କୋଭିଡ୍ ମୁକାବିଲା ପାଇଁ ଦିନକର ଦରମା ଦେବେ ରାଜ୍ୟର ସବୁ ଆଇଏଏସ ଓ ଆଇଏଫଏସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ ମୁକାବିଲା ପାଇଁ ରାଜ୍ୟର ସମସ୍ତ ଆଇଏଏସ୍ ଓ ଆଇଏଫଏସ୍ ଅଫିସରମାନେ ନିଜର ଦିନକର ଦରମା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି(ସିଏମଆରଏଫ)କୁ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ଆଇଏଏସ୍ ସଂଘ ପକ୍ଷରୁ ଏକ ରିଲିଜ୍ ଜାରି କରାଯାଇ ରାଜ୍ୟରେ କୋଭିଡ୍ ମହାମାରୀ ପରିସ୍ଥିତିର ମିଳିତ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅତିକମରେ ନିଜର ଦିନକର ଦରମା ଦେବାକୁ ଅନୁରୋଧ କରାଯାଇଛି। ସେହିପରି ରାଜ୍ୟ ଆଇଏଫଏସ୍ (ଭାରତୀୟ ଜଙ୍ଗଲ ସେବା) ସଂଘ ପକ୍ଷରୁ ମଧ୍ୟ ଦିନକର […]

cm-relief-fund

Ordigital Desk
  • Published: Tuesday, 27 April 2021
  • , Updated: 27 April 2021, 09:53 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ ମୁକାବିଲା ପାଇଁ ରାଜ୍ୟର ସମସ୍ତ ଆଇଏଏସ୍ ଓ ଆଇଏଫଏସ୍ ଅଫିସରମାନେ ନିଜର ଦିନକର ଦରମା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି(ସିଏମଆରଏଫ)କୁ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ଓଡ଼ିଶା ଆଇଏଏସ୍ ସଂଘ ପକ୍ଷରୁ ଏକ ରିଲିଜ୍ ଜାରି କରାଯାଇ ରାଜ୍ୟରେ କୋଭିଡ୍ ମହାମାରୀ ପରିସ୍ଥିତିର ମିଳିତ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅତିକମରେ ନିଜର ଦିନକର ଦରମା ଦେବାକୁ ଅନୁରୋଧ କରାଯାଇଛି। ସେହିପରି ରାଜ୍ୟ ଆଇଏଫଏସ୍ (ଭାରତୀୟ ଜଙ୍ଗଲ ସେବା) ସଂଘ ପକ୍ଷରୁ ମଧ୍ୟ ଦିନକର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦେବାକୁ ଘୋଷଣା କରାଯାଇଛି। ଯଦି କୌଣସି ସଦସ୍ୟ ଚାହିଁବେ ତା’ହେଲେ ଅଧିକ ସହାୟତା ଦେଇପାରିବେ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୧୮ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ବ୍ୟକ୍ତିଙ୍କୁ ମାଗଣାରେ କୋଭିଡ୍ ଟିକା ପ୍ରଦାନ କରାଯିବ ବୋଲି ଘୋଷଣା କରିବା ପରଠୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତାର ସୁଅ ଛୁଟୁଛି । ଆଜି ଏମଜିଏମ୍ ଖଣି ପକ୍ଷରୁ ମଧ୍ୟ ଏକ କୋଟି ଟଙ୍କାର ସହାୟତା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି।

Related story