୁକ୍ତ ୨ ନାମ ଲେଖା

ଭୁବନେଶ୍ୱର:ଆଜି ଠାରୁ ଆରମ୍ଭ ହେବ ଯୁକ୍ତ ଦୁଇ ନାମ ଲେଖା। ଏକାସଙ୍ଗେ କାଳ, ବିଜ୍ଞାନ ଓ ବାଣିଜ୍ୟ ପାଠ୍ୟକ୍ରମ ପାଇଁ ନାମ ଲେଖା ହେବ। ଛାତ୍ରଛାତ୍ରୀ ଦିନ ୧୦ଟାରୁ ନାଁ ଲେଖାଇ ପାରିବେ। ଛାତ୍ରଛାତ୍ରୀମାନେ ମନୋନୀତ କଲେଜରେ ନାମ ଲେଖାଇ ପାରିବେ। ପ୍ରଥମ ପର୍ଯ୍ୟାୟରେ ମନୋନୀତ ଛାତ୍ରଛାତ୍ରୀ ସେହି କଲେଜରେ ଆଡମିଶନ ନେବାକୁ ବାଧ୍ୟ। ନଚେତ୍ ସେମାନେ ନାମ ଲେଖା ପ୍ରକ୍ରିୟାରୁ ବାଦ୍ ପଡିବେ। ଆଡମିଶନ ବେଳେ ଆବଶ୍ୟକ ପ୍ରମାଣ ପତ୍ର ଜରୁରୀ। ସିବିଏସଇର ଛାତ୍ରଛାତ୍ରୀଙ୍କୁ ଦଶମ […]

admission

Rakesh Mallick
  • Published: Saturday, 04 July 2015
  • , Updated: 04 July 2015, 01:33 AM IST

ଭୁବନେଶ୍ୱର:ଆଜି ଠାରୁ ଆରମ୍ଭ ହେବ ଯୁକ୍ତ ଦୁଇ ନାମ ଲେଖା। ଏକାସଙ୍ଗେ କାଳ, ବିଜ୍ଞାନ ଓ ବାଣିଜ୍ୟ ପାଠ୍ୟକ୍ରମ ପାଇଁ ନାମ ଲେଖା ହେବ। ଛାତ୍ରଛାତ୍ରୀ ଦିନ ୧୦ଟାରୁ ନାଁ ଲେଖାଇ ପାରିବେ। ଛାତ୍ରଛାତ୍ରୀମାନେ ମନୋନୀତ କଲେଜରେ ନାମ ଲେଖାଇ ପାରିବେ। ପ୍ରଥମ ପର୍ଯ୍ୟାୟରେ ମନୋନୀତ ଛାତ୍ରଛାତ୍ରୀ ସେହି କଲେଜରେ ଆଡମିଶନ ନେବାକୁ ବାଧ୍ୟ। ନଚେତ୍ ସେମାନେ ନାମ ଲେଖା ପ୍ରକ୍ରିୟାରୁ ବାଦ୍ ପଡିବେ। ଆଡମିଶନ ବେଳେ ଆବଶ୍ୟକ ପ୍ରମାଣ ପତ୍ର ଜରୁରୀ। ସିବିଏସଇର ଛାତ୍ରଛାତ୍ରୀଙ୍କୁ ଦଶମ ପାସ୍ ସମ୍ପର୍କିତ ମାକସିଟ୍ ଓ ସାଟିଫିକେଟ୍ ମିଳିନଥିବାରୁ ସେମାନେ ମାକସିଟ୍ ଡାଉନଲଡ୍ କରି ସ୍କୁଲ କର୍ତ୍ତପକ୍ଷଙ୍କୁ ସ୍ୱାକ୍ଷର କରାଇ ଆଡମିଶନରେ ଭାଗ ନେଇ ପାରିବେ। ରାଜ୍ୟର ୧୫ ଶହ ୧୨ଟି ଯୁକ୍ତ ଦୁଇ କଲେଜରେ ମୋଟ ୪୨ ଲକ୍ଷ ୪୧ ହଜାର ୨୨୦ଟି ସିଟ୍ ରହିଛି। ଏଥିରେ ପ୍ରଥମ ପର୍ଯ୍ୟାୟ ଆଡମିଶନ ପାଇଁ ମନୋନୀତ ହୋଇଛନ୍ତି ୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ। ଏହି ଆଡମିଶନ ପକ୍ରିୟା ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଚାଲିବ।

Related story