କଟକ (ଓଡ଼ିଶା ରିପୋର୍ଟର): କଟକ ସହରରେ ଖୋଲିଲା ସବୁ ପାର୍କ। କଟକ ମହାନଗର ନିଗମ (ସିଏମ୍ସି) ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି।
ସିଏମ୍ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ସହରରେ ସମସ୍ତ ପାର୍କ ସକାଳ ୭ଟାରୁ ୧୦ଟା ଓ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ଖୋଲା ରହିବ।
ପାର୍କରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ଦୋଳି ଓ ଜିମ୍ ଉପକରଣ ବ୍ୟବହାର ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି।
Parks in #Cuttack city have been reopened for public. Please note the time slots: 7 am - 10 am and 4 pm - 6 pm.
We, however, urge you all to strictly adhere to the prescribed DO's and Don'ts to keep yourself safe from #COVID19 pic.twitter.com/rRasXRHqRS
— CMC,Cuttack (@CMCCuttack) May 27, 2020
ସୂଚନାଯୋଗ୍ୟ, ଏହା ପୂର୍ବରୁ ୨୪ ତାରିଖରୁ ଭୁବନେଶ୍ୱରରେ ତିନୋଟି ପାର୍କ ଖୋଲିଛି। ଆଇଜି, ଫରେଷ୍ଟ ଓ ବୁଦ୍ଧ ପାର୍କକୁ ସକାଳ ୭ରୁ ୧୦ ଓ ଅପରାହ୍ନ ୪ରୁ ୬ଟା ପର୍ଯ୍ୟନ୍ତ ଖୋଲା ରହୁଛି। ଏଠାରେ ମଧ୍ୟ କଟକଣା ଲାଗୁ କରାଯାଇଛି। ଛେପ ପକାଇବା ଓ ଜିମ୍ ଉପକରଣ ବ୍ୟବହାର କରିବାକୁ ବାରଣ କରାଯାଇଛି। ତା’ସହିତ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।