ଆଇପିଏସ୍ ଅମ୍ରିତ ମୋହନ ଓ ରଣପିସେଙ୍କୁ କେନ୍ଦ୍ରରେ ନୂଆ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା କ୍ୟାଡ଼ରର ଦୁଇ ବରିଷ୍ଠ ଆଇପିଏସଙ୍କୁ ଆଜି କେନ୍ଦ୍ର ସରକାରରେ ନୂଆ ଦାୟିତ୍ୱ ମିଳିଛି। ୨୦୧୫ ମସିହା ମେ’ ମାସରୁ ସିବିଆଇ ଯୁଗ୍ମ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ୧୯୮୯ ବ୍ୟାଚ୍ ଆଇପିଏସ ଅମ୍ରିତ ମୋହନ ପ୍ରସାଦଙ୍କୁ ଇଣ୍ଡୋ-ତିବ୍ଦତୀୟ ବାଟାଲିୟନ ପୁଲିସ(ଆଇଟିବିପି)ର ଅତିରିକ୍ତ ଡିଜି ଭାବେ ନିଯୁକ୍ତି ମିଳିଛି। ସେ ଏହି ପଦବୀରେ ୨୦୨୨ ମେ’ ୭ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ସେ ମୋଟ ୭ବର୍ଷ ପାଇଁ କେନ୍ଦ୍ର ସରକାରଙ୍କ ଅଧୀନରେ ଡେପୁଟେସନରେ […]

amrit

amrit

Manoranjan Sial
  • Published: Friday, 07 August 2020
  • Updated: 07 August 2020, 08:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା କ୍ୟାଡ଼ରର ଦୁଇ ବରିଷ୍ଠ ଆଇପିଏସଙ୍କୁ ଆଜି କେନ୍ଦ୍ର ସରକାରରେ ନୂଆ ଦାୟିତ୍ୱ ମିଳିଛି। ୨୦୧୫ ମସିହା ମେ’ ମାସରୁ ସିବିଆଇ ଯୁଗ୍ମ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ୧୯୮୯ ବ୍ୟାଚ୍ ଆଇପିଏସ ଅମ୍ରିତ ମୋହନ ପ୍ରସାଦଙ୍କୁ ଇଣ୍ଡୋ-ତିବ୍ଦତୀୟ ବାଟାଲିୟନ ପୁଲିସ(ଆଇଟିବିପି)ର ଅତିରିକ୍ତ ଡିଜି ଭାବେ ନିଯୁକ୍ତି ମିଳିଛି। ସେ ଏହି ପଦବୀରେ ୨୦୨୨ ମେ’ ୭ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ସେ ମୋଟ ୭ବର୍ଷ ପାଇଁ କେନ୍ଦ୍ର ସରକାରଙ୍କ ଅଧୀନରେ ଡେପୁଟେସନରେ ରହିବେ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି।

ସେହିପରି ଏବେ ରାଜ୍ୟ ଭିଜିଲାନ୍ସରେ ଅତିରିକ୍ତ ଡିଜି ଭାବେ କାର୍ଯ୍ୟ କରଉଥିବା ୧୯୯୫ ବ୍ୟାଚ୍ ଆଇପିଏସ୍ ପଦ୍ମାକର ଏସ୍ ରଣପିସେଙ୍କୁ ସିଆରପିଏଫ୍ ଆଇଜି ଭାବେ ନିଯୁକ୍ତି ମିଳିଛି। ସେ କେନ୍ଦ୍ର ସରକାର ଅଧୀନରେ ୫ବର୍ଷର ଡେପୁଟେସନରେ କାର୍ଯ୍ୟ କରିବେ। ଶ୍ରୀ ରଣପିସେଙ୍କୁ ତୁରନ୍ତ ରିଲିଭ୍ କରିବାକୁ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଚିଠି ଲେଖି ଆଜି ଅବଗତ କରାଇଛି। ସୂଚନାଯୋଗ୍ୟ ଶ୍ରୀ ରଣପିସେଙ୍କୁ ୨୦୨୦ ଜାନୁୟାରୀ ମାସରେ ରାଜ୍ୟ ଭିଜିଲାନ୍ସ ଏଡିଜି ଭାବେ ନିଯୁକ୍ତି ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos