କରୋନା ପାଇଁ ଉତ୍କଳ ଦିବସ ସମେତ ସବୁ ସରକାରୀ କାର୍ଯ୍ୟକ୍ରମ ବାତିଲ, ବୁକିଂ ରଦ୍ଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଭାଇରସକୁ ରାଜ୍ୟ ସରକାର ଆଜି ‘ରାଜ୍ୟ ବିପର୍ଯ୍ୟୟ’ ଭାବେ ଘୋଷଣା କରିବାପରେ ସରକାରୀସ୍ତର ପାଳନ ହେଉଥିବା ଉତ୍କଳ ଦିବସ ସମେତ ସମସ୍ତ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ମଧ୍ୟ କଟକଣା ଜାରି କରିଛନ୍ତି। ଏହାସହିତ ରାଜ୍ୟ ସରକାରଙ୍କ ଅଧୀନରେ ଭୁବନେଶ୍ୱରରେ ଥିବା ବିଭିନ୍ନ ମଣ୍ଡପର ବୁକିଂ ରଦ୍ଦ କରିବା ସହ ରାଜ୍ୟ ଲାଇବ୍ରେରୀ ଓ ଜିଲ୍ଲା ଲାଇବ୍ରେରୀକୁ ମଧ୍ୟ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି। ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି […]

rabindra-mandap

rabindra-mandap

Manoranjan Sial
  • Published: Friday, 13 March 2020
  • Updated: 13 March 2020, 09:49 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଭାଇରସକୁ ରାଜ୍ୟ ସରକାର ଆଜି ‘ରାଜ୍ୟ ବିପର୍ଯ୍ୟୟ’ ଭାବେ ଘୋଷଣା କରିବାପରେ ସରକାରୀସ୍ତର ପାଳନ ହେଉଥିବା ଉତ୍କଳ ଦିବସ ସମେତ ସମସ୍ତ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ମଧ୍ୟ କଟକଣା ଜାରି କରିଛନ୍ତି। ଏହାସହିତ ରାଜ୍ୟ ସରକାରଙ୍କ ଅଧୀନରେ ଭୁବନେଶ୍ୱରରେ ଥିବା ବିଭିନ୍ନ ମଣ୍ଡପର ବୁକିଂ ରଦ୍ଦ କରିବା ସହ ରାଜ୍ୟ ଲାଇବ୍ରେରୀ ଓ ଜିଲ୍ଲା ଲାଇବ୍ରେରୀକୁ ମଧ୍ୟ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି। ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶାନାମା ଅନୁସାରେ, କରୋନା ଭାଇରସ୍ ବ୍ୟାପିବା ଆଶଙ୍କାରେ ବିଭାଗ ପକ୍ଷରୁ କେତେକ ପଦକ୍ଷେପ ନିଆଯାଇଛି।

ଉତ୍କଳ ଦିବସ ଅବସରରେ ଆୟୋଜିତ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ସମେତ କୌଣସି କଲଚରାଲ ଟ୍ରୁପ୍ ରାଜ୍ୟ ବାହାର ଯିବା ଓ ରାଜ୍ୟ ବାହାରୁ ଓଡ଼ିଶାକୁ ଆସିବା ଉପରେ କଟକଣା ଜାରି ହୋଇଛି। ସଭା, ସମିତି,  ୱାର୍କସପ, ସମ୍ମିଳନୀ ଓ ଲୋକଙ୍କ ସମବେତ ସମେତ ସମସ୍ତ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। ଏହାସହିତ ଦଶମ ରାଜ୍ୟସ୍ତରୀୟ ଲୋକନୃତ୍ୟ ଉତ୍ସବ, ଗାନ୍ଧି ଉତ୍ସବ ଓ ବିଭାଗ ପକ୍ଷରୁ ଏବେ ଜାରି ରହିଥିବା ସଚେତନତା କାର୍ଯ୍ୟକ୍ରମ ମଧ୍ୟ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସେହିପରି ବିଭାଗ ଅଧୀନରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ, ଘରୋଇ କଳା ସଂସ୍ଥାନ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଦ୍ୱାରା ଅନୁବନ୍ଧିତ ଅନ୍ୟ ବୈଷୟିକ ଓ ଅଣବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ତେବେ ଏହି ଅବଧି ମଧ୍ୟରେ ପରୀକ୍ଷା ସ୍ୱାଭାବିକ ଭାବେ ହୋଇପାରିବ। କେବଳ ସେତିକି ନୁହେଁ, ହରେକୃଷ୍ଣ ମହତାବ ରାଜ୍ୟସ୍ତରୀୟ ଲାଇବ୍ରେରୀ, ସମସ୍ତ ଜିଲ୍ଲା ଲାଇବ୍ରେରୀ ଓ ଷ୍ଟେଟ୍ ଆର୍କାଇଭ୍ ମଧ୍ୟ ବନ୍ଦ ରହିବ। ରାଜ୍ୟ ମ୍ୟୁଜିୟମ, ଷ୍ଟେଟ୍ ଆର୍କାଇଭ, କଟକସ୍ଥିତ ଆନନ୍ଦ ଭବନ ମ୍ୟୁଜିୟମ, ନେତାଜୀ ସୁଭାଷ ଚନ୍ଦ୍ରଙ୍କ ଜନ୍ମସ୍ଥାନ ମ୍ୟୁଜିୟମ ଓ ଅନ୍ୟାନ୍ୟ ମ୍ୟୁଜିୟମ ମଧ୍ୟ ବନ୍ଦ ରହିବ।

ଏସବୁ ବ୍ୟତୀତ ଭଞ୍ଜକଳା ମଣ୍ଡପ, ଉତ୍କଳ ମଣ୍ଡପ, ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ର ଅଡିଟୋରିୟମର ସମସ୍ତ ବୁକିଂ(ଉଭୟ ସରକାରୀ ଓ ବେସରକାରୀ ସଂସ୍ଥାର)କୁ ବାତିଲ କରାଯାଇଛି। ସେମାନଙ୍କ ବୁକିଂ ଅର୍ଥ ଫେରସ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos