‘କରୋନା ଡ୍ୟୁଟି ପୂର୍ବରୁ ହେବ ଟେଷ୍ଟ’

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମରେ ‘କରୋନା’ ଡ୍ୟୁଟିରେ ଯାଉଥିବା କର୍ମଚାରୀଙ୍କ ହେବ ଟେଷ୍ଟ। ‘କରୋନା’ ଡ୍ୟୁଟିରେ ଯିବା ପୂର୍ବରୁ ଟେଷ୍ଟ ହେବା ଅନିବାର୍ଯ୍ୟ। କର୍ମଚାରୀଙ୍କ ‘କରୋନା’ ଟେଷ୍ଟ ତଦାରଖ କରିବେ ସମ୍ପୃକ୍ତ ଅଞ୍ଚଳର BDO। ଏନେଇ ଟ୍ୱିଟ୍‌ କରି ସୂଚନା ଦେଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। All staff will be tested before giving corona duty. Concerned BDOs will coordinate accordingly.@CMO_Odisha @HFWOdisha — Collector & District Magistrate, Ganjam […]

ganjam

ganjam

Manoranjan Sial
  • Published: Monday, 13 July 2020
  • Updated: 13 July 2020, 03:49 PM IST

Sports

Latest News

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମରେ ‘କରୋନା’ ଡ୍ୟୁଟିରେ ଯାଉଥିବା କର୍ମଚାରୀଙ୍କ ହେବ ଟେଷ୍ଟ। ‘କରୋନା’ ଡ୍ୟୁଟିରେ ଯିବା ପୂର୍ବରୁ ଟେଷ୍ଟ ହେବା ଅନିବାର୍ଯ୍ୟ। କର୍ମଚାରୀଙ୍କ ‘କରୋନା’ ଟେଷ୍ଟ ତଦାରଖ କରିବେ ସମ୍ପୃକ୍ତ ଅଞ୍ଚଳର BDO। ଏନେଇ ଟ୍ୱିଟ୍‌ କରି ସୂଚନା ଦେଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ।

https://twitter.com/Ganjam_Admin/status/1282567149173698560?s=20

ମହାମାରୀ ‘କରୋନା’ ଦିନକୁ ଦିନ ଭୟଙ୍କର ହେଉଛି ଗଞ୍ଜାମ ଜିଲ୍ଲାରେ। ପ୍ରଶାସନର ସବୁ ଉଦ୍ୟମ ସତ୍ତ୍ୱେ ବେକାବୁ ହେବାରେ ଲାଗିଛି ‘କରୋନା’। ଆଜି ସୁଦ୍ଧା ଜିଲ୍ଲାରେ ୪୧୪୭ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୪୩ ଜଣଙ୍କ ଜୀବନ ଯାଇଥିବା ବେଳେ ୨୧୮୫ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୧୯୧୭ ଜଣ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ୨ କରୋନରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି। ଏହାଛଡ଼ା ଅନେକ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos