କାଲି ପଡ଼ିଥାନ୍ତା ହାତଗଣ୍ଠି, ଆଜି ଘଟିଗଲା ଦୁର୍ଘଟଣା

ଖଲ୍ଲିକୋଟ(ସିଲୁ ବିଶ୍ୱାଳ ): ଆସନ୍ତାକାଲି ପଡ଼ିଥାନ୍ତା ହାତଗଣ୍ଠି। ହସଖୁସି, କୋଳାହାଳରେ ପୂରି ଉଠିଥାନ୍ତା ପୂରା ଘର। ଝିଅ ଯାଇଥାନ୍ତା ଶାଶୁ ଘର। ହେଲେ ତା’ ପୂର୍ବରୁ ଘଟିଗଲା ଦୁର୍ଘଟଣା। ହସଖୁସିର ପରିବେଶରେ ଛାଇଗଲା ସକରୁଣ ନିରବତା। ଝିଅର ସମ୍ପର୍କୀୟ ତା’ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଏକ ମିନି ଟ୍ରକ୍‌ରେ ନେଇ ଭାବୀ ଶାଶୁଘର ଯାଉଥିବା ବେଳେ ଘଟିଗଲା ଅଘଟଣ।  ମିନିଟ୍ରକ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ପଛରୁ ଆସୁଥିବା ଏକ ଗ୍ୟାସ୍‌ ବୋଝେଇ ଟ୍ରକ୍‌ ତାକୁ ପିଟିଥିଲା। […]

accident

Niharika Rout
  • Published: Thursday, 12 May 2022
  • , Updated: 12 May 2022, 02:01 PM IST

ଖଲ୍ଲିକୋଟ(ସିଲୁ ବିଶ୍ୱାଳ ): ଆସନ୍ତାକାଲି ପଡ଼ିଥାନ୍ତା ହାତଗଣ୍ଠି। ହସଖୁସି, କୋଳାହାଳରେ ପୂରି ଉଠିଥାନ୍ତା ପୂରା ଘର। ଝିଅ ଯାଇଥାନ୍ତା ଶାଶୁ ଘର। ହେଲେ ତା’ ପୂର୍ବରୁ ଘଟିଗଲା ଦୁର୍ଘଟଣା। ହସଖୁସିର ପରିବେଶରେ ଛାଇଗଲା ସକରୁଣ ନିରବତା। ଝିଅର ସମ୍ପର୍କୀୟ ତା’ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଏକ ମିନି ଟ୍ରକ୍‌ରେ ନେଇ ଭାବୀ ଶାଶୁଘର ଯାଉଥିବା ବେଳେ ଘଟିଗଲା ଅଘଟଣ।  ମିନିଟ୍ରକ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ପଛରୁ ଆସୁଥିବା ଏକ ଗ୍ୟାସ୍‌ ବୋଝେଇ ଟ୍ରକ୍‌ ତାକୁ ପିଟିଥିଲା। ଫଳରେ ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଖଲ୍ଲିକୋଟ ମର୍ଦ୍ଦରାଜପୁରର ଯୁବତୀଙ୍କର ଛତ୍ରପୁର ଅଞ୍ଚଳରେ ବିବାହ ଠିକ୍‌ ହୋଇଥିଲା। ଆସନ୍ତାକାଲି ପଡ଼ିଥାନ୍ତା ହାତଗଣ୍ଠି। ଏହା ପୂର୍ବରୁ ଝିଅର ସମ୍ପର୍କୀୟ ଆଜି ଏକ ମିନି ଟ୍ରକ୍‌ରେ ଜିନିଷ ବୋଝେଇ କରି ତା’ ଶାଶୁ ଘରକୁ ଯାଉଥିଲେ। ସେମାନଙ୍କ ମଧ୍ୟରେ ୩ ଜଣ ଶିଶୁ, ୪ ଜଣ ମହିଳା ମଧ୍ୟ ଥିଲେ।

ରମ୍ଭା ଥାନା ହୁମ୍ମା ହାଟ ଜାତୀୟ ରାଜପଥ ୧୬ରେ ରାସ୍ତା କାମ ଚାଲିଥିବା ବେଳେ ଉକ୍ତ ବାଟ ଦେଇ  ଯାଉଥିବା ମିନି ଟ୍ରକ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏହାପରେ ତା’ ପଛେ ପଛେ ଯାଉଥିବା ଏକ ଗ୍ୟାସ୍‌ ବୋଝେଇ ଟ୍ରକ୍‌ଟି ମିନି ଟ୍ରକ୍‌କୁ ପିଟିଥିଲା। ଫଳରେ ଘଟଣାସ୍ଥଳରେ ହିଁ ମିନି ଟ୍ରକ୍‌ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା। ଏହି ସମୟରେ ଗାଡ଼ିରେ ଥିବା ୮ ଜଣ ଗୁରୁତର ହୋଇଥିଲେ। ସେମାନଙ୍କୁ ତୁରନ୍ତ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଛି।

ପୁଲିସ୍‌ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ବେଳେ ରାସ୍ତାରେ ଗାଡ଼ି ଚଳାଚଳ ସ୍ୱାଭାବିକ କରିଛି।

Related story