ସତ ଉଗାରିଲେ ଆକାଶ ପାଠକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଆକାଶ ପାଠକ ସତ ଉଗାରିଛନ୍ତି। ସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି।’ ଆକାଶ ପାଠକର ୪ ଦିନିଆ ରିମାଣ୍ଡ ଆଜି ଶେଷ ହେବା ପରେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ଏହି ସୂଚନା ଦେଇଛନ୍ତି। ସ୍କାଏ କିଙ୍ଗର ୬୫ ଲକ୍ଷ ଟଙ୍କା ଠକେଇ ମାମଲାରେ ଆକାଶଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଥିଲା କମିଶନରେଟ୍ ପୁଲିସ୍। ଡିସିପି କହିଛନ୍ତି, ଯେଉଁ ଉଦ୍ଦେଶ୍ୟରେ ଆକାଶ ପାଠକଙ୍କୁ ରିମାଣ୍ଡରେ ଅଣାଯାଇଥିଲା, ତାହା ସଫଳ ହୋଇଛି। ରିମାଣ୍ଡରେ ତାଙ୍କ ଠାରୁ […]

akash

Jitendra Garnayak
  • Published: Sunday, 20 December 2020
  • , Updated: 20 December 2020, 01:52 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଆକାଶ ପାଠକ ସତ ଉଗାରିଛନ୍ତି। ସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି।’ ଆକାଶ ପାଠକର ୪ ଦିନିଆ ରିମାଣ୍ଡ ଆଜି ଶେଷ ହେବା ପରେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ଏହି ସୂଚନା ଦେଇଛନ୍ତି। ସ୍କାଏ କିଙ୍ଗର ୬୫ ଲକ୍ଷ ଟଙ୍କା ଠକେଇ ମାମଲାରେ ଆକାଶଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଥିଲା କମିଶନରେଟ୍ ପୁଲିସ୍।

ଡିସିପି କହିଛନ୍ତି, ଯେଉଁ ଉଦ୍ଦେଶ୍ୟରେ ଆକାଶ ପାଠକଙ୍କୁ ରିମାଣ୍ଡରେ ଅଣାଯାଇଥିଲା, ତାହା ସଫଳ ହୋଇଛି। ରିମାଣ୍ଡରେ ତାଙ୍କ ଠାରୁ ଅନେକ ତଥ୍ୟ ମିଳିଛି।

ଆକାଶଙ୍କ ନାଁ ଚାକିରି ଦେବା ନାଁରେ ଠକେଇ ମାମଲା ବି ରହିଛି। ନିଜକୁ ଟାଟା ମୋଟର୍ସର ଏମ୍‌ଡି ଭାବେ ପରିଚୟ ଦେଇ ସେ ବହୁ ଲୋକଙ୍କ ଠାରୁ ଅର୍ଥ ହଡ଼ପ କରିଥିବା ଅଭିଯୋଗ ରହିଛି। ବିଜେଡିରୁ ନିଲମ୍ବିତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବି ଏହି ଠକେଇରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି ଓ ସେ ବି ଗିରଫ ହୋଇଛନ୍ତି। ଚାକିରି ଦେବା ନାଁରେ ସେ ଲୋକଙ୍କଠାରୁ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଛି। ସେହିପରି ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଆକାଶଙ୍କ ବାପା ତଥା ଆଇଏଫ୍‌ଏସ୍ ଅଫିସର ଅଭୟକାନ୍ତ ପାଠକ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ଇତିମଧ୍ୟରେ ତାଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛନ୍ତି ରାଜ୍ୟ ସରକାର।

Related story