ଆଖି ବୁଜିଲେ ବିଚାରାଧୀନ କଏଦୀ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ):ଢେଙ୍କାନାଳ ଜେଲ୍‌ରେ ଥିବା ଜଣେ ବିଚାରାଧୀନ କଏଦୀଙ୍କର ଗତରାତିରେ ମୃତ୍ୟୁ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ହୋଇଛି। ମୃତ ବିଚାରାଧୀନ କଏଦୀ ହେଲେ ସ୍ଥାନୀୟ ହରିପୁର ଅଞ୍ଚଳର ବ୍ରହ୍ମାନନ୍ଦ ଦେହୁରୀ । ବ୍ରହ୍ମାନନ୍ଦ ଏକ ହତ୍ୟା ମାମଲାର ବିଚାରାଧିନ କଏଦୀ ଭାବେ ଢେଙ୍କାନାଳ ଜିଲ୍ଲା କାରାଗାରରେ ୨୦୧୩ ମସିହାରୁ ରହିଥିଲେ।  ପେଟରେ ଯନ୍ତ୍ରଣା ଅନୁଭବ କରି ଅସୁସ୍ଥ ହେବାରୁ ତାଙ୍କୁ ଗତ ରାତିରେ ଢେଙ୍କାନାଳ […]

jail

Niharika Rout
  • Published: Wednesday, 30 December 2020
  • , Updated: 30 December 2020, 11:07 AM IST

ଢେଙ୍କାନାଳ(ରାଜଶ୍ରୀ ଶତପଥୀ):ଢେଙ୍କାନାଳ ଜେଲ୍‌ରେ ଥିବା ଜଣେ ବିଚାରାଧୀନ କଏଦୀଙ୍କର ଗତରାତିରେ ମୃତ୍ୟୁ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ହୋଇଛି। ମୃତ ବିଚାରାଧୀନ କଏଦୀ ହେଲେ ସ୍ଥାନୀୟ ହରିପୁର ଅଞ୍ଚଳର ବ୍ରହ୍ମାନନ୍ଦ ଦେହୁରୀ ।

ବ୍ରହ୍ମାନନ୍ଦ ଏକ ହତ୍ୟା ମାମଲାର ବିଚାରାଧିନ କଏଦୀ ଭାବେ ଢେଙ୍କାନାଳ ଜିଲ୍ଲା କାରାଗାରରେ ୨୦୧୩ ମସିହାରୁ ରହିଥିଲେ।  ପେଟରେ ଯନ୍ତ୍ରଣା ଅନୁଭବ କରି ଅସୁସ୍ଥ ହେବାରୁ ତାଙ୍କୁ ଗତ ରାତିରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ତାଙ୍କ ମୃତ୍ୟୁ ହୋଇଛି। ଏନେଇ ମୃତ ବ୍ରହ୍ମାନନ୍ଦଙ୍କ ପରିବାର ଲୋକଙ୍କ ମତାମତ ମିଳିପାରି ନାହିଁ।

Related story