ଭାରରେ ୭ କିଲୋମିଟର ବୁହା ହେଲେ ଆହତ ଯୁବକ

ମାଲକାନଗିରି (ଜିତେନ୍ଦ୍ର ବେଉରା): ଜଣେ ଯୁବକ ଗଛରୁ ପଡ଼ିଗଲେ। ତାଙ୍କ ଗୋଡ଼ ଭାଙ୍ଗିଗଲା। ତେବେ ତାଙ୍କୁ ଡାକ୍ତରଖାନା ନେବାକୁ ଗାଁ ଲୋକଙ୍କୁ ବହୁତ ହଇରାଣ ହେବାକୁ ପଡ଼ିଲା। କାରଣ ଗାଁକୁ ଭଲ ରାସ୍ତାଟିଏ ନଥିବା ଯୋଗୁ ଆମ୍ବୁଲାନ୍ସ ଆସିପାରିଲା ନାହିଁ। ତେଣୁ ଗାଁ ଲୋକେ ତାଙ୍କୁ ଭାରରେ ବୋଲି ୭ କିଲୋମିଟର ନେଇଥିଲେ। ତା’ପରେ ସେଠାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା। ଏଭଳି ଏକ ଅଭାବନୀୟ ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା ମାଲକାନଗିରି ଜିଲ୍ଲା ତାଗବେଡ଼ା […]

man

Jitendra Garnayak
  • Published: Friday, 22 March 2019
  • , Updated: 22 March 2019, 12:58 PM IST

ମାଲକାନଗିରି (ଜିତେନ୍ଦ୍ର ବେଉରା): ଜଣେ ଯୁବକ ଗଛରୁ ପଡ଼ିଗଲେ। ତାଙ୍କ ଗୋଡ଼ ଭାଙ୍ଗିଗଲା। ତେବେ ତାଙ୍କୁ ଡାକ୍ତରଖାନା ନେବାକୁ ଗାଁ ଲୋକଙ୍କୁ ବହୁତ ହଇରାଣ ହେବାକୁ ପଡ଼ିଲା। କାରଣ ଗାଁକୁ ଭଲ ରାସ୍ତାଟିଏ ନଥିବା ଯୋଗୁ ଆମ୍ବୁଲାନ୍ସ ଆସିପାରିଲା ନାହିଁ। ତେଣୁ ଗାଁ ଲୋକେ ତାଙ୍କୁ ଭାରରେ ବୋଲି ୭ କିଲୋମିଟର ନେଇଥିଲେ। ତା’ପରେ ସେଠାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା।

ଏଭଳି ଏକ ଅଭାବନୀୟ ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା ମାଲକାନଗିରି ଜିଲ୍ଲା ତାଗବେଡ଼ା ଗାଁରେ। ଆହତ ଯୁବକଙ୍କ ନାଁ ସମା କିର୍ଷନି। ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Related story