‘ଚିକିତ୍ସା ନାଁରେ ଘରୋଇ ହସ୍ପିଟାଲ କରୋନା ରୋଗୀଙ୍କୁ ଶୋଷଣ କରୁଛନ୍ତି’

କଟକ(ଓଡ଼ିଶା ରିପୋର୍ଟର): ଘରୋଇ ହସ୍ପିଟାଲରେ କରୋନା ରୋଗୀଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି। ମାତ୍ର ୧୨ ଘଣ୍ଟା ଭିତରେ ଡାକ୍ତରଖାନା କର୍ତ୍ତୃପକ୍ଷ ରୋଗୀ ସଂପର୍କୀୟଙ୍କଠାରୁ ଚିକିତ୍ସା ବାବଦକୁ ୩୫ ହଜାର ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି। କଟକ ସିଡିଏ ଅଂଚଳର ଦୁର୍ଗାପ୍ରସାଦ ସିହ୍ନା ଏପରି ଅଭିଯୋଗ ଆଣିଛନ୍ତି। ଦୁର୍ଗାପ୍ରସାଦ ସିହ୍ନାଙ୍କ କହିବା ଅନୁସାରେ ସେ ଗତ ୫ ତାରିଖ ରାତିରେ ନିଜ ଆଈଙ୍କୁ ସେଲଟର ଛକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ବିଭିନ୍ନ […]

cuttack

Manoranjan Sial
  • Published: Sunday, 16 May 2021
  • , Updated: 16 May 2021, 07:47 PM IST

କଟକ(ଓଡ଼ିଶା ରିପୋର୍ଟର): ଘରୋଇ ହସ୍ପିଟାଲରେ କରୋନା ରୋଗୀଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି। ମାତ୍ର ୧୨ ଘଣ୍ଟା ଭିତରେ ଡାକ୍ତରଖାନା କର୍ତ୍ତୃପକ୍ଷ ରୋଗୀ ସଂପର୍କୀୟଙ୍କଠାରୁ ଚିକିତ୍ସା ବାବଦକୁ ୩୫ ହଜାର ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି। କଟକ ସିଡିଏ ଅଂଚଳର ଦୁର୍ଗାପ୍ରସାଦ ସିହ୍ନା ଏପରି ଅଭିଯୋଗ ଆଣିଛନ୍ତି।

ଦୁର୍ଗାପ୍ରସାଦ ସିହ୍ନାଙ୍କ କହିବା ଅନୁସାରେ ସେ ଗତ ୫ ତାରିଖ ରାତିରେ ନିଜ ଆଈଙ୍କୁ ସେଲଟର ଛକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ବିଭିନ୍ନ ଟେଷ୍ଟ ଓ ମେଡିସିନ ବାବଦରେ ମେଡିକାଲ କର୍ତ୍ତୃପକ୍ଷ ତାଙ୍କଠୁ ୧୨ ଘଣ୍ଟା ଭିତରେ ୩୫ ହଜାର ଟଙ୍କା ନେଇଥିବା ଦୁର୍ଗାପ୍ରସାଦ କହିଛନ୍ତି। ତେବେ ଏତେ ଟଙ୍କା ଖର୍ଚ୍ଚ ହେବା ଦେଖି ଦୁର୍ଗାପ୍ରସାଦ ୬ ତାରିଖ ସକାଳୁ ଆଈଙ୍କୁ ଏସ୍‌ସିବି ମେଡିକାଲ ନେଇଯାଇଥିଲେ। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଚିକିତ୍ସା ବାବଦକୁ ଏତେ ଅଧିକ ଟଙ୍କା ଘରୋଇ ମେଡିକାଲ ନେବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଦୁର୍ଗାପ୍ରସାଦ।

ସେପଟେ ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି, ଚିକିତ୍ସା ବାବଦ ଟଙ୍କାଠାରୁ କିଛି ଅଧିକ ନିଆ ଯାଇନାହିଁ। ଅଭିଯୋଗ ଭିତ୍ତିହୀନ।

https://youtu.be/wFv3h1zaMZI

Related story