ବନ୍ୟା ପରିସ୍ଥିତି ପାଇଁ ପୁରୀ ଜିଲ୍ଲାରେ ୨ ଦିନ ସ୍କୁଲ ଛୁଟି

ପୁରୀ/ପିପିଲି/କୋଣାର୍କ(ଓଡ଼ିଶା ରିପୋର୍ଟର): ବନ୍ୟା ପରିସ୍ଥିତି ପାଇଁ ପୁରୀ ଜିଲ୍ଲାରେ ୨ ଦିନ ସ୍କୁଲ ଛୁଟି। ୧୭ ତାରିଖ ଅର୍ଥାତ୍ ଆଜି ଓ ଆସନ୍ତାକାଲି ଅର୍ଥାତ୍ ୧୮ ତାରିଖ ଦୁଇ ଦିନ ଛୁଟି ଘୋଷଣା କଲେ ଜିଲ୍ଲାପାଳ। ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ପାଇଁ ନିର୍ଦ୍ଦେଶ ଜାରି ହୋଇଛି। ସୂଚନା ମୁତାବକ, ପୁରୀ ଜିଲ୍ଲାର ନିମାପଡା, ଗୋପ, ଡେଲାଙ୍ଗ, ପିପିଲି ଅଞ୍ଚଳରେ ବନ୍ୟା ଯୋଗୁ ଲୋକେ ନାହିଁ ନ ଥିବା ହିନସ୍ତା ହେଉଛନ୍ତି। ଗୋପ ବେଦପୁର […]

pipili

  • Published: Wednesday, 17 August 2022
  • , Updated: 17 August 2022, 06:16 PM IST

ପୁରୀ/ପିପିଲି/କୋଣାର୍କ(ଓଡ଼ିଶା ରିପୋର୍ଟର): ବନ୍ୟା ପରିସ୍ଥିତି ପାଇଁ ପୁରୀ ଜିଲ୍ଲାରେ ୨ ଦିନ ସ୍କୁଲ ଛୁଟି। ୧୭ ତାରିଖ ଅର୍ଥାତ୍ ଆଜି ଓ ଆସନ୍ତାକାଲି ଅର୍ଥାତ୍ ୧୮ ତାରିଖ ଦୁଇ ଦିନ ଛୁଟି ଘୋଷଣା କଲେ ଜିଲ୍ଲାପାଳ। ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ପାଇଁ ନିର୍ଦ୍ଦେଶ ଜାରି ହୋଇଛି।

ସୂଚନା ମୁତାବକ, ପୁରୀ ଜିଲ୍ଲାର ନିମାପଡା, ଗୋପ, ଡେଲାଙ୍ଗ, ପିପିଲି ଅଞ୍ଚଳରେ ବନ୍ୟା ଯୋଗୁ ଲୋକେ ନାହିଁ ନ ଥିବା ହିନସ୍ତା ହେଉଛନ୍ତି। ଗୋପ ବେଦପୁର ପଂଚାୟତ ଖଣ୍ଡିଆକୁଦ ଠାରେ କୁଶଭଦ୍ରା ନଦୀରେ ୨୫ ଫୁଟର ଘାଇ ହୋଇଛି। ଫଳରେ ସ୍ଥାନୀୟ ଗଣେଶ୍ୱରପୁର, ନାଗପୁର, ବେଦପୁର, ଅଣ୍ଢରା, ରାହାଁଗୋରଡ଼ା, ଡଭାର ନୂଆଖୋଲମରା ପଂଚାୟତର ଶତାଧିକ ଗାଁ ପ୍ରଭାବିତ ହୋଇଛି। ଜିଲ୍ଲାପାଳଙ୍କଙ୍କ ସମେତ  ଜଳସମ୍ପଦ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ସେପଟେ ଧନୁଆ ନଦୀ ବନ୍ୟା ଜଳ ନିମାପଡା-ଭୁବନେଶ୍ୱର ମୁଖ୍ୟ ରାସ୍ତାର ଗରପଦା ଠାରେ ଦୁଇ ଫୁଟ ଉଚ୍ଚରେ ଚାଲୁଛି। ନିମାପଡା-ବଳଙ୍ଗା ରାସ୍ତାର ଧନୁଆ ଛକ ମୁଖ୍ୟରାସ୍ତା ଉପରେ ବନ୍ୟା ପ୍ରଭାହିତ ହେଉଥିବାରୁ ଉଭୟ ପଟୁ ଯାତାୟାତ ଠପ ହୋଇଯାଇଛି।

ସେହିପରି ପିପିଲି ଅନ୍ତର୍ଗତ ରାଜୁଆ ନଦୀର  ଗଡସାନପୁଟୁର ପଞ୍ଚାୟତର ଲୋକାପାଳ ହଳଦିଆପଡା ଓ ତିରୀମଲ ନଦୀ ବନ୍ଧରେ ସୃଷ୍ଟି ଘାଇ ୧୦୦ ମିଟରରେ ମେଲିଗଲାଣି। ଏହି ବନ୍ୟା ଜଳ ଏବେ ସୁ ସୁ ଗର୍ଜନ କରି  ଲୋକାପାଳ ଓ ହଳଦିଆପଡା ଦେଇ  ଅନେକ ଗାଁରେ ପଶିଛି। ବନ୍ୟା ପାଣିରେ ମନ୍ଦାରବସ୍ତ, ଢୋଲପାଟଣ, କଣ୍ଟାବଣିଆ, ବାହାବଜା, ଢିଅପୁରୁ, ସରଧପୁରୁ, ମୋଟରି ଉବୁଟୁବୁ ହେଉଛି।

ସେହିପରି ଡେଲାଙ୍ଗ ଏବଂ କଣାସ ବ୍ଲକର ଅନେକ ଗାଁ ଏବେ ଜଳବନ୍ଦୀ। କଣାସର ମକରା ଏବଂ ରାଜୁଆ ନଦୀର ଦୁଇଟି ସ୍ଥାନରେ ଘାଇ ହେବା ଫଳରେ ଲୋକମାନେ ଜଳବନ୍ଦୀ ହୋଇ ରହିଛନ୍ତି। ଅନେକ ଗାଁ ଛାଡି ନିରାପଦ ସ୍ଥାନରେ ଆଶ୍ରୟ ନେଉଛନ୍ତି।

ସେପଟେ ପିପିଲିରେ ମାଧିପୁର ଏବଂ କଣ୍ଟି ଜୋର ବନ୍ୟାଜଳ ଏବେ ତାହାର ପ୍ରଭାବକୁ ଜୋରଦାର କରିଛି। ଭାରତୀପୁର ପଂଚାୟତର ଜମ୍ବିଲା ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଥିବା ବେଳେ ରାସ୍ତା ଉପରେ ତିନିପୁଟ ଉଚ୍ଚାର ବନ୍ୟା ଜଳ ପ୍ରବାହିତ ହେଉଥିବା ଖବର ମିଳିଛି।

Related story