ଆସିଲାନି ଆମ୍ବୁଲାନ୍ସ, ଟ୍ରଲିରେ ବୁହାହେଲେ ରୋଗୀ

ପୁରୀ: ପର୍ଯ୍ୟଟନ କ୍ଷେତ୍ର ପୁରୀରେ ଅମାନବୀୟ ଘଟଣା ଦେଖିବାକୁ ମିଳିଛି। ଗତକାଲି ଅପରାହ୍ନରେ ପୁରୀ ବଡ଼ଦାଣ୍ଡରେ ଏକ ଟ୍ରଲିରେ ଜଣେ ରୋଗୀଙ୍କୁ ଡାକ୍ତରଖାନା ନିଆଯାଉଥିବା  ଦେଖିବାକୁ ମିଳିଥିଲା। ରୋଗୀଙ୍କ ସାଙ୍ଗରେ ଜଣେ ମହିଳା ଓ ପୁରୁଷ ଥିଲେ। ପୁରୀ ଗୁଣ୍ଡିଚା ମନ୍ଦିର ନିକଟ ନୃସିଂହ ମନ୍ଦିରଠାରେ ଗତ କିଛି ଦିନ ଧରି ଜଣେ ଅଜଣା ବୃଦ୍ଧ ନ ଖାଇ ନ ପିଇ ପଡ଼ିରହିଥିଲା। ତାଙ୍କ ଅବସ୍ଥା ଗୁରୁତର ହେବାରୁ ସ୍ଥାନୀୟ ଲୋକ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ଆମ୍ବୁଲାନ୍ସ ନ […]

amulance..

Rakesh Mallick
  • Published: Wednesday, 07 September 2016
  • , Updated: 07 September 2016, 10:12 AM IST

ପୁରୀ: ପର୍ଯ୍ୟଟନ କ୍ଷେତ୍ର ପୁରୀରେ ଅମାନବୀୟ ଘଟଣା ଦେଖିବାକୁ ମିଳିଛି। ଗତକାଲି ଅପରାହ୍ନରେ ପୁରୀ ବଡ଼ଦାଣ୍ଡରେ ଏକ ଟ୍ରଲିରେ ଜଣେ ରୋଗୀଙ୍କୁ ଡାକ୍ତରଖାନା ନିଆଯାଉଥିବା  ଦେଖିବାକୁ ମିଳିଥିଲା। ରୋଗୀଙ୍କ ସାଙ୍ଗରେ ଜଣେ ମହିଳା ଓ ପୁରୁଷ ଥିଲେ।

ପୁରୀ ଗୁଣ୍ଡିଚା ମନ୍ଦିର ନିକଟ ନୃସିଂହ ମନ୍ଦିରଠାରେ ଗତ କିଛି ଦିନ ଧରି ଜଣେ ଅଜଣା ବୃଦ୍ଧ ନ ଖାଇ ନ ପିଇ ପଡ଼ିରହିଥିଲା। ତାଙ୍କ ଅବସ୍ଥା ଗୁରୁତର ହେବାରୁ ସ୍ଥାନୀୟ ଲୋକ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ଆମ୍ବୁଲାନ୍ସ ନ ଆସିବାରୁ ରୋଗୀଙ୍କୁ ଟ୍ରଲିରେ ଡାକ୍ତରଖାନାକୁ ନିଆଯାଇଥିଲା। ଏନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Related story