ବିଜୁଳି ସଂଯୋଗ ହୋଇନି, ଖାଲି ମିଟର ବସାଇ ମାସକୁ ମାସ ବିଲ୍ କସୁଛି ବିଦ୍ୟୁତ୍‌ ବିଭାଗ

ଜୟପୁର (ଓଡ଼ିଶା ରିପୋର୍ଟର):ଜୟପୁର ସହରରେ ସୌଭାଗ୍ୟ ଯୋଜନାର ବିଚିତ୍ର ସ୍ଥିତି। ଉପଭୋକ୍ତାଙ୍କ ଘରକୁ ଖାଲି ତାର ଟାଣି ଦେଇ ବିଜୁଳି ବିଲ୍ ଧରେଇ ଦେଉଛି ବିଭାଗ । ବିଜୁଳି ସଂଯୋଗ ନଥାଇ ୬ ମାସ ଧରି ମୋଟା ଅଙ୍କର ବିଲ୍ ପାଉଛନ୍ତି ଗରିବ ଉପଭୋକ୍ତା।  ଜୟପୁର ସହରତଳି ଗୋଡ଼ଇା ଧୋବାସାହିର ଲକ୍ଷ୍ମୀ ପରଜା, ଜୟନଗରର ଲକ୍ଷ୍ମୀ ଗୌଡ଼ ସମସ୍ତଙ୍କର ଏକା ଭାଗ୍ୟ । ଆଜି ବି ଦୀପ ନହେଲେ ଡିବିରି ଜଳେ। ବିଜୁଳି ଆଲୁଅ ଜଳେଇବାକୁ କେନ୍ଦ୍ରର […]

654

Tapas Behera
  • Published: Tuesday, 15 October 2019
  • , Updated: 15 October 2019, 09:35 PM IST

ଜୟପୁର (ଓଡ଼ିଶା ରିପୋର୍ଟର):ଜୟପୁର ସହରରେ ସୌଭାଗ୍ୟ ଯୋଜନାର ବିଚିତ୍ର ସ୍ଥିତି। ଉପଭୋକ୍ତାଙ୍କ ଘରକୁ ଖାଲି ତାର ଟାଣି ଦେଇ ବିଜୁଳି ବିଲ୍ ଧରେଇ ଦେଉଛି ବିଭାଗ । ବିଜୁଳି ସଂଯୋଗ ନଥାଇ ୬ ମାସ ଧରି ମୋଟା ଅଙ୍କର ବିଲ୍ ପାଉଛନ୍ତି ଗରିବ ଉପଭୋକ୍ତା।  ଜୟପୁର ସହରତଳି ଗୋଡ଼ଇା ଧୋବାସାହିର ଲକ୍ଷ୍ମୀ ପରଜା, ଜୟନଗରର ଲକ୍ଷ୍ମୀ ଗୌଡ଼ ସମସ୍ତଙ୍କର ଏକା ଭାଗ୍ୟ । ଆଜି ବି ଦୀପ ନହେଲେ ଡିବିରି ଜଳେ।

ବିଜୁଳି ଆଲୁଅ ଜଳେଇବାକୁ କେନ୍ଦ୍ରର ସୌଭାଗ୍ୟ ଯୋଜନାରେ ୬ ମାସ ତଳୁ ଗାଁରେ ଖୁଣ୍ଟ ପ଼଼ଡ଼ିଛି,ଘରକୁ ତାର ଯାଇଛି, ମିଟର ବସିଛି । କିନ୍ତୁ ବିଜୁଳି ସଂଯୋଗ ହୋଇନି । ହେଲେ ଦୁର୍ଦ୍ଦଶା ଏତିକିରେ ସରୁନି । ଅସଲ କଥା ହେଉଛି ବିଜୁଳି ସଂଯୋଗ ନଦେଇ ବି ବିଭାଗ ଏମାନଙ୍କ ହାତରେ ମାସକୁ ମାସ ଚଢ଼ା ବିଲ୍ ଧରେଇ ଦେଉଛି।

କେଉଁ ମାସରେ ହଜାରେ କୋଉ ମାସରେ ପନ୍ଦର ଶହ। ୬ ମାସରେ ପାଖାପାଖି ୩ ହଜାର ଲେଖାଏଁ ବିଲ୍ ଦେଖି ଉପଭୋକ୍ତା ଛାନିଆ। ବାରମ୍ବାର ଏନେଇ ଅଭିଯୋଗ କଲେ ମଧ୍ୟ କିଛି ଲାଭ ହେଉନି । ତେବେ ଏଠି ପ୍ରଶ୍ନ ବିନା ବିଜୁଳି ସଂଯୋଗରେ ଉପଭୋକ୍ତାଙ୍କ ପାଖକୁ ବିଲ୍ ଯାଉଛି କେମିତି ? ପ୍ରକୃତରେ ବୈଷୟିକ ତ୍ରୁଟି ନା ୟା ପଛରେ ଲୁଚିଛି ଆଉ କିଛି କାରଣ ? ଜୟପୁର ଭଳି ରାଜ୍ୟର ପ୍ରମୁଖ ସହର ଭିତରେ ଯଦି ସୌଭାଗ୍ୟ ଯୋଜନାର ଏ ଗତି, ତାହେଲେ ଦୁର୍ଗମ ଗାଁ ଗହଳିରେ ସ୍ଥିତି କ’ଣ ଥିବ ତାହା ସହଜେ ଅନୁମେୟ।

Related story