ବରଗଡ଼ ଓ ନୂଆପଡ଼ା ଜିଲ୍ଲାର ମରୁଡ଼ି ସ୍ଥିତି ଅନୁଧ୍ୟାନ କରୁଛନ୍ତି କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ରାଜ୍ୟରେ ମରୁଡ଼ି ସ୍ଥିତି ଅନୁଧ୍ୟାନ ପାଇଁ ଆସିଥିବା କେନ୍ଦ୍ରୀୟ ଟିମ୍ ଗୁରୁବାର ପ୍ରଭାବିତ ଜିଲ୍ଲା ପରିଦର୍ଶନ କରିଛନ୍ତି। ୫ ଜଣିଆ ପ୍ରତିନିଧି ଦଳ ବରଗଡ଼ ଜିଲ୍ଲା ପଦମପୁର ଯାଇ ମରୁଡ଼ି ପ୍ରଭାବିତ ଅଞ୍ଚଳ ବୁଲି ଦେଖୁଛନ୍ତି । ଆସନ୍ତାକାଲି ସେମାନେ ବଲାଙ୍ଗିର ଜିଲ୍ଲା ଯିବାର କାର୍ଯ୍ୟକ୍ରମ ରହିଛି। ସେହିପରି  କେନ୍ଦ୍ରୀୟ ପ୍ରତିନିଧି ଦଳର ଆଉ ଏକ ଟିମ୍ ନୂଆପଡ଼ା ଜିଲ୍ଲାରେ ପହଞ୍ଚିଛନ୍ତି। ଏହି ଦଳ ଆଜି ନୂଆପଡା ଜିଲ୍ଲା ପରିଦର୍ଶନ କରିବା ପରେ ଆସନ୍ତାକାଲି କଳାହାଣ୍ଡି ଜିଲ୍ଲା […]

kandra tim

Rakesh Mallick
  • Published: Thursday, 03 December 2015
  • , Updated: 03 December 2015, 09:26 AM IST

ଭୁବନେଶ୍ୱର: ରାଜ୍ୟରେ ମରୁଡ଼ି ସ୍ଥିତି ଅନୁଧ୍ୟାନ ପାଇଁ ଆସିଥିବା କେନ୍ଦ୍ରୀୟ ଟିମ୍ ଗୁରୁବାର ପ୍ରଭାବିତ ଜିଲ୍ଲା ପରିଦର୍ଶନ କରିଛନ୍ତି। ୫ ଜଣିଆ ପ୍ରତିନିଧି ଦଳ ବରଗଡ଼ ଜିଲ୍ଲା ପଦମପୁର ଯାଇ ମରୁଡ଼ି ପ୍ରଭାବିତ ଅଞ୍ଚଳ ବୁଲି ଦେଖୁଛନ୍ତି । ଆସନ୍ତାକାଲି ସେମାନେ ବଲାଙ୍ଗିର ଜିଲ୍ଲା ଯିବାର କାର୍ଯ୍ୟକ୍ରମ ରହିଛି।

ସେହିପରି  କେନ୍ଦ୍ରୀୟ ପ୍ରତିନିଧି ଦଳର ଆଉ ଏକ ଟିମ୍ ନୂଆପଡ଼ା ଜିଲ୍ଲାରେ ପହଞ୍ଚିଛନ୍ତି। ଏହି ଦଳ ଆଜି ନୂଆପଡା ଜିଲ୍ଲା ପରିଦର୍ଶନ କରିବା ପରେ ଆସନ୍ତାକାଲି କଳାହାଣ୍ଡି ଜିଲ୍ଲା ଗସ୍ତ କରିବେ। ମରୁଡ଼ି ପ୍ରଭାବିତ ଅଞ୍ଚଳକୁ ଯିବା ପୂର୍ବରୁ କେନ୍ଦ୍ରୀୟ ଟିମ୍ ଗୁରୁବାର ସକାଳେ ଭୁବନେଶ୍ୱରରେ ସ୍ୱତନ୍ତ୍ର ରିଲିଫ କମିଶନର୍ ପ୍ରଦୀପ୍ତ ମହାପାତ୍ରଙ୍କୁ ଭେଟି ଆଲୋଚନା କରିଛନ୍ତି ।

ଫିଲଡ୍ ଭିଜିଟ୍ ପରେ ଟିମ୍  ୫ ତାରିଖରେ ସଚିବାଳୟରେ ରାଜ୍ୟ ଅଧିକାରୀଙ୍କ ସହ ଆଲୋଚନା କରିବେ। ଏହି ଟିମରେ ଦୁଇ ଜଣ ଓଡ଼ିଆ ଅଧିକାରୀ ରହିଛନ୍ତି ।

ପୂର୍ବରୁ ଗତ ଅକ୍ଟୋବର ୭ ଓ ୮ ତାରିଖରେ କେନ୍ଦ୍ରୀୟ ଟିମ୍ ମରୁଡ଼ି ଅଞ୍ଚଳ ଗସ୍ତ କରି ରାଜ୍ୟ ସରକାରଙ୍କୁ କିଛି ପ୍ରସ୍ତାବ ଦେଇଥିଲେ। ରାଜ୍ୟର ଦେଖାଦେଇଥିବା ଉତ୍କଟ ମରୁଡ଼ିର ମୁକାବିଲା ଲାଗି ୧୬ଶହ ୮୭ କୋଟି ଟଙ୍କାର ମଧ୍ୟବର୍ତ୍ତୀକାଳିନ ସହାୟତା ଦେବା ପାଇଁ ଗତ ୨୩ ତାରିଖରେ କେନ୍ଦ୍ର ନିକଟରେ ଦାବି ରଖିଥିଲେ ରାଜ୍ୟ ସରକାର। ମରୁଡ଼ି ଯୋଗୁଁ ରାଜ୍ୟରେ ଶହେରୁ ଅଧିକ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

Related story