କାଦୁଅରେ ଫସିଗଲା ଆମ୍ୱୁଲାନ୍ସ, ବାହାରି ପାରିଲାନି; ଚାଲିଗଲା ରୋଗୀର ଜୀବନ!

ବାଲେଶ୍ୱର(ରଞ୍ଜିତ ପାକଳ): ରୋଗୀ ଆଣିବା ପାଇଁ ଯାଇଥିଲା ୧୦୮ ଆମ୍ୱୁଲାନ୍ସ। ହେଲେ ଯାଉଥିବା ବେଳେ କାଦୁଅ ରାସ୍ତାରେ ଫସିଗଲା। ଯେତେ ଚେଷ୍ଟା କଲେ ମଧ୍ୟ କାଦୁଅରୁ ବାହାରିପାରିଲା ନାହିଁ। ୧୦୮ ଡ୍ରାଇଭରଙ୍କ ଅକଲ ଗୁଡୁମ୍‌ ହୋଇଯାଇଥିଲା। ଦୀର୍ଘ ଦୁଇ ଘଣ୍ଟାର କସରତ ପରେ ଟ୍ରାକ୍ଟର ମାଧ୍ୟମରେ ଆମ୍ୱୁଲାନ୍ସକୁ ବାହାର କରାଯାଇଥିଲା। କାଦୁଅ ରାସ୍ତାରୁ ଆମ୍ୱୁଲାନ୍ସ ବାହାରିଲା ବେଳକୁ ରୋଗୀର ପ୍ରାଣବାୟୁ ଉଡି ଯାଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଟାଉନ୍‌ ଅଞ୍ଚଳରେ। ବାଲେଶ୍ୱର […]

Balasore

Manoranjan Sial
  • Published: Saturday, 11 September 2021
  • , Updated: 11 September 2021, 10:20 PM IST

ବାଲେଶ୍ୱର(ରଞ୍ଜିତ ପାକଳ): ରୋଗୀ ଆଣିବା ପାଇଁ ଯାଇଥିଲା ୧୦୮ ଆମ୍ୱୁଲାନ୍ସ। ହେଲେ ଯାଉଥିବା ବେଳେ କାଦୁଅ ରାସ୍ତାରେ ଫସିଗଲା। ଯେତେ ଚେଷ୍ଟା କଲେ ମଧ୍ୟ କାଦୁଅରୁ ବାହାରିପାରିଲା ନାହିଁ। ୧୦୮ ଡ୍ରାଇଭରଙ୍କ ଅକଲ ଗୁଡୁମ୍‌ ହୋଇଯାଇଥିଲା। ଦୀର୍ଘ ଦୁଇ ଘଣ୍ଟାର କସରତ ପରେ ଟ୍ରାକ୍ଟର ମାଧ୍ୟମରେ ଆମ୍ୱୁଲାନ୍ସକୁ ବାହାର କରାଯାଇଥିଲା। କାଦୁଅ ରାସ୍ତାରୁ ଆମ୍ୱୁଲାନ୍ସ ବାହାରିଲା ବେଳକୁ ରୋଗୀର ପ୍ରାଣବାୟୁ ଉଡି ଯାଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଟାଉନ୍‌ ଅଞ୍ଚଳରେ।

ବାଲେଶ୍ୱର ସଦର ଥାନା ହଳଦୀପଦା ଫାଣ୍ଡି ଅନ୍ତର୍ଗତ ନିଜାମପୁର ପଞ୍ଚାୟତ ଦୁମୁଦା ଗାଁର ରମାକାନ୍ତ ବେହେରା। ଆଜି ସକାଳେ ସେ ବିଲକୁ କାମ କରିବାକୁ ଯାଇଥିଲେ। କାମ ସାରି ଫେରି ଘରେ ଖାଉଥିବା ବେଳେ ହଠାତ୍‌ ଛାତି ଯନ୍ତ୍ରଣା କରିଥିଲା। ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ପାଇଁ 108 ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। ଆଉ ଫୋନ୍‌ କଲ ପାଇ ଆମ୍ୱୁଲାନ୍ସ ଗାଁକୁ ଆସୁଥିଲା। ହେଲେ ଗାଁରେ ପହଞ୍ଚିବା ପୂର୍ବରୁ କାଦୁଅ ରାସ୍ତାରେ ଫସିଗଲା ଆମ୍ବୁଲାନ୍ସ। କାଦୁଅ ରାସ୍ତାରୁ ବାହାରି ପାରିଲା ନାହିଁ ଆମ୍ୱୁଲାନ୍ସ। ଦୀର୍ଘ ଦୁଇ ଘଣ୍ଟା ପରେ ଟ୍ରାକ୍ଟର ମାଧ୍ୟମରେ ଆମ୍ୱୁଲାନ୍ସକୁ କାଦୁଅରୁ ବାହାର କରାଯାଇଥିଲା।

କାଦୁଅ ରାସ୍ତାରୁ ଆମ୍ବୁଲାନ୍ସ ବାହାରିଲା ବେଳକୁ ରମାକାନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଥିଲା। ପରିବାର ଲୋକେ ତାଙ୍କୁ ଅନ୍ୟ ଏକ ଗାଡ଼ିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନାରୁ ପ୍ରକାଶ, ରମାକାନ୍ତଙ୍କର ପେଟରେ ଆପେଣ୍ଡିସାଇଟ ଥିଲା। ଯେଉଁଥିପାଇଁ ଆଜି ଯନ୍ତ୍ରଣା ହେଉଥିଲା। ଠିକଣା ସମୟରେ ଚିକିତ୍ସା ସେବା ନପାଇବାରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

Related story