ସ୍ୱାମୀ ନଥିଲେ, ଅନ୍ୟ ପୁରୁଷ ସହ ଧରିଲେ; ଆଉ ତା’ପରେ…

Ordigital Desk
  • Published: Friday, 27 April 2018
  • , Updated: 27 April 2018, 05:47 PM IST
<p>ଉମରକୋଟ (କାର୍ତ୍ତିକ ମଲ୍ଲିକ): ଆଇନ୍&zwnj;କୁ ହାତକୁ ନେଲେ ଗାଁ ଲୋକ। ନ୍ୟାୟିକ ବ୍ୟବସ୍ଥା ଉପରେ ଭରସା ନକରି ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ମାଡ଼ ମାରିଲେ। ଏପରିକି ଦୁହିଁଙ୍କୁ ଗୋଟିଏ ଦଉଡ଼ିରେ ବାନ୍ଧି ବୁଲାଇଲେ। ଏପରି ଘଟଣା ନବରଙ୍ଗପୁର ଜିଲ୍ଲା ଝରିଗାଁରେ ଘଟିଛି। ପୋଲିସ ଗାଁରେ ପହଞ୍ଚି ନିର୍ଯାତନାରେ ଶିକାର ହୋଇଥିବା ମହିଳା ଓ ପୁରୁଷଙ୍କୁ ଉଦ୍ଧାର କରିଛି। ଏହି ଘଟଣାରେ ପୋଲିସ ମହିଳାଙ୍କ ସ୍ୱାମୀଙ୍କ ସହ ୩ ଗାଁ ଲୋକଙ୍କୁ ଗିରଫ କରିଛି।</p> <p>ପୂରା ଘଟଣା ଏମିତି। ଗତକାଲି ମଧ୍ୟ ରାତିରେ ବୁହାଲିଗୁଡ଼ା ଗାଁର ଏକ ନିଛାଟିଆ ଜାଗାରେ ଗୋଟିଏ ସ୍କର୍ପିଓ ଦୀର୍ଘ ସମୟ ଧରି ଛିଡ଼ା ହୋଇଥିଲା। ମାତ୍ର ଏହି ଗାଡ଼ି ଭିତରେ କେହି ନଥିଲେ। ଏହାକୁ ନେଇ କିଛି ଗାଁ ଲୋକଙ୍କ ମଧ୍ୟରେ ସନ୍ଦେହ ଉପୁଜିଥିଲା। ମନ ଭିତରେ ଥିବା ସନ୍ଦେହ ଦୂର କରିବା ପାଇଁ ଗାଁ ଲୋକେ ପରସ୍ପର ଭିତରେ ଫୋନ୍&zwnj; କରି ଆଲୋଚନା ମଧ୍ୟ କରିଥିଲେ। ହେଲେ ଗାଡ଼ିଟି କାହାର ସେ ସମ୍ପର୍କରେ କିଛି ଜଣାପଡ଼ିନଥିଲା। ତେବେ ସମସ୍ତଙ୍କ ସନ୍ଦେହ ଯାଇଥିଲା ଜଣେ ମହିଳାଙ୍କ ଘରକୁ। ରାତି ସାରା ଗାଁ ଲୋକ ଉକ୍ତ ମହିଳାଙ୍କ ଘର ପାଖରେ ଜଗି ରହିଥିଲେ। ଗାଁ ଲୋକଙ୍କ କହିବା ଅନୁଯାୟୀ, ଭୋର ସମୟରେ ସେମାନେ ଉକ୍ତ ମହିଳା ଓ ସ୍କର୍ପିଓ ଚାଳକଙ୍କୁ ଘର ଭିତରୁ ଅସଂଯତ ଅବସ୍ଥାରେ ଧରିଥିଲେ। ଏହି ସମୟରେ ମହିଳାଙ୍କ ସ୍ୱାମୀ ଘରେ ନଥିଲେ। ଏହି ଖବର ଗାଁରେ ପ୍ରଚାରିତ ହେବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗାଁ ଲୋକେ ଉକ୍ତ ମହିଳା ଓ ପୁରୁଷଙ୍କ ଚୁଟି କାଟି ମାଡ଼ ମାରିଥିଲେ। ଏପରିକି ଉଭୟଙ୍କୁ ଗୋଟିଏ ଦଉଡ଼ିରେ ବାନ୍ଧି ଗାଁ ବୁଲାଇଥିଲେ। ସ୍କର୍ପିଓକୁ ମଧ୍ୟ ଭଙ୍ଗାରୁଜା କରିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଗାଁ ଲୋକଙ୍କ ଏପରି କାର୍ଯ୍ୟକୁ ବିରୋଧ କରିବା ପରିବର୍ତ୍ତେ ଭିଡ଼ିଓ ସୁଟିଂ କଲେ। ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଗାଁରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଛି। ପୋଲିସ ମାମଲା ରୁଜୁ କରି ମହିଳାଙ୍କ ସ୍ୱାମୀଙ୍କ ସହ ୩ ଗାଁ ଲୋକଙ୍କୁ ଗିରଫ କରିଛି।</p>

Related story