ଟ୍ୱିନ ସିଟିରେ କୋଚିଂ କ୍ଲାସ, ଡ୍ୟାନ୍ସ କ୍ଲାସ ବନ୍ଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାରାତ୍ମକ କରୋନା ଭାଇରସକୁ ରାଜ୍ୟ ବିପର୍ଯ୍ୟୟ ଭାବେ ରାଜ୍ୟ ସରକାର ଘୋଷଣା କରିବାପରେ କମିଶନରେଟ ପୁଲିସ୍ ପକ୍ଷରୁ ପ୍ରତିଷେଧକମୂଳକ ପଦକ୍ଷେପ ନିଆଯାଇଛି। ଟ୍ୱିନସିଟିର ସମସ୍ତ କୋଚିିଂ ଓ ଟ୍ୟୁସନ ସେଣ୍ଟର, ଡ୍ୟାନ୍ସ କ୍ଲାସ୍ ଆଦି ବନ୍ଦ ରହିବ। ପୁଲିସ ପକ୍ଷରୁ ଏସବୁ ସେଣ୍ଟର ବନ୍ଦ ରହିଛି କି ନାହିଁ ତାହା ମଧ୍ୟ ଯାଞ୍ଚ କରାଯିବ। ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଆଜି ଟ୍ୱିଟ୍ କରି ଜଣାଇଛନ୍ତି ଯେ,ସମସ୍ତ ପ୍ରକାରର କୋଚିଂ ଓ ଟ୍ୟୁସନ ସେଣ୍ଟର […]

girls-outshine-boys-in-odisha-matriculation-exam

Manoranjan Sial
  • Published: Saturday, 14 March 2020
  • , Updated: 14 March 2020, 11:06 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାରାତ୍ମକ କରୋନା ଭାଇରସକୁ ରାଜ୍ୟ ବିପର୍ଯ୍ୟୟ ଭାବେ ରାଜ୍ୟ ସରକାର ଘୋଷଣା କରିବାପରେ କମିଶନରେଟ ପୁଲିସ୍ ପକ୍ଷରୁ ପ୍ରତିଷେଧକମୂଳକ ପଦକ୍ଷେପ ନିଆଯାଇଛି। ଟ୍ୱିନସିଟିର ସମସ୍ତ କୋଚିିଂ ଓ ଟ୍ୟୁସନ ସେଣ୍ଟର, ଡ୍ୟାନ୍ସ କ୍ଲାସ୍ ଆଦି ବନ୍ଦ ରହିବ। ପୁଲିସ ପକ୍ଷରୁ ଏସବୁ ସେଣ୍ଟର ବନ୍ଦ ରହିଛି କି ନାହିଁ ତାହା ମଧ୍ୟ ଯାଞ୍ଚ କରାଯିବ।

ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଆଜି ଟ୍ୱିଟ୍ କରି ଜଣାଇଛନ୍ତି ଯେ,ସମସ୍ତ ପ୍ରକାରର କୋଚିଂ ଓ ଟ୍ୟୁସନ ସେଣ୍ଟର ବନ୍ଦ ରଖିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ତେଣୁ ଅଭିଭାବକମାନେ ନିଜର ପିଲାମାନଙ୍କୁ କୋଚିଂ ସେଣ୍ଟରକୁ ନପଠାଇବାକୁ ସେ ପରାମର୍ଶ ଦେଇଛନ୍ତି। ପୁଲିସ ଅଫିସରମାନଙ୍କୁ ଏସବୁ କୋଚିଂ ସେଣ୍ଟର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କେବଳ କୋଚିଂ ଓ ଟ୍ୟୁସନ ସେଣ୍ଟର ନୁହେଁ ଡ୍ୟାନ୍ସ ଓ ଡ୍ରଇଂ କ୍ଲାସ ବନ୍ଦ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ଷଡ଼ଙ୍ଗୀ ସ୍ପଷ୍ଟ କରିଛନ୍ତି।

Related story