କନ୍ଧମାଳ ଘଟଣାର ତଦନ୍ତ କରିବାକୁ ଅମିତ ଶାହ ଗଠନ କଲେ ତିନି ଜଣିଆ କମିଟି

ଭୁବନେଶ୍ୱର: କନ୍ଧମାଳର କୃତମଗଡ଼ରେ ପୋଲିସ୍‌ ଗୁଳିରେ ୫ ଜଣ ନିରୀହ ଆଦିବାସୀଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବା ପାଇଁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି ଏକ ତିନି ଜଣିଆ କମିଟି ଗଠନ କରିଛନ୍ତି। ଏଥିରେ ଦଳର ରାଷ୍ଟ୍ରୀୟ ଉପ-ସଭାପତି ବିନୟ ସହସ୍ରବୁଦ୍ଧେ, ଜାତୀୟ ସଂପାଦକ ଜ୍ୟୋତି ଧୁର୍ବେ ଓ ରାମବିଚାର ନେତମ ସଦସ୍ୟ ରହିଛନ୍ତି। ଏ ତିନି ଜଣ ଯାକ ସାଂସଦ ମଧ୍ୟ। ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଯଥାଶୀଘ୍ର ରିପୋର୍ଟ ଦାଖଲ କରିବାକୁ […]

amit-shah

Rakesh Mallick
  • Published: Tuesday, 12 July 2016
  • , Updated: 12 July 2016, 09:17 PM IST

ଭୁବନେଶ୍ୱର: କନ୍ଧମାଳର କୃତମଗଡ଼ରେ ପୋଲିସ୍‌ ଗୁଳିରେ ୫ ଜଣ ନିରୀହ ଆଦିବାସୀଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବା ପାଇଁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି ଏକ ତିନି ଜଣିଆ କମିଟି ଗଠନ କରିଛନ୍ତି। ଏଥିରେ ଦଳର ରାଷ୍ଟ୍ରୀୟ ଉପ-ସଭାପତି ବିନୟ ସହସ୍ରବୁଦ୍ଧେ, ଜାତୀୟ ସଂପାଦକ ଜ୍ୟୋତି ଧୁର୍ବେ ଓ ରାମବିଚାର ନେତମ ସଦସ୍ୟ ରହିଛନ୍ତି। ଏ ତିନି ଜଣ ଯାକ ସାଂସଦ ମଧ୍ୟ। ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଯଥାଶୀଘ୍ର ରିପୋର୍ଟ ଦାଖଲ କରିବାକୁ ସେମାନଙ୍କୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି।

ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଖୁବଶୀଘ୍ର ଏହି କମିଟି କନ୍ଧମାଳ ଗସ୍ତ କରିବ।

ବିଜେପିର ସାଧାରଣ ସଂପାଦକ ତଥା ଓଡ଼ିଶା ପ୍ରଭାରୀ ଅରୁଣ ସିଂ କହିଛନ୍ତି,“ଆଜି ଆମ ବିଧାୟକମାନେ ଘଟଣାସ୍ଥଳକୁ ଯାଇଥିଲେ। ଗତକାଲି ଆମେ କନ୍ଧମାଳ ବନ୍ଦ କରିଥିଲୁ। ସେଠାରେ ଯାହା କିଛି ଘଟିଗଲା ତାହା କେବଳ ସରକାରଙ୍କ ବିଫଳତା। ଏଥିପାଇଁ ମୁଖ୍ୟମନ୍ତ୍ରୀ ଦାୟୀ। କାରଣ ନିଜେ ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟିତ୍ୱ ତୁଲାଉଛନ୍ତି।”

ସେ କହିଛନ୍ତି,“ଜଣେ ଶିଶୁଙ୍କ ସମେତ ପାଞ୍ଚ ଜଣ ଆଦିବାସୀ ଅଟୋରେ ଯାଉଥିବା ବେଳେ ପୋଲିସ୍ ଗୁଳିରେ ପ୍ରାଣ ହରାଇଲେ। ଯାଞ୍ଚ କରା ନ ଯାଇ ସେମାନଙ୍କ ଉପରକୁ ଗୁଳି କରାଗଲା। ଏ ଘଟଣାର ବିଚାର ବିଭାଗୀୟ ତଦନ୍ତ ହେବା ଆବଶ୍ୟକ। ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ଏହି ତଦନ୍ତ କରାଯିବା ଉଚିତ।”

Related story