୨୮ ଓ ୨୯ରେ ସ୍କୁଲ୍‌ ଛୁଟି, ହେବନି ପାଠପଢ଼ା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପବିତ୍ର ଦୋଳପୂର୍ଣ୍ଣିମା ଓ ହୋଲି ଉପଲକ୍ଷେ ଆସନ୍ତା ୨୮ ଓ ୨୯ତାରିଖ ଦୁଇ ଦିନ ରାଜ୍ୟର ସମସ୍ତ ସ୍କୁଲ ଛୁଟି ରହିବ। ଏହି ଦୁଇଦିନ କୌଣସି ପ୍ରକାରର ପାଠପଢ଼ା ହେବ ନାହିଁ। ଆଜି ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ପ୍ରତାପ କୁମାର ମିଶ୍ର ଆଜି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ସ୍କୁଲ ଓ ଗଣଶିକ୍ଷା ବିଭାଗର ସମସ୍ତ […]

school

Ordigital Desk
  • Published: Thursday, 25 March 2021
  • , Updated: 25 March 2021, 08:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପବିତ୍ର ଦୋଳପୂର୍ଣ୍ଣିମା ଓ ହୋଲି ଉପଲକ୍ଷେ ଆସନ୍ତା ୨୮ ଓ ୨୯ତାରିଖ ଦୁଇ ଦିନ ରାଜ୍ୟର ସମସ୍ତ ସ୍କୁଲ ଛୁଟି ରହିବ। ଏହି ଦୁଇଦିନ କୌଣସି ପ୍ରକାରର ପାଠପଢ଼ା ହେବ ନାହିଁ। ଆଜି ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।

ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ପ୍ରତାପ କୁମାର ମିଶ୍ର ଆଜି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ସ୍କୁଲ ଓ ଗଣଶିକ୍ଷା ବିଭାଗର ସମସ୍ତ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ୨୮ ଓ ୨୯ତାରିଖରେ ଦୋଳ ଓ ହୋଲି ଯୋଗୁ ପାଠପଢ଼ା ନକରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶନାମା ରାଜ୍ୟର ସମସ୍ତ ସରକାରୀ, ସରକାରୀ ସହାୟତାପ୍ରାପ୍ତ ଓ ବେସରକାରୀ ସ୍କୁଲ ପାଇଁ ଉଦ୍ଦିଷ୍ଟ। ଏହି ଦୁଇଦିନ କୌଣସି ପ୍ରକାରର ପାଠପଢ଼ା ନକରିବାକୁ ବିଭାଗ ପକ୍ଷରୁ କୁହାଯାଇଛି।

ସେହିଭଳି ଆସନ୍ତାକାଲି କୃଷକ ସଂଗଠନ ଗୁଡ଼ିକ ଦେଇଥିବା ଭାରତ ବନ୍ଦ ଡାକରା ପରିପ୍ରେକ୍ଷୀରେ ରାଜ୍ୟ ସରକାର ସମସ୍ତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ସ୍କୁଲ ଓ ଗଣଶିକ୍ଷା ବିଭାଗ ଜାନୁଆରୀ ୮ରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ସ୍କୁଲ୍‌ରେ ପାଠପଢ଼ାଇବା ପାଇଁ ଅନୁମତି ଦେଇଥିଲେ। ସେହିଭଳି  ନବମ ଓ ଏକାଦଶ ଶ୍ରେଣୀର ପିଲାଙ୍କୁ ଫେବ୍ରୁଆରୀ ୮ ତାରିଖରୁ ସ୍କୁଲକୁ ଆସିବାକୁ ଅନୁମତି ମିଳିଥିଲା। ଅନ୍ୟ ସବୁ ଶ୍ରେଣୀର ପିଲାମାନଙ୍କୁ ଅନଲାଇନରେ ପାଠପଢ଼ା ପାଇଁ ଅନୁମତି ଦେଇଥିଲେ।

Related story