ଆନ୍ତଃ ରାଜ୍ୟ ବସ୍ ଚଳାଚଳ ବନ୍ଦ, ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ଅଫିସ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମିତ ମାମଲା ବୃଦ୍ଧି ପାଇବା ପରେ ରାଜ୍ୟ ସରକାର ରାଜ୍ୟବ୍ୟାପୀ ନାଇଟ୍ କର୍ଫ୍ୟୁ ଘୋଷଣା କରିଛନ୍ତି। ପଶ୍ଚିମଓଡ଼ିଶାର ୧୦ଟି ଜିଲ୍ଲାରେ ନାଇଟକର୍ଫ୍ୟୁ ସମେତ ସାପ୍ତାହିକ ଶଟଡାଉନ୍ ଏବଂ ଅନ୍ୟ ୨୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ କରିବା ସହ ଆନ୍ତଃ ରାଜ୍ୟ ବସ୍ ଚଳାଚଳକୁ ସମ୍ପୂର୍ଣ୍ଣ ବାତିଲ କରିଛନ୍ତି। ସେହିପରି ସମସ୍ତ ସରକାରୀ ଓ ଘରୋଇ ଅଫିସଗୁଡ଼ିକ ସର୍ବାଧିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ପରିଚାଳିତ ହେବ। ଏ ସମ୍ପର୍କରେ ସୂଚନା […]

bus

Manoranjan Sial
  • Published: Thursday, 15 April 2021
  • , Updated: 15 April 2021, 06:26 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମିତ ମାମଲା ବୃଦ୍ଧି ପାଇବା ପରେ ରାଜ୍ୟ ସରକାର ରାଜ୍ୟବ୍ୟାପୀ ନାଇଟ୍ କର୍ଫ୍ୟୁ ଘୋଷଣା କରିଛନ୍ତି। ପଶ୍ଚିମଓଡ଼ିଶାର ୧୦ଟି ଜିଲ୍ଲାରେ ନାଇଟକର୍ଫ୍ୟୁ ସମେତ ସାପ୍ତାହିକ ଶଟଡାଉନ୍ ଏବଂ ଅନ୍ୟ ୨୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ କରିବା ସହ ଆନ୍ତଃ ରାଜ୍ୟ ବସ୍ ଚଳାଚଳକୁ ସମ୍ପୂର୍ଣ୍ଣ ବାତିଲ କରିଛନ୍ତି। ସେହିପରି ସମସ୍ତ ସରକାରୀ ଓ ଘରୋଇ ଅଫିସଗୁଡ଼ିକ ସର୍ବାଧିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ପରିଚାଳିତ ହେବ।

ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର କହିଛନ୍ତି ଯେ, ଆସନ୍ତା ୧୯ତାରିଖରୁ ଆନ୍ତଃ ରାଜ୍ୟ ବସ୍ ଚଳାଚଳକୁ ସମ୍ପୂର୍ଣ୍ଣ ବାତିଲ କରାଯିବ। ରାଜ୍ୟ ଭିତରେ ବସ୍ ଚଳାଚଳ କରିବ। ତେବେ ବସରେ ଛିଡ଼ା ହୋଇ କୌଣସି ଯାତ୍ରୀ ଯାଇପାରିବେ ନାହିଁ ଓ କେବଳ ସିଟ୍ ଯେତିକି ସେହି ସଂଖ୍ୟକ ଯାତ୍ରୀ ଯିବେ। ଟ୍ୟାକ୍ସି ଓ ଅଟୋ ରିକ୍ସାରେ ସର୍ବାଧିକ ୨ ଜଣ ଯାତ୍ରୀଙ୍କୁ ଯିବା ପାଇଁ ଅନୁମତି ମିଳିବ। ସିନେମା ହଲରେ ସିଟ୍ କ୍ଷମତାର ୫୦ ପ୍ରତିଶତ ଆସନରେ ଦର୍ଶକଙ୍କୁ ଅନୁମତି ମିଳିବ। ଅପେରା ଓ ଯାତ୍ରା ଏକ ହଜାର ଲୋକଙ୍କୁ ନେଇ ଚାଲିପାରିବ। ତେବେ ସ୍ଥାନୀୟ ଜିଲ୍ଲାପାଳମାନେ ସ୍ଥିତିକୁ ଚାହିଁ ଏହି ଯାତ୍ରା ଓ ଅପେରା ପାଇଁ ଅନୁମତି ଦେବେ।

ରାଜ୍ୟର ସମସ୍ତ ସରକାରୀ ଅଫିସଗୁଡ଼ିକରେ ସର୍ବାଧିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ ଚାଲିବ । ଏଥିପାଇଁ ସାଧାରଣ ପ୍ରଶାସନ ବିଭାଗ ସ୍ୱତନ୍ତ୍ର ଭାବେ ନିର୍ଦ୍ଦେଶନାମା ଜାରି କରିବ । ତା’ଛଡ଼ା ଘରୋଇ ସଂସ୍ଥାର ଅଫିସଗୁଡ଼ିକ ଓ ବ୍ୟାଙ୍କଗୁଡ଼ିକରେ ଯଥାସମ୍ଭବ କମ୍ କର୍ମଚାରୀ ହୋଇପାରିବ ସେଥିରେ କାମ କରିବେ। ସେହିପରି ଧାର୍ମିକ, ସାଂସ୍କୃତିକ, ରାଜନୀତିକ ସଭା ଓ ଶୋଭାଯାତ୍ରା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ହୋଇଛି। ମନ୍ଦିରରେ କେବଳ ସେବକଙ୍କୁ ନେଇ ନୀତିକାନ୍ତି ପାଳନ ହେବ। ଭକ୍ତମାନଙ୍କ ପାଇଁ ମନ୍ଦିର ପ୍ରବେଶ ଉପରେ କଟକଣା ଜାରି ହୋଇଛି । ଜିଲ୍ଲାପାଳମାନେ ଧାର୍ମିକ ଅନୁଷ୍ଠାନର ସ୍ଥିତିକୁ ଦେଖି ଆବଶ୍ୟକ ନିଷ୍ପତ୍ତି ନେବେ। ହାଟ ବଜାରରେ ପୂର୍ବଭଳି ବ୍ୟବସାୟୀମାନେ ଦୂରେଇ ବସି ବ୍ୟବସାୟ କରିବେ। ଯେଉଁମାନେ ଏହି ନିୟମକୁ ଅମାନ୍ୟ କରିବେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ।

Related story