ଅଗଷ୍ଟରେ ଏସବୁ ମନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କରୋନାର ଦ୍ୱିତୀୟ ଲହରର ପ୍ରଭାବ ହ୍ରାସ ପାଉଥିବାରୁ କଟକଣାକୁ ଟିକେ ଅଧିକ କୋହଳ କରିଛନ୍ତି ରାଜ୍ୟ ସରକାର। ଜୀବନ-ଜୀବିକାକୁ ଦୃଷ୍ଟିରେ ରଖି ସରକାର ବନ୍ଦ ଥିବା କିଛି ସଂସ୍ଥାକୁ ସ୍ୱଭାବିକ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଅଗଷ୍ଟ ଗାଇଡଲାଇନ୍ ସଂପର୍କରେ SRC ଘୋଷଣା କରିଛନ୍ତି। ତେବେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଅନଲକ୍‌ ଆଡ଼କୁ ଯାଇନଥିବା ବେଳେ କିଛି ପୂର୍ବକଟକଣାକୁ ବଳବତ୍ତର ରଖିଛନ୍ତି।  ଘୋଷିତ ନିର୍ଦ୍ଦେଶନାମା ମାସକ ପାଇଁ ସେପ୍ଟେମ୍ବର ପହିଲା ଯାଏ ଲାଗୁ କରାଯାଇଛି। […]

marriage

Tapas Behera
  • Published: Saturday, 31 July 2021
  • , Updated: 31 July 2021, 05:23 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କରୋନାର ଦ୍ୱିତୀୟ ଲହରର ପ୍ରଭାବ ହ୍ରାସ ପାଉଥିବାରୁ କଟକଣାକୁ ଟିକେ ଅଧିକ କୋହଳ କରିଛନ୍ତି ରାଜ୍ୟ ସରକାର। ଜୀବନ-ଜୀବିକାକୁ ଦୃଷ୍ଟିରେ ରଖି ସରକାର ବନ୍ଦ ଥିବା କିଛି ସଂସ୍ଥାକୁ ସ୍ୱଭାବିକ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଅଗଷ୍ଟ ଗାଇଡଲାଇନ୍ ସଂପର୍କରେ SRC ଘୋଷଣା କରିଛନ୍ତି। ତେବେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଅନଲକ୍‌ ଆଡ଼କୁ ଯାଇନଥିବା ବେଳେ କିଛି ପୂର୍ବକଟକଣାକୁ ବଳବତ୍ତର ରଖିଛନ୍ତି।  ଘୋଷିତ ନିର୍ଦ୍ଦେଶନାମା ମାସକ ପାଇଁ ସେପ୍ଟେମ୍ବର ପହିଲା ଯାଏ ଲାଗୁ କରାଯାଇଛି।

ବିଶେଷ କରି  ପ୍ରତି ଦିନ ରାତି ୮ଟାରୁ ସକାଳ ୬ଟା ଯାଏ ନାଇଟ କଫୁର୍ୟ ଲାଗୁ ହେବ। ଭୁବନେଶ୍ୱର, କଟକ, ପୁରୀରେ ସପ୍ତାହାନ୍ତ ସଟଡାଉନ ବଳବତ୍ତର ରହିବ। ବିବାହ ଓ ଶୁଦ୍ଧିକ୍ରିୟା ନେଇ ଥିବା ପୂର୍ବ କଟକଣା ଜାରି ରହିବ। ଅର୍ଥାତ ବିବାହ, ଶୁଦ୍ଧିକାଯର୍ୟରେ ଭୋଜି ମନା, ଖାଦ୍ୟ ପାର୍ସଲ ଦେଇପାରିବେ। ଅଫିସିଆଲ ମିଟିଂରେ ଶହେ; ଉଦଘାଟନ, ଶିଳାନ୍ୟାସରେ ୩୦ ଜଣଙ୍କୁ ଅନୁମତି ଦିଆଯାଇଛି। ସମସ୍ତ ଧାର୍ମିକ, ରାଜନୈତିକ, ସାମାଜିକ ସମାବେଶ ମନା। ପ୍ରଦର୍ଶନୀ, ବାଣିଜ୍ୟକ ମେଳା ମହୋତ୍ସବ ମଧ୍ୟ ବାରଣ କରାଯାଇଛି।

ଧାର୍ମିକ ପୀଠ ଖୋଲିବାକୁ ଜିଲ୍ଲାପାଳମାନେ ନିଷ୍ପତ୍ତି ନେଇପାରିବେ। ଶ୍ରୀମନ୍ଦିର, ଶ୍ରୀଲିଙ୍ଗରାଜ ପ୍ରଶାସନ ନିଜେ ଏନେଇ ନିଷ୍ପତ୍ତି ନେବେ ବୋଲି କୁହାଯାଇଛି। ସେହିପରି ପୂର୍ବରୁ ବୋଲବମ ଯାତ୍ରା ଉପରେ ରୋକ ଲଗାଯାଇଛି।

Related story