ଚାରିମାସର ଗର୍ଭବତୀ ପ୍ରେମିକାକୁ ଛାଡ଼ି ପ୍ରେମିକ ଛୁ

ବଲାଙ୍ଗିର (ସସ୍ମିତା ସାହୁ): ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରି, ଚାରି ମାସର ଗର୍ଭବତୀ କରିବା ପରେ ଫେରାର ହୋଇଯାଇଛନ୍ତି ପ୍ରେମିକ ଟିଉସନ୍‌ ସାର୍‌। ଏବେ ନ୍ୟାୟ ପାଇଁ ବାର ଦୁଆର ଶୁଣ୍ଢିପିଣ୍ଢା ହେଉଛନ୍ତି ପ୍ରେମିକା। ଏବେ ପେଟରେ ୪ ମାସର ଛୁଆକୁ ଧରି ନିଜ ଭାଗ୍ୟକୁ ନିନ୍ଦୁଛନ୍ତି ପୀଡ଼ିତା। ଘଟଣାଟି ହେଉଛି ବଲାଙ୍ଗିର ସହର ବରପାଲି ପଡ଼ାର। ଏହି ପଡ଼ାର ଯୁବକ ସୁବ୍ରତ ମିଶ୍ର ବୈଜୟନ୍ତୀ ପଡ଼ାକୁ ଟ୍ୟୁସନ ପଢ଼ାଇବାକୁ ଯାଉଥିଲେ। ସେହି ସମୟରେ ପଡ଼ାର […]

Tution image

Rakesh Mallick
  • Published: Friday, 06 July 2018
  • , Updated: 06 July 2018, 08:53 PM IST

ବଲାଙ୍ଗିର (ସସ୍ମିତା ସାହୁ): ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରି, ଚାରି ମାସର ଗର୍ଭବତୀ କରିବା ପରେ ଫେରାର ହୋଇଯାଇଛନ୍ତି ପ୍ରେମିକ ଟିଉସନ୍‌ ସାର୍‌। ଏବେ ନ୍ୟାୟ ପାଇଁ ବାର ଦୁଆର ଶୁଣ୍ଢିପିଣ୍ଢା ହେଉଛନ୍ତି ପ୍ରେମିକା। ଏବେ ପେଟରେ ୪ ମାସର ଛୁଆକୁ ଧରି ନିଜ ଭାଗ୍ୟକୁ ନିନ୍ଦୁଛନ୍ତି ପୀଡ଼ିତା।

ଘଟଣାଟି ହେଉଛି ବଲାଙ୍ଗିର ସହର ବରପାଲି ପଡ଼ାର। ଏହି ପଡ଼ାର ଯୁବକ ସୁବ୍ରତ ମିଶ୍ର ବୈଜୟନ୍ତୀ ପଡ଼ାକୁ ଟ୍ୟୁସନ ପଢ଼ାଇବାକୁ ଯାଉଥିଲେ। ସେହି ସମୟରେ ପଡ଼ାର ଜଣେ ଦଳିତ ଯୁବତୀଙ୍କ ସହିତ ତାଙ୍କର ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଝିଅଘର ଲୋକେ ବିବାହ ପାଇଁ ରାଜି ହେଉଥିଲେ ବି ପୁଅ ଘର ରାଜି ହେଲେନି। ଶେଷରେ ସ୍ଥାନୀୟ ନୃସିଂହନାଥ ମନ୍ଦିରରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେଲେ। ବାହାଘର ପରେ ସ୍ୱାମୀ-ସ୍ତ୍ରୀ ଦୁହେଁ ବୈଜୟନ୍ତୀ ପଡ଼ାରେ ଥିବା ଝିଅଘରେ ରହିଥିଲେ ବୋଲି କହିଛନ୍ତି ପୀଡ଼ିତା।

କିଛିଦିନ ଏକାଠି ରହିବା ପରେ ଟିଉସନ ସାର୍ ତଥା ସ୍ୱାମୀ ସୁବ୍ରତଙ୍କ ମନ ଛାଡ଼ିଗଲା। କାହାକୁ କିଛି ନ କହି ସେ ଫେରାର ହୋଇଯାଇଥିଲେ। ହେଲେ ସେତେବେଳକୁ ସୁବ୍ରତଙ୍କ ପତ୍ନୀ ଗର୍ଭବତୀ ଥିଲେ। ଏପରି ପରିସ୍ଥିତିରେ ସେମାନଙ୍କ ସଂସାର ଦୋଛକିରେ ପଡ଼ି ଯାଇଥିଲା।

ସୁବ୍ରତ ଫେରାର ହୋଇଯାଇଥିବାରୁ ଟାଉନ ଥାନର ଦ୍ୱାରସ୍ଥ ହୋଇଛନ୍ତି ପୀଡିତା। ହେଲେ ସୁବ୍ରତ ପୋଲିସ ସମ୍ମୁଖରେ ଆଉ ସେ ଝିଅକୁ ପାଖରେ ରଖିବେ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି। ଧୋକା ଦେଇଥିବାରୁ ସୁବ୍ରତଙ୍କ ବିରୋଧରେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପୀଡ଼ିତା।

ଏଣେ ବଲାଙ୍ଗିର ସହରର ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ଏବଂ ସମାଜସେବୀ ଟାଉନ ଥାନାକୁ ଆସି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। ଟାଉନ ଥାନା ପୋଲିସ ସୁବ୍ରତଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।

Related story