ଫେବୃଆରି ୧୫ରୁ ସ୍ୱାଭାବିକ ଭାବେ ଚାଲିବ ରାଜ୍ୟର ସମସ୍ତ ଅଦାଲତ

କଟକ(ଓଡ଼ିଶା ରିପୋର୍ଟର): ଦୀର୍ଘ ଦିନ ହେବ  କରୋନା କଟକଣା ହେତୁ ବନ୍ଦ ରହିବା ପରେ  ଫେବୃଆରି ୧୫ ତାରିଖରୁ ସ୍ୱାଭାବିକ ଭାବେ ଚାଲିବ ରାଜ୍ୟର ସମସ୍ତ ଅଦାଲତ । SOP ପାଳନ ସହିତ ହାଇକୋର୍ଟ ସମେତ ଅନ୍ୟ କୋର୍ଟ ଓ ଟ୍ରିବ୍ୟୁନାଲରେ ବ୍ୟକ୍ତିଗତ ହାଜିରା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ବ୍ୟକ୍ତିଗତ ଭାବେ ହାଜିରା ସହିତ ଜଣେ ଚାହିଁଲେ ଭର୍ଜୁଆଲ୍ ପ୍ଲାଟଫର୍ମରେ ମଧ୍ୟ ଅଦାଲତଙ୍କ ନିକଟରେ ହାଜର ହୋଇପାରିବ  । ତେବେ କେଉଁ ମାଧ୍ୟମରେ ସଂପୃକ୍ତ […]

Orissa High Court

Niharika Rout
  • Published: Saturday, 30 January 2021
  • , Updated: 30 January 2021, 08:50 AM IST

କଟକ(ଓଡ଼ିଶା ରିପୋର୍ଟର): ଦୀର୍ଘ ଦିନ ହେବ  କରୋନା କଟକଣା ହେତୁ ବନ୍ଦ ରହିବା ପରେ  ଫେବୃଆରି ୧୫ ତାରିଖରୁ ସ୍ୱାଭାବିକ ଭାବେ ଚାଲିବ ରାଜ୍ୟର ସମସ୍ତ ଅଦାଲତ । SOP ପାଳନ ସହିତ ହାଇକୋର୍ଟ ସମେତ ଅନ୍ୟ କୋର୍ଟ ଓ ଟ୍ରିବ୍ୟୁନାଲରେ ବ୍ୟକ୍ତିଗତ ହାଜିରା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ବ୍ୟକ୍ତିଗତ ଭାବେ ହାଜିରା ସହିତ ଜଣେ ଚାହିଁଲେ ଭର୍ଜୁଆଲ୍ ପ୍ଲାଟଫର୍ମରେ ମଧ୍ୟ ଅଦାଲତଙ୍କ ନିକଟରେ ହାଜର ହୋଇପାରିବ  । ତେବେ କେଉଁ ମାଧ୍ୟମରେ ସଂପୃକ୍ତ ବ୍ୟକ୍ତି ହାଜର ହେବ, ସେ ସଂପର୍କରେ ତା ପୂର୍ବ ଦିନ ଓକିଲଙ୍କ ଜରିଆରେ ରେଜିଷ୍ଟ୍ରିଙ୍କୁ ଅବଗତ କରିବାକୁ ପଡ଼ିବ । ଏ ସଂପର୍କରେ ପୂର୍ବ ସଂଧ୍ୟାରେ ରେଜିଷ୍ଟ୍ରିଙ୍କୁ କହିବାକୁ ସମସ୍ତ ଓକିଲଙ୍କୁ କୁହାଯାଇଛି।

Related story