ସବୁ ମନ୍ତ୍ରୀ ଦେଲେ ସମ୍ପତ୍ତି ତାଲିକା, କିଏ କେତେ ଧନୀ ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ସମ୍ପତ୍ତିର ତାଲିକା ଦେଇଛନ୍ତି। ଗତବର୍ଷ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସେ ନିଜ ସମ୍ପତ୍ତିର ତାଲିକା ଦେଇଛନ୍ତି। CMO ୱେବ୍‌ସାଇଟ୍‌ରେ ତାଙ୍କ ସମ୍ପତ୍ତିର ତାଲିକା ଦିଆଯାଇଛି। ନବୀନଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୬୪, ୯୮, ୧୯, ୭୬୪ ଟଙ୍କା।  ଦେଶର ୭ଟି ବ୍ୟାଙ୍କରେ ନବୀନଙ୍କର ଅଛି ୧୩ କୋଟି ୧ଲକ୍ଷ ୬ହଜାର ୧୧ ଟଙ୍କା। BOIର ଦିଲ୍ଲୀ ଜନପଥ ଶାଖାରେ ସର୍ବାଧିକ ୧କୋଟି ୩ଲକ୍ଷ ୧୩ହଜାର […]

odisha secretariat

Madhupriya Mistry
  • Published: Sunday, 10 January 2021
  • , Updated: 10 January 2021, 02:27 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ସମ୍ପତ୍ତିର ତାଲିକା ଦେଇଛନ୍ତି। ଗତବର୍ଷ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସେ ନିଜ ସମ୍ପତ୍ତିର ତାଲିକା ଦେଇଛନ୍ତି। CMO ୱେବ୍‌ସାଇଟ୍‌ରେ ତାଙ୍କ ସମ୍ପତ୍ତିର ତାଲିକା ଦିଆଯାଇଛି। ନବୀନଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୬୪, ୯୮, ୧୯, ୭୬୪ ଟଙ୍କା।  ଦେଶର ୭ଟି ବ୍ୟାଙ୍କରେ ନବୀନଙ୍କର ଅଛି ୧୩ କୋଟି ୧ଲକ୍ଷ ୬ହଜାର ୧୧ ଟଙ୍କା। BOIର ଦିଲ୍ଲୀ ଜନପଥ ଶାଖାରେ ସର୍ବାଧିକ ୧କୋଟି ୩ଲକ୍ଷ ୧୩ହଜାର ୪୯୯ ଟଙ୍କା ଅଛି। ସେହିପରି ନବୀନଙ୍କ ପାଖରେ ରହିଛି ପ୍ରାୟ ୨ଲକ୍ଷ ୮୯ହଜାର ୫୮୭ ଟଙ୍କାର ସୁନାଗହଣା। ଏବେବି ସେ ରଖିଛନ୍ତି ୧୯୮୦ ମଡେଲର ଏକ ଆମ୍ବାସାଡର କାର। ଏହାର ଆନୁମାନିକ ମୂଲ୍ୟ ମୂଲ୍ୟ ୮ହଜାର ୯୦୫ ଟଙ୍କା ହେବ। ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ନିଜ ନିଜ ସମ୍ପତ୍ତିର ତାଲିକା ଦେଇଛନ୍ତି ।

ପଢ଼ନ୍ତୁ, କାହାର କେତେ ସମ୍ପତ୍ତି

ଅରୁଣ ସାହୁ- ୮୯ ଲକ୍ଷ ୯୩ ହଜାର ୪୩୯ ଟଙ୍କା

ଅଶୋକ ପଣ୍ଡା- ୮ କୋଟି ୩୪ ଲକ୍ଷ ୪୮ ହଜାର ୯୯୪ ଟଙ୍କା

ତୁଷାରକାନ୍ତି ବେହେରା- ୩୨ ଲକ୍ଷ ୩୩ ହଜାର ୪୭୧ ଟଙ୍କା

ସୁଶାନ୍ତ ସିଂହ- ୪ କୋଟି ୯୩ ଲକ୍ଷ ୯୪ ହଜାର ୬୪୪ ଟଙ୍କା

ସୁଦାମ ମାର୍ଣ୍ଡି- ୨ କୋଟି ୬୧ ଲକ୍ଷ ୧୮ ହଜାର ୨୬ ଟଙ୍କା

ବିକ୍ରମ ଆରୁଖ- ୪ କୋଟି ୭୮ ଲକ୍ଷ ୪୭ ହଜାର ୪୭୧ଟଙ୍କା

ଦିବ୍ୟଶଙ୍କର ମିଶ୍ର- ୭ କୋଟି ୩୧ ଲକ୍ଷ ୭୬ ହଜାର  ୪୦୮ ଟଙ୍କା

ନିରଞ୍ଜନ ପୂଜାରୀ- ୪ କୋଟି  ୩୪ ଲକ୍ଷ ୬୫ ହଜାର ୩୦୮ଟଙ୍କା

ପ୍ରତାପ ଜେନା- ୧୦ କୋଟି ୩୫ ଲକ୍ଷ ୨୯ ହଜାର ୯୧୧ ଟଙ୍କା

ସମୀର ଦାଶ- ୨ କୋଟି ୨୩ ଲକ୍ଷ ୭୫, ୭୬୧ ଟଙ୍କା

ପ୍ରଫୁଲ୍ଲ ମଲ୍ଲିକ-  ୩୯ ଲକ୍ଷ ୨୮, ୮୩୧ ଟଙ୍କା

Related story