ହୋଟେଲ୍‌ରେ ନଖାଇବାରୁ ସରକାରୀ ବସ୍‌ କର୍ମଚାରୀଙ୍କୁ ମାଡ଼

କେନ୍ଦୁଝର(ପ୍ରଣୟ ପାଣି): ସରକାର ବସ୍‌ ଷ୍ଟାଣ୍ଡରେ ଓଡ଼ିଶା ରାଜ୍ୟ ପରିବହନ ନିଗମ (ଓଏସ୍‌ଆର୍‌ଟିସି) ବସ୍‌ କର୍ମଚାରୀଙ୍କୁ ମାଡ଼ ହୋଇଛି। ଏପରି ଘଟଣା କେନ୍ଦୁଝର ସରକାରୀ ବସ୍‌ଷ୍ଟାଣ୍ଡରେ ଘଟିଛି। ହୋଟେଲ୍‌ ମାଲିକ ଓ ତାଙ୍କ ପୁଅଙ୍କ ମାଡ଼ରେ ବସ୍‌ କର୍ମଚାରୀ ଆହତ ହୋଇଛନ୍ତି। ଏନେଇ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ପରେ ହୋଟେଲ୍‌ ମାଲିକ ଓ ତାଙ୍କ ଫେରାର ଥିବା ଜଣାପଡ଼ିଛି। କେନ୍ଦୁଝର ସରକାରୀ ବସ୍‌ ଷ୍ଟାଣ୍ଡ ପରିସରରେ ରହିଛି ରଶ୍ମୀ ହୋଟେଲ୍‌। ସବୁଦିନ ପରି […]

OSRTC

Manoranjan Sial
  • Published: Friday, 19 November 2021
  • , Updated: 19 November 2021, 05:30 PM IST

କେନ୍ଦୁଝର(ପ୍ରଣୟ ପାଣି): ସରକାର ବସ୍‌ ଷ୍ଟାଣ୍ଡରେ ଓଡ଼ିଶା ରାଜ୍ୟ ପରିବହନ ନିଗମ (ଓଏସ୍‌ଆର୍‌ଟିସି) ବସ୍‌ କର୍ମଚାରୀଙ୍କୁ ମାଡ଼ ହୋଇଛି। ଏପରି ଘଟଣା କେନ୍ଦୁଝର ସରକାରୀ ବସ୍‌ଷ୍ଟାଣ୍ଡରେ ଘଟିଛି। ହୋଟେଲ୍‌ ମାଲିକ ଓ ତାଙ୍କ ପୁଅଙ୍କ ମାଡ଼ରେ ବସ୍‌ କର୍ମଚାରୀ ଆହତ ହୋଇଛନ୍ତି। ଏନେଇ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ପରେ ହୋଟେଲ୍‌ ମାଲିକ ଓ ତାଙ୍କ ଫେରାର ଥିବା ଜଣାପଡ଼ିଛି।

କେନ୍ଦୁଝର ସରକାରୀ ବସ୍‌ ଷ୍ଟାଣ୍ଡ ପରିସରରେ ରହିଛି ରଶ୍ମୀ ହୋଟେଲ୍‌। ସବୁଦିନ ପରି ଆଜି ବାରିପଦାରୁ ଆସିଥିବା ସରକାରୀ ବସ୍‌ଟି ଷ୍ଟାଣ୍ଡରେ ଯାତ୍ରୀଙ୍କୁ ଓହ୍ଲାଇଥିଲା। ଠିକ୍‌ ଏହି ସମୟରେ ରଶ୍ମୀ ହୋଟେଲ୍‌ର ମାଲିକ ଓ ତାଙ୍କ ପୁଅ ବସ୍‌ କର୍ମଚାରୀମାନଙ୍କୁ ଖାଇବା ପାଇଁ ବାଧ୍ୟ କରାଇଥିଲେ। ମାତ୍ର ସରକାରୀ ବସ୍‌ କର୍ମଚାରୀମାନେ ଖାଇବା ପାଇଁ ମନା କରିଦେଇଥିଲେ। ଯେଉଁଥିପାଇଁ ସେମାନଙ୍କୁ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ରଶ୍ମୀ ହୋଟେଲ୍‌ ମାଲିକ ଓ ତାଙ୍କ ପୁଅଙ୍କ ମାଡ଼ରେ ବସ୍‌ ଡ୍ରାଇଭର ଏବଂ ହେଲ୍‌ପର ଆହତ ହୋଇଛନ୍ତି।

ମାଡ଼ ଖାଇବା ପରେ ଡ୍ରାଇଭର ଗାଡ଼ିକୁ ଗାନ୍ତବ୍ୟ ସ୍ଥଳକୁ ନନେଇ ଟାଉନ ଥାନା ଆଗରେ ଠିଆ କରାଇ ଦେଇଥିଲେ। ଏପରିକି ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଫଳରେ ଯାତ୍ରୀମାନେ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। ଥାନାରେ ଏତଲା ନେଇ ଖବର ପାଇବା ପରେ ରଶ୍ମୀ ହୋଟେଲ୍‌ର ମାଲିକ ଓ ତାଙ୍କ ପୁଅ ଫେରାର ହୋଇଥିବା ଜଣାପଡ଼ିଛି।

ଆହତ କଣ୍ଡକ୍ଟର ପବିତ୍ର ମୋହନ ନାଏକ କହିଛନ୍ତି-“କେନ୍ଦୁଝର ବସ୍‌ଷ୍ଟାଣ୍ଡରେ ଯାତ୍ରୀ ଓହ୍ଲାଇ ଅନୁଗୋଳ ଅଭିମୁଖେ ଗଲା ବେଳେ ରଶ୍ମୀ ହୋଟେଲ୍‌ର ମାଲିକ ଓ ତାଙ୍କ ପୁଅ ଆମକୁ ଗାଳି ଦେଇଥିଲେ। ହୋଟେଲ୍‌ ପାଖରେ କଣ ପାଇଁ ବସ୍‌ ଅଟକାଉ ନାହଁ ବୋଲି କହି ମାଡ଼ ମାରିଥିଲେ। ଏବେ ସରକାରୀ ବସ୍‌ଷ୍ଟାଣ୍ଡରେ ସରକାରୀ ବସ୍‌ କର୍ମଚାରୀ ଅସୁରକ୍ଷିତ।”

Related story