‘ନୂଆବର୍ଷ ସୁଦ୍ଧା ଖୋଲିବ ସବୁ କ୍ଲାସ୍‌, ଏବେ ଫୋକସ୍‌ରେ ଷଷ୍ଠ, ସପ୍ତମ’

ସମ୍ବଲପୁର(ଓଡ଼ିଶା ରିପୋର୍ଟର): କରୋନା ଯୋଗୁ ବିପର୍ଯ୍ୟସ୍ତ ହୋଇ ଯାଇଥିବା ପାଠପଢ଼ା ଏବେ ଧିରେ ଧିରେ ଟ୍ରାକ୍‌କୁ ଆସୁଛି। ଏ ଯାଏ ଅଷ୍ଠମରୁ ଦ୍ୱାଦଶ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢ଼ା କ୍ଲାସରୁମ୍‌ରେ ଚାଲିଥିବା ବେଳେ ଦିପାବଳୀ ପରେ ଖୋଲିବ ଷଷ୍ଠ ଓ ସପ୍ତମ । ହେଲେ ନୂଆବର୍ଷ ସୁଦ୍ଧା ସବୁ ଶ୍ରେଣୀ ଖୋଲିପାରେ ବୋଲି  ଆଶାବାଦୀ ଥିବା କହିଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ।  ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ଉପରେ ବିଚାର କରାଯିବ […]

samir das

Niharika Rout
  • Published: Wednesday, 03 November 2021
  • , Updated: 03 November 2021, 11:30 AM IST

ସମ୍ବଲପୁର(ଓଡ଼ିଶା ରିପୋର୍ଟର): କରୋନା ଯୋଗୁ ବିପର୍ଯ୍ୟସ୍ତ ହୋଇ ଯାଇଥିବା ପାଠପଢ଼ା ଏବେ ଧିରେ ଧିରେ ଟ୍ରାକ୍‌କୁ ଆସୁଛି। ଏ ଯାଏ ଅଷ୍ଠମରୁ ଦ୍ୱାଦଶ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢ଼ା କ୍ଲାସରୁମ୍‌ରେ ଚାଲିଥିବା ବେଳେ ଦିପାବଳୀ ପରେ ଖୋଲିବ ଷଷ୍ଠ ଓ ସପ୍ତମ । ହେଲେ ନୂଆବର୍ଷ ସୁଦ୍ଧା ସବୁ ଶ୍ରେଣୀ ଖୋଲିପାରେ ବୋଲି  ଆଶାବାଦୀ ଥିବା କହିଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ।  ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ଉପରେ ବିଚାର କରାଯିବ ବୋଲି ମନ୍ତ୍ରୀ ସମ୍ବଲପୁର ଗସ୍ତବେଳେ ସୂଚନା ଦେଇଛନ୍ତି ।

ଏନେଇ ଗଣମାଧ୍ୟମ ପ୍ରତିନିଧୀଙ୍କୁ ଦେଇ ଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି,  କରୋନାର ତୃତୀୟ ଲହରର କୋପ ଧିରେ ଧିରେ କମିବାରେ ଲାଗିଛି। ତେଣୁ  ନୂଆବର୍ଷ ବେଳକୁ ସବୁ କ୍ଲାସ ଖୋଲିଯାଇଥିବ ବୋଲି ଆଶା କରୁଛୁ। ପ୍ରଥମ ପର୍ଯ୍ୟାୟରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିବା ଉପରେ ବିଚାର କରୁଛୁ । ପରବର୍ତ୍ତୀ ପଯର୍ୟାୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ଉପରେ ବିଚାର କରାଯିବ । ପ୍ରଥମ, ଦ୍ୱିତିୟ ପିଲାଙ୍କୁ ସାମାଜିକ ଦୂରତା ବିଷୟରେ କହି କିଛି ଲାଭ ନାହିଁ। ତେଣୁ ସେମାନଙ୍କ ସ୍କୁଲ ଖୋଲିବା ପରେ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ।

ଏବେ ଶିକ୍ଷକ ନିଯୁକ୍ତି ପ୍ରକିୟା ଚାଲିଛି। ଡିସେମ୍ବର ପୂର୍ବରୁ ୧୬ ହଜାର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଶେଷ ହେବ ବୋଲି କହିଛନ୍ତି ଶିକ୍ଷା ମନ୍ତ୍ରୀ।

Related story