ଡିସେମ୍ବର ପହିଲା ଯାଏଁ ସମସ୍ତ ମନ୍ଦିର ବନ୍ଦ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ଗଞ୍ଜାମରୁ ନେଇଛି ୨୩୦ ଜୀବନ। ତେବେ ଜିଲ୍ଲା ପ୍ରଶାସନର ତୁରିତ ପଦକ୍ଷେପ ଯୋଗୁ କରୋନାକୁ ଆୟତ୍ତ କରାଯାଇପାରିଛି। ଏବେ କରୋନାର ଦ୍ୱିତୀୟ ପ୍ରବାହକୁ ନେଇ ଚିନ୍ତାରେ ପ୍ରଶାସନ। ଏହାର ମୁକାବିଲା ପାଇଁ ଆଜି ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିରେ କରୋନାର ଦ୍ୱିତୀୟ ପ୍ରବାହ ରୋକାବାକୁ ନେଇ ଅଲୋଚନା କରାଯାଇଛି। ତେବେ ସ୍ଥିତିକୁ ଦେଇ ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ପହିଲା ଯାଏଁ ବନ୍ଦ ରହିବ ସମସ୍ତ ମନ୍ଦିର। ଆଗକୁ ନୂଆବର୍ଷ ଆସୁଥିବାରୁ ପିକ୍‌ନିକ୍‌ […]

tara

Manoranjan Sial
  • Published: Monday, 02 November 2020
  • , Updated: 02 November 2020, 05:43 PM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ଗଞ୍ଜାମରୁ ନେଇଛି ୨୩୦ ଜୀବନ। ତେବେ ଜିଲ୍ଲା ପ୍ରଶାସନର ତୁରିତ ପଦକ୍ଷେପ ଯୋଗୁ କରୋନାକୁ ଆୟତ୍ତ କରାଯାଇପାରିଛି। ଏବେ କରୋନାର ଦ୍ୱିତୀୟ ପ୍ରବାହକୁ ନେଇ ଚିନ୍ତାରେ ପ୍ରଶାସନ। ଏହାର ମୁକାବିଲା ପାଇଁ ଆଜି ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିରେ କରୋନାର ଦ୍ୱିତୀୟ ପ୍ରବାହ ରୋକାବାକୁ ନେଇ ଅଲୋଚନା କରାଯାଇଛି। ତେବେ ସ୍ଥିତିକୁ ଦେଇ ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ପହିଲା ଯାଏଁ ବନ୍ଦ ରହିବ ସମସ୍ତ ମନ୍ଦିର। ଆଗକୁ ନୂଆବର୍ଷ ଆସୁଥିବାରୁ ପିକ୍‌ନିକ୍‌ ସ୍ପଟ ଗୁଡ଼ିକ ଲାଗି ମଧ୍ୟ ଗାଇଡ୍‌ ଲାଇନ ଜାରି କରାଯାଇଛି। ପିକ୍‌ନିକ୍‌ ସ୍ପଟରେ ବଣଭୋଜି ଓ ମ୍ୟୁଜିକ ବଜାଇବା ମନା କରାଯାଇଛି।

ଏହାଛଡ଼ା ଜିଲ୍ଲାର ସରକାରୀ ଅଧିକାରୀଙ୍କ ଲାଗି ମଧ୍ୟ ଜାରି ହୋଇଛି ନିର୍ଦ୍ଦେଶାବଳୀ। ସରକାରୀ ଅଧିକାରୀ ୫୦% ଅଫିସ୍‌ରେ ରହିବେ। ବାକି କର୍ମଚାରୀ କ୍ଷେତ୍ର ପରିଦର୍ଶନ କରିବେ। ୩ ମାସ ଲାଗି ସବୁ ଗାଁରେ ଆରମ୍ଭ ହେବ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ। ଗାଁ ଲୋକେ ସେଇଠି ପ୍ରମାଣପତ୍ର, ରାଜସ୍ୱ ଆଦାୟ ଓ ମ୍ୟୁଟେସନ ସୁବିଧା ପାଇବେ।

Related story