ଆସିଲାନି ଆମ୍ବୁଲାନ୍ସ, ପ୍ରତିବାଦରେ ୫ କିମି ଖଟିଆରେ ମୃତଦେହ ବୋହିଲେ ଉତ୍ତ୍ୟକ୍ତ ଲୋକେ

Ordigital Desk
  • Published: Sunday, 01 April 2018
  • , Updated: 01 April 2018, 04:33 PM IST
<p>ବାରିପଦା (ଓଡ଼ିଶା ରିପୋର୍ଟର): ରାଜ୍ୟରେ ବିଭିନ୍ନ ସ୍ଥାନରୁ ବିଭିନ୍ନ ସମୟରେ ଆମ୍ବୁଲାନ୍ସ ସେବା ବିପର୍ଯ୍ୟସ୍ତ ଅଭିଯୋଗ ଆସିଛି। ବାରମ୍ବାର ଏପରି ଅଭିଯୋଗ ଆସିଥିଲେ ମଧ୍ୟ ଏଥିରେ ସୁଧାର ଆସୁନାହିଁ। ଏବେ ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ କିପରି ଆମ୍ବୁଲାନ୍ସ ସେବା ବିପର୍ଯ୍ୟୟ ଅବସ୍ଥାରେ ଅଛି ଦେଖିବାକୁ ମିଳିଛି। ଏଠାରେ ଆମ୍ବୁଲାନ୍ସ ନ ଆସିବାରୁ ପ୍ରତିବାଦରେ ଜଣେ ବ୍ୟକ୍ତିଙ୍କ ମୃତଦେହକୁ ପରିବାର ଲୋକେ ଖଟିଆରେ ବୋହି ୫ କିମି ଚାଲିଚାଲି ଯାଇଛନ୍ତି।</p> <p>ଖବର ଅନୁସାରେ, କଇଁଫୁଲିଆ ବନ୍ଧରେ ଗାଧୋଇବା ବେଳେ ଜଣେ ଯୁବକ ବୁଡ଼ିଯାଇଥିଲେ। ଖୋଜାଖୋଜି ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି, ଯୁବକ ଜଣଙ୍କ ବୁଡିଗଲା ପରେ ସେମାନେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ, ହେଲେ କେହି ଆସିଲେ ନାହିଁ। ସେହିପରି ମୃତଦେହ ଉଦ୍ଧାର ପରେ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା। ସେ ମଧ୍ୟ ଆସିଲାନି। ଏହାରି ପ୍ରତିବାଦରେ ଅଞ୍ଚଳବାସୀ ମୃତଦେହକୁ ଖଟିଆରେ ବୋହି ଜିଲ୍ଲାପାଳଙ୍କ ଅଫିସକୁ ଯାଇ ଅଭିଯୋଗ କରିଛନ୍ତି।</p>

Related story