ବିଭିନ୍ନ ଜିଲ୍ଲାରେ ସ୍ୱାଧୀନତା ଦିବସ

କଟକ:  ଆଜି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୭୦ ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି। କଟକରେ ବେଶ୍‌ ଧୁମ୍‌ଧାମରେ ପାଳିତ ହୋଇଛି ସ୍ୱାଧୀନତା ଦିବସ।  ଜିଲ୍ଲାସ୍ତରୀୟ ପରେଡରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ  କେଶରୀ ଆରୁଖ ମୁଖ୍ୟଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ। ଏଥିରେ ପୋଲିସ୍‌ ବାହିନୀ, ଏନ୍‌ସିସି ଓ ସ୍କାଉଟ୍‌ ବାହିନୀ ପକ୍ଷରୁ ଚିତାକର୍ଷକ ପରେଡ୍‌ ପ୍ରଦର୍ଶନ କରାଯାଇଥିଲା। ବାଲେଶ୍ୱରରେ ଜିଲ୍ଲାସ୍ତରୀୟ ପରେଡ୍‌ ଉତ୍ସବରେ […]

ctc

Rakesh Mallick
  • Published: Monday, 15 August 2016
  • , Updated: 15 August 2016, 01:03 PM IST

କଟକ:  ଆଜି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୭୦ ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି। କଟକରେ ବେଶ୍‌ ଧୁମ୍‌ଧାମରେ ପାଳିତ ହୋଇଛି ସ୍ୱାଧୀନତା ଦିବସ।  ଜିଲ୍ଲାସ୍ତରୀୟ ପରେଡରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ  କେଶରୀ ଆରୁଖ ମୁଖ୍ୟଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ। ଏଥିରେ ପୋଲିସ୍‌ ବାହିନୀ, ଏନ୍‌ସିସି ଓ ସ୍କାଉଟ୍‌ ବାହିନୀ ପକ୍ଷରୁ ଚିତାକର୍ଷକ ପରେଡ୍‌ ପ୍ରଦର୍ଶନ କରାଯାଇଥିଲା।

ବାଲେଶ୍ୱରରେ ଜିଲ୍ଲାସ୍ତରୀୟ ପରେଡ୍‌ ଉତ୍ସବରେ ମୁଖ୍ୟଅତିଥି ଭାବେ ଅବକାରୀ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଯୋଗ ଦେଇଥିଲେ। ଏହି ଅବସରରେ ଆୟୋଜିତ ପରେଡ ଉତ୍ସବରେ ୪୮ଟି ଟ୍ରୁପ୍‌ ପ୍ରଦର୍ଶନ କରିଥିଲେ।

ଭଦ୍ରକରେ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ।

ଝାରସୁଗୁଡ଼ା ମନମୋହନ ସ୍କୁଲ ପଡ଼ିଆରେ ପାଳିତ ହୋଇଛି ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ। ଜିଲ୍ଲାପାଳ ବିଭୂତି ଭୂଷଣ ପଟ୍ଟନାୟକ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ।

ସେହିପରି କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଉପଜିଲ୍ଲାପାଳ ଡଃ ମହେଶ୍ୱର ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ।

ବରଗଡ଼ରେ  ଜର୍ଜ ହାଇସ୍କୁଲ ପଡ଼ିଆରେ ୭୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଜିଲ୍ଲାପାଳ ଅଞ୍ଜନ କୁମାର ମାଣିକ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହାପରେ ଜିଲ୍ଲାପାଳ ମୁଖ୍ୟ ଚିକିତ୍ସାଳୟକୁ ଯାଇ ରୋଗୀମାନଙ୍କୁ ଫଳ ଓ  ଜିଲ୍ଲା କାରଗାରରେ ମିଷ୍ଟାନ ବଣ୍ଟନ କରିଥିଲେ।

ବୌଦ୍ଧ ଜିଲ୍ଲା କଚେରୀ ପଡ଼ିଆରେ ସ୍ୱାଧୀନତା ଦିବସ ପାଳନ କରାଯାଇଛି।  ଏଥିରେ ମୁଖ୍ୟଅତିଥି ଭାବେ ବୟନ ଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରୀଆ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ।

ଫୁଲବାଣୀ ରିଜର୍ଭ ପୋଲିସ୍‌ ପଡ଼ିଆରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ  ପାଳିତ ହୋଇଛି।  ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି ମୁଖ୍ୟଅତିଥି ଭାବେ ଯୋଗଦେଇ  ଜାତୀୟ ପତାକା ଉତ୍ତୋଳନ କରିଥିଲେ।

କୋରାପୁଟ ପୋଲିସ ପଡ଼ିଆରେ ସ୍ୱାଧୀନତା ଦିବସ ଉତ୍ସବରେ ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ।

ଜୟପୁରରେ ଉପଖଣ୍ଡସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବରେ ଉପ-ଜିଲ୍ଲାପାଳ କୃତିବାସ ରାଉତ ମୁଖ୍ୟଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ।

Related story