ଆସନ୍ତାକାଲି ଖୋଲିବ ରାଜ୍ୟର ସମସ୍ତ ସ୍କୁଲ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ୍। ପାଗରେ ପରିବର୍ତ୍ତନ ଯୋଗୁ ସରକାର ତାଙ୍କ ପୂର୍ବ ନିଷ୍ପତ୍ତି ବଦଳାଇ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ମଙ୍ଗଳବାର ସରକାର ଗ୍ରୀଷ୍ମକାଳୀନ ଛୁଟିକୁ ଜୁନ୍ ୨୫ ଯାଏ ଘୁଞ୍ଚାଇ ଥିଲେ। ଖରାକୁ ଦେଖି ସରକାର ଏଭଳି ନିଷ୍ପତ୍ତି ନେଇଥିଲେ। ତେବେ ପାଗରେ ପରିବର୍ତ୍ତନ ଆସିଥିବାରୁ ଓ  ଖରା କମିଥିବାରୁ କାଲିଠାରୁ ସ୍କୁଲ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ଆଜି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ […]

schoolgirls-india............0000000000000000

Tapaswini Nayak
  • Published: Thursday, 20 June 2019
  • , Updated: 20 June 2019, 03:59 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ୍। ପାଗରେ ପରିବର୍ତ୍ତନ ଯୋଗୁ ସରକାର ତାଙ୍କ ପୂର୍ବ ନିଷ୍ପତ୍ତି ବଦଳାଇ ଏହି ନିର୍ଦ୍ଦେଶ ଜାରି କରିଛନ୍ତି।

ମଙ୍ଗଳବାର ସରକାର ଗ୍ରୀଷ୍ମକାଳୀନ ଛୁଟିକୁ ଜୁନ୍ ୨୫ ଯାଏ ଘୁଞ୍ଚାଇ ଥିଲେ। ଖରାକୁ ଦେଖି ସରକାର ଏଭଳି ନିଷ୍ପତ୍ତି ନେଇଥିଲେ। ତେବେ ପାଗରେ ପରିବର୍ତ୍ତନ ଆସିଥିବାରୁ ଓ  ଖରା କମିଥିବାରୁ କାଲିଠାରୁ ସ୍କୁଲ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ଆଜି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଜୁନ୍ ୧୮ ଯାଏ ଖରାଛୁଟି ଘୋଷଣା ହୋଇଥିଲା। ତେବେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସରକାର ସେହି ଦିନ ଖରାଛୁଟିକୁ ଆଉ ୭ ଦିନ ବଢ଼ାଇ ଦେଇଥିଲେ।

ସୂଚନାଯୋଗ୍ୟ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ। ପ୍ରାଥମିକ ପର୍ଯ୍ୟାୟରେ ଏହା ଦକ୍ଷିଣ ଓଡ଼ିଶାରେ ସକ୍ରିୟ ହେବ। ପରବର୍ତ୍ତୀ ସମୟରେ ସାରା ଓଡ଼ିଶାକୁ ମୌସୁମୀ ବାୟୁ ଛୁଇଁବ। ଅନ୍ୟପକ୍ଷରେ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଓଡ଼ିଶାର ୧୦ ଜିଲ୍ଲାରେ କାଲିଠାରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କୋରାପୁଟ, ଯାଜପୁର, ନୟାଗଡ଼ ଓ ଭଦ୍ରକ।

Related story