ଅଲଗା ଅଲଗା ଦାବିରେ ୩ଟି କଲେଜରେ ଛାତ୍ର ଅଶାନ୍ତି

ଭୁବନେଶ୍ୱର: ଆଗକୁ ଛାତ୍ର ନିର୍ବାଚନ। ହେଲେ ଏବେଠାରୁ କଲେଜ କ୍ୟାମ୍ପସ୍‌ଗୁଡିକ ଅଶାନ୍ତ ହୋଇପଡ଼ିଲାଣି। ବିଭିନ୍ନ ଦାବି ପୂରଣ ପାଇଁ ଆଜି ସୁନ୍ଦରଗଡ଼ ଜିଲ୍ଲା ବଣେଇ କଲେଜ, ବାଲେଶ୍ୱର ଫକୀରମୋହନ ଜୁନିୟର କଲେଜ ଓ ଜୟପୁର ବିକ୍ରମଦେବ କଲେଜରେ ଉତ୍ତେଜନା ଦେଖାଦେଇଛି। ସୁରକ୍ଷା ଦୃଷ୍ଟିରୁ ଏହି କଲେଜଗୁଡିକରେ ବ୍ୟାପକ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି। ବଣାଇ କଲେଜରେ ଅଧ୍ୟାପକ ଓ ଅଧ୍ୟାପିକା ପଦବୀ ଖାଲି ପଡ଼ିଥିବାରୁ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି। ଯଥାଶୀଘ୍ର ଅଧ୍ୟାପକ ଓ ଅଧ୍ୟାପିକା […]

jaypur college

Rakesh Mallick
  • Published: Monday, 08 August 2016
  • , Updated: 08 August 2016, 06:09 PM IST

ଭୁବନେଶ୍ୱର: ଆଗକୁ ଛାତ୍ର ନିର୍ବାଚନ। ହେଲେ ଏବେଠାରୁ କଲେଜ କ୍ୟାମ୍ପସ୍‌ଗୁଡିକ ଅଶାନ୍ତ ହୋଇପଡ଼ିଲାଣି। ବିଭିନ୍ନ ଦାବି ପୂରଣ ପାଇଁ ଆଜି ସୁନ୍ଦରଗଡ଼ ଜିଲ୍ଲା ବଣେଇ କଲେଜ, ବାଲେଶ୍ୱର ଫକୀରମୋହନ ଜୁନିୟର କଲେଜ ଓ ଜୟପୁର ବିକ୍ରମଦେବ କଲେଜରେ ଉତ୍ତେଜନା ଦେଖାଦେଇଛି। ସୁରକ୍ଷା ଦୃଷ୍ଟିରୁ ଏହି କଲେଜଗୁଡିକରେ ବ୍ୟାପକ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି।

ବଣାଇ କଲେଜରେ ଅଧ୍ୟାପକ ଓ ଅଧ୍ୟାପିକା ପଦବୀ ଖାଲି ପଡ଼ିଥିବାରୁ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି। ଯଥାଶୀଘ୍ର ଅଧ୍ୟାପକ ଓ ଅଧ୍ୟାପିକା ପଦବୀ ପୂରଣ ପାଇଁ ଛାତ୍ରଛାତ୍ରୀମାନେ ଅଧ୍ୟକ୍ଷଙ୍କୁ ଅନୁରୋଧ କରିଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ଏହାର ପ୍ରତିବାଦରେ ଆଜି ଛାତ୍ରଛାତ୍ରୀମାନେ ଅଧ୍ୟକ୍ଷଙ୍କ ବଦଳି ଦାବି କରି ତାଙ୍କ ଅଫିସ୍‌ରେ ତାଲା ପକାଇ ବିକ୍ଷୋଭ କରିଥିଲେ।

ଫକୀରମୋହନ ଜୁନିୟର କଲେଜର ଅଧ୍ୟାପକଙ୍କ ବଦଳି ବାତିଲ୍‌ ଦାବିରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ ଚଳାଇଛନ୍ତି। ଛାତ୍ରଛାତ୍ରୀମାନେ କଲେଜ ମୁଖ୍ୟ ଗେଟ୍‌ରେ ତାଲା ପକାଇ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଜୟପୁର ବିକ୍ରମଦେବ କଲେଜରେ ଅଧ୍ୟାପକ ନିଯୁକ୍ତି, ପାଠାଗାରାକୁ ପୁସ୍ତକ ଯୋଗାଇବା, କଲେଜ କୋଠା ନିର୍ମାଣ ସାରିବା ପ୍ରମୁଖ ଦାବି ପୂରଣ ପାଇଁ ଛାତ୍ରଛାତ୍ରୀମାନେ ଗେଟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜୟପୁର ଉପଜିଲ୍ଲାପାଳ ଓ ସ୍ଥାନୀୟ ବିଧାୟକ, କଲେଜ ଅଧ୍ୟକ୍ଷ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରି ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

Related story