ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ଗସ୍ତର ଫୋକସରେ ରହିଛି ପଞ୍ଚାୟତ ପ୍ରମୁଖଙ୍କ ସହ ଭେଟଘାଟ। କଟକ, ପୁରୀ ଓ ଭୁବନେଶ୍ୱର ଲୋକସଭା ଅଧୀନରେ ଥିବା ୨୧ଟି ବିଧାନସଭା କ୍ଷେତ୍ରର ପଞ୍ଚାୟତ ପ୍ରମୁଖମାନଙ୍କୁ ଭେଟିବେ ଶାହା। କେନ୍ଦ୍ର ଯୋଜନା ତୃଣମୁଳ ସ୍ତରରେ କେତେ ପହଁଞ୍ଚିଛି ଓ କେଉଁଠି ଅସୁବିଧା ରହୁଛି ପଞ୍ଚାୟତ ପ୍ରମୁଖଙ୍କଠାରୁ ତାର ହିସାବ ନେବେ ଶାହା। […]

amit saha

Rakesh Mallick
  • Published: Sunday, 01 July 2018
  • , Updated: 01 July 2018, 06:26 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ଗସ୍ତର ଫୋକସରେ ରହିଛି ପଞ୍ଚାୟତ ପ୍ରମୁଖଙ୍କ ସହ ଭେଟଘାଟ। କଟକ, ପୁରୀ ଓ ଭୁବନେଶ୍ୱର ଲୋକସଭା ଅଧୀନରେ ଥିବା ୨୧ଟି ବିଧାନସଭା କ୍ଷେତ୍ରର ପଞ୍ଚାୟତ ପ୍ରମୁଖମାନଙ୍କୁ ଭେଟିବେ ଶାହା।

କେନ୍ଦ୍ର ଯୋଜନା ତୃଣମୁଳ ସ୍ତରରେ କେତେ ପହଁଞ୍ଚିଛି ଓ କେଉଁଠି ଅସୁବିଧା ରହୁଛି ପଞ୍ଚାୟତ ପ୍ରମୁଖଙ୍କଠାରୁ ତାର ହିସାବ ନେବେ ଶାହା। ଏହାଛଡ଼ା ୬ ମାସ ତଳେ ଦେଇଥିବା ହୋମଓ୍ୱାର୍କର ହିସାବ ମଧ୍ୟ ନେଇପାରନ୍ତି। ପ୍ରଥମେ କୋର ଟିମ, ରାଜ୍ୟ ପଦାଧିକାରୀ ଓ ବିସ୍ତାରକଙ୍କ ପାଖରୁ ସଂଗଠନ ବାବଦରେ ହିସାବ ନେବେ ଅମିତ ଶାହା। ପରେ ମହିଳା ମୋର୍ଚ୍ଚା, କୃଷକ ମୋର୍ଚ୍ଚା, ଯୁବ ମୋର୍ଚ୍ଚା ରାଜ୍ୟ ସରକାରଙ୍କ ବିରୋଧରେ କେଉଁ ପ୍ରସଙ୍ଗକୁ ନେଇ କିଭଳି ଢଙ୍ଗରେ ରାସ୍ତାକୁ ଓହ୍ଲାଇଛନ୍ତି ତାର ହିସାବ ନେବେ।

Related story