ଏମବିବିଏସ୍- ବିଡ଼ିଏସ ନାମଲେଖା ପାଇଁ ଆଜିଠୁ କାଉନସେଲିଂ

ଭୁବନେଶ୍ୱର: ରାଜ୍ୟରେ ଏମବିବିଏସ୍ ଏବଂ ବିଡ଼ିଏସ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠୁ କାଉନସେଲିଂ ଆରମ୍ଭ ହେଉଛି। ଭୁବନେଶ୍ୱର, ସମ୍ୱଲପୁର ଏବଂ ବ୍ରହ୍ମପୁର ୩ଟି ସହରର ୫ଟି ନୋଡ଼ାଲ୍ ସେଣ୍ଟରରେ କାଉନସେଲିଂ ହେବ। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ କାଉନସେଲିଂ ହେବ।  କାଉନସେଲିଂରେ ଭାଗ ନେବା ପାଇଁ ୧୭ଶହ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ଜଣାପଡ଼ିଛି। ଆସନ୍ତା ୬ ତାରିଖରେ ପ୍ରଥମ ପର୍ଯ୍ୟାୟ ସିଟ୍ ଆଲଟମେଣ୍ଟ ହେବ। ଏହାପରେ ୭ ରୁ ୧୧ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଭୁବନେଶ୍ୱର […]

vlcsnap-2015-08-29-09h55m10s727

Rakesh Mallick
  • Published: Saturday, 29 August 2015
  • , Updated: 29 August 2015, 06:21 AM IST

ଭୁବନେଶ୍ୱର: ରାଜ୍ୟରେ ଏମବିବିଏସ୍ ଏବଂ ବିଡ଼ିଏସ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠୁ କାଉନସେଲିଂ ଆରମ୍ଭ ହେଉଛି। ଭୁବନେଶ୍ୱର, ସମ୍ୱଲପୁର ଏବଂ ବ୍ରହ୍ମପୁର ୩ଟି ସହରର ୫ଟି ନୋଡ଼ାଲ୍ ସେଣ୍ଟରରେ କାଉନସେଲିଂ ହେବ। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ କାଉନସେଲିଂ ହେବ।  କାଉନସେଲିଂରେ ଭାଗ ନେବା ପାଇଁ ୧୭ଶହ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ଜଣାପଡ଼ିଛି। ଆସନ୍ତା ୬ ତାରିଖରେ ପ୍ରଥମ ପର୍ଯ୍ୟାୟ ସିଟ୍ ଆଲଟମେଣ୍ଟ ହେବ। ଏହାପରେ ୭ ରୁ ୧୧ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଭୁବନେଶ୍ୱର ସ୍ଥିତ ଜେଇଇ ସେଲରେ ପ୍ରୋଭିଜନାଲ ନାମଲେଖା ଲାଗି ରିପୋର୍ଟିଂ କରିବେ। ୧୨ ତାରିଖରେ ପ୍ରକାଶ ପାଇବ ଖାଲି ଥିବା ସିଟ୍ ତାଲିକା। ଚଳିତ ବର୍ଷ ରାଜ୍ୟର ୨୦୦ କମ୍ ଏମବିବିଏସ୍ ସିଟରେ ଆଡମିଶନ୍ ହେବ। ଭିତ୍ତିଭୂମି ନଥିବାରୁ ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆ ଏହି ସିଟ୍ କମାଇ ଦେଇଛି। ରାଉରକେଲା ସ୍ଥିତ ହାଇଟେକ୍ ମେଡିକାଲ କଲେଜ ଏବଂ କଳାହାଣ୍ଡି ସ୍ଥିତ ସର୍ଦ୍ଦାର ରାଜା ମେଡିକାଲ କଲେଜରେ ଚଳିତ ବର୍ଷ ଏମବିବିଏସ୍ ସିଟରେ ନାମ ଲେଖାଇ ପାରିବେ ନାହିଁ ଛାତ୍ରଛାତ୍ରୀ। ଗତବର୍ଷ ଉଭୟ କଲେଜରେ ୧୦୦ ଲେଖାଏଁ ଏମବିବିଏସ୍ ସିଟରେ ଆଡମିଶନ ହୋଇଥିଲା। ସିଟ୍ କମାଇ ଦିଆଯାଇଥିବାରୁ ଆଶାୟୀ ଛାତ୍ରଛାତ୍ରୀଙ୍କ ଚିନ୍ତା ବଢିଯାଇଛି।

Related story