କାର୍ଯ୍ୟକର୍ତ୍ତାଙ୍କୁ ଶାହା ଦେଲେ ୩୦ ହୋମ୍‌ୱାର୍କ: ପଢ଼ୁନ୍ତୁ ସେଥିରୁ ୧୦ଟି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତକାଲି ଓଡ଼ିଶା ଆସିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ରାଜ୍ୟ ତେନାଙ୍କ ସହିତ କରିଥିଲେ ମାରାଥନ ମନ୍ତ୍ରଣା। କବାଟ କିଳା ଆଲୋଚନା। ଓ୍ୱାର୍ମ ଅପ୍‌ କଲେ। ଯୋଶ ବି ଭରିଲେ। ସଂଗଠନ ପାଇଁ ୯ ଘଣ୍ଟାର ଧରି ନନଷ୍ଟପ ମାନସ ମନ୍ଥନ ପରେ ଦେଲେ ହେଭି ଟାକ୍ସ। ପଞ୍ଚାୟତ ପ୍ରମୁଖରୁ ଆରମ୍ଭ କରି ବିସ୍ତାରକ ଓ କୋର ଟିମର ସଦସ୍ୟଙ୍କୁ ଅମିତ ଶାହା ଦେଇଛନ୍ତି ୩୦ ଟି ଟାସ୍କ। ଯେଉଁଥିରେ ପ୍ରମୁଖ […]

amit task for worker

Rakesh Mallick
  • Published: Monday, 02 July 2018
  • , Updated: 02 July 2018, 09:06 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତକାଲି ଓଡ଼ିଶା ଆସିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ରାଜ୍ୟ ତେନାଙ୍କ ସହିତ କରିଥିଲେ ମାରାଥନ ମନ୍ତ୍ରଣା। କବାଟ କିଳା ଆଲୋଚନା। ଓ୍ୱାର୍ମ ଅପ୍‌ କଲେ। ଯୋଶ ବି ଭରିଲେ। ସଂଗଠନ ପାଇଁ ୯ ଘଣ୍ଟାର ଧରି ନନଷ୍ଟପ ମାନସ ମନ୍ଥନ ପରେ ଦେଲେ ହେଭି ଟାକ୍ସ। ପଞ୍ଚାୟତ ପ୍ରମୁଖରୁ ଆରମ୍ଭ କରି ବିସ୍ତାରକ ଓ କୋର ଟିମର ସଦସ୍ୟଙ୍କୁ ଅମିତ ଶାହା ଦେଇଛନ୍ତି ୩୦ ଟି ଟାସ୍କ। ଯେଉଁଥିରେ ପ୍ରମୁଖ ୧୦ଟି ଟାସ୍କ ହେଉଛି।

୧- ବୁଥ୍‌ରେ ବିଜେପିର ନୂଆ ସଦସ୍ୟ କରିବା ଓ ପୁରଣା ସଦସ୍ୟଙ୍କ ସଂପର୍କ ସ୍ଥାପନ କରିବା।

୨- ଜଣେ କାର୍ଯ୍ୟକର୍ତ୍ତାଙ୍କୁ ୨ ଟି ବୁଥ୍‌ର ଦାୟିତ୍ୱ ଦିଆଯାଇଛି।

୩- ଦଳ ଏବେ ସୁଦ୍ଧା ୨୧,୦୦୦ ବୁଥ୍‌ରେ ନିଜ ଉପସ୍ଥିତି ଜାହିର କରିଥିଲେ ମଧ୍ୟ ଆଉ ୪ରୁ ୫୦୦୦ ବୁଥ କମିଟି ଗଠନ କରିବାକୁ ଶାହା ଦେଇଛନ୍ତି ନିର୍ଦ୍ଦେଶ।

୪-ଆଦିବାସୀ ମହିଳା, ଯୁବକ ସବୁ ବର୍ଗର ଲୋକଙ୍କ ସାମିଲ ପାଇଁ କୁହାଯାଇଛି।

୫- ସରକାର କରିବାକୁ ହେଲେ କାର୍ଯ୍ୟକର୍ତ୍ତାଙ୍କୁ ଆହୁରି ଅଧିକ ପରିଶ୍ରମ କରିବାକୁ ପଡିବ ବୋଲି ବି ଦେଇଛନ୍ତି ନିର୍ଦ୍ଦେଶ।

୬- ପ୍ରତି ପଞ୍ଚାୟତରେ ପ୍ରସଙ୍ଗକୁ ନେଇ ଆନ୍ଦୋଳନ କରିବାକୁ କହିଛନ୍ତି ବିଜେପି କମାଣ୍ଡର।

୭- କେନ୍ଦ୍ରର ସଫଳ ଯୋଜନା ସହ ରାଜ୍ୟର ବିଫଳତା କଥାକୁ ବି ଘରେ ଘରେ ପହଁଞ୍ଚାଇବାକୁ ମିଳିଛି ନିର୍ଦ୍ଦେଶ।

୮- କେଉଁ ପଞ୍ଚାୟତରେ କାର୍ଯ୍ୟକର୍ତ୍ତାଙ୍କ ପାଖରେ କେତେ ମୋଟର ସାଇକେଲ ଓ କେତେ ଆଣ୍ଡ୍ରଏଡ ମୋବାଇଲ ଅଛି ତା’ର ବି ହିସାବ ମାଗିଛନ୍ତି।

୯- ମିଡିଆରେ ସକ୍ରିୟ ହୋଇ ଗାଁ ଗାଁରେ ମୋଦିଙ୍କ କଥା ପହଁଞ୍ଚାଇବାକୁ ଶକ୍ତିକେନ୍ଦ୍ରର ପ୍ରମୁଖଙ୍କୁ ଦିଆଯାଇଛି ଟାସ୍କ।

୧୦- ବିସ୍ତାରକଙ୍କୁ ଦିଆଯାଇଥିବା କାମକୁ ଅଧିକ ତ୍ୱରାନ୍ୱିତ କରିବାକୁ ଦିଆଯାଇଛି ନିର୍ଦ୍ଦେଶ।

କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି-“ଦିଆଯାଇଥିବା ଟାସ୍କକୁ ପୂରଣ କରିବା ପାଇଁ ଆମେ ସମସ୍ତେ ଲାଗି ପଡ଼ିଛୁ। ଏହା ନିଶ୍ଚିତ ପୂରଣ ହେବ।”

ଆଗକୁ ପୁଣି ୨ ମାସ ପରେ ଆସି କିଛି ସଂସଦୀୟ କ୍ଷେତ୍ରର ସମୀକ୍ଷା କରି ନୂଆ ଟାସ୍କ ବି ଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ତେବେ ଶାହାଙ୍କ ଗସ୍ତ ଓ ଦେଇଥିବା କାମକୁ ନେଇ କାର୍ଯ୍ୟକର୍ତ୍ତା ଉତ୍ସାହିତ ଥିଲେ ବି ରାଜ୍ୟ ରାଜନୀତି ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି କହିଛି ବଜେଡି। କଂଗ୍ରେସ କହିଛି ବିଜେପି ଦୁର୍ବଳ ଥିବାରୁ ଶାହା ଆସୁଛନ୍ତି।

Related story